Jump to content

ଦେବଦତ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଦେବଦତ୍ତ ପଟ୍ଟନାୟକ
ଜନ୍ମ(1970-12-11)୧୧ ଡିସେମ୍ବର ୧୯୭୦
ଜାତୀୟତାଭାରତୀୟ
ଜାତୀୟତା ଭାରତୀୟ
ବୃତ୍ତିନେତୃତ୍ୱ ପରାମର୍ଶଦାତା ଓ ଲେଖକ
ପିତାମାତାପ୍ରଫୁଲ୍ଲ କୁମାର ପଟ୍ଟନାୟକ (ପିତା)
ସାବିତ୍ରୀ ପଟ୍ଟନାୟକ (ଦାସ) (ମାତା)
ୱେବସାଇଟwww.http://devdutt.com/
ଦସ୍ତଖତ

ଦେବଦତ୍ତ ପଟ୍ଟନାୟକ(୧୧ ଡିସେମ୍ବର ୧୯୭୦ରେ ଜନ୍ମିତ) ଜଣେ ଡାକ୍ତର, ନେତୃତ୍ୱ ପରାମର୍ଶଦାତା ଓ ଲେଖକ । ତାଙ୍କର ରଚନାବଳୀ ମୁଖ୍ୟତଃ ପୁରାଣ, କିମ୍ବଦନ୍ତୀ ଓ ମ୍ୟାନେଜମେଣ୍ଟ ପୃଷ୍ଟଭୂମୀ ଉପରେ ପର୍ଯ୍ୟବସିତ । [][]ସେ ଭାରତର ସର୍ବବୃହତ ରିଟେଲ କମ୍ପାନୀ "ଫ୍ୟୁଚର ଗ୍ରୁପ"ର ଚିଫ୍ ବିଲିଫ୍ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ।[][] "ମିଡ଼ ଡେ" ଖବରକାଗଜରେ ସେ ଜଣେ ନିୟମିତ ସ୍ଥମ୍ଭକାର ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଦେବଦତ୍ତ ମୁମ୍ବାଇରେ ଜନ୍ମିତ ଜଣେଓଡ଼ିଆ । ମୁମ୍ବାଇର ଚେମ୍ବୁରଠାରେ ତାଙ୍କ ବାଲ୍ୟଜୀବନ ବ୍ୟତିତ ହୋଇଛି[] ସେ ମୁମ୍ବାଇର "ଗ୍ରାଣ୍ଟ ମେଡିକାଲ କଲେଜ"ରୁ ଏମ.ବି.ବି.ଏସ କରି ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କମ୍ପେୟାରିଟିଭ୍ ମ୍ୟାଇଥୋଲୋଜିରେ ଅଧିକ ଜ୍ଞାନଲାଭ କରିଛନ୍ତି । ଦେବଦତ୍ତ ଜଣେ ଐତିହାସିକ ବା ପୁରାତତ୍ନବିତ ନୁହନ୍ତି । ତାଙ୍କ ଲେଖାଗୁଡିକ ତଥ୍ୟ ଉପରେ ପର୍ଯ୍ୟବସିତ ନହୋଇ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ହୋଇଥାଏ । []

ବୃତ୍ତିଗତ ଜୀବନ

[ସମ୍ପାଦନା]
ଆପଣା ଲିଖିତ ପୁସ୍ତକ ସହିତ ଦେବଦତ୍ତ

ଦେବଦତ୍ତ ସାନୋଫି ଆଭେନଟିସ୍ ଓ ଆପୋଲୋ ଗ୍ରୁପ ଭଳି ଫାର୍ମା ଓ ସ୍ୱାସ୍ଥ୍ୟସେବା ଉଦ୍ୟୋଗରେ ୧୪ବର୍ଷ କାର୍ଯ୍ୟ କରିଛନ୍ତି । [] ଏହି ସମୟରେ ସେ ନିଜ ଖାଲି ସମୟ ପୌରାଣିକ ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ଓ ପୁସ୍ତକ ଲେଖୁଥିଲେ । କ୍ରମେ ଏହା ତାଙ୍କର ବୃତ୍ତି ହୋଇଯାଇଥିଲା । ସେ ୟର୍ଣଷ୍ଟ ଓ ୟଙ୍ଗ ସଂସ୍ଥାରେ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରଥମ ପୁସ୍ତକ "ଶିବା : ଆନ ଇଣ୍ଟ୍ରଡକ୍ସନ" ୧୯୯୭ ମସିହାରେ ପ୍ରକାଶିତ ହୋଇଥିଲା । [] ନିଜର ସମସ୍ତ ପୁସ୍ତକର ବାଖ୍ୟା ଦେବଦତ୍ତ ନିଜେ କରନ୍ତି । []

୨୦୦୯ ମସିହାରେ ଭାରତରେ ଅନୁଷ୍ଠିତ ପ୍ରଥମ ଟେଡ଼ ସମ୍ମେଳନରେ ଦେବଦତ୍ତ ଜଣେ ବକ୍ତା ଥିଲେ । [୧୦][୧୧] ୨୦୧୦ ଅଗଷ୍ଟ ମାସରେ ସେ କଲମ୍ବିଆରେ "ସବଜେକ୍ଟିଭ ବାର୍ଲଡ ଓ ମ୍ୟାଇଥୋଲୋଜି ଅଫ ଆଇଡେଣ୍ଟିଟି" ଉପରେ ନିଜର ସଂଦର୍ଭ ପ୍ରସ୍ତୁତ କରିଥିଲେ ।  ସି.ଏନ୍,ବି.ସି ଟିଭି ଚ୍ୟାନେଲରେ ସେ ମେନକା ଦୋଷୀଙ୍କ ସହ "ବିଜିନେସ ସୂତ୍ର" ନାମକ ଏକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ଏହି କାର୍ଯ୍ୟକ୍ରମରେ ସେ ରାମାୟଣ ଓ ମହାଭାରତରୁ ଆଜିର ମ୍ୟାନେଜମେଣ୍ଟ ଶିକ୍ଷାର ଅବତାରଣା କରୁଥିଲେ । ସେ ଷ୍ଟାର ଟିଭି ଓ ଏପିକ ଟିଭି ଏବଂ ରିଲାଏନସ ଉଦ୍ୟୋଗ ପାଇଁ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୧୨] 

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଦେବଦତ୍ତ ବର୍ତ୍ତମାନ ମୁମ୍ବାଇଠାରେ ରହନ୍ତି ।

ସାହିତ୍ୟକୃତ୍ତି

[ସମ୍ପାଦନା]
  • Shiva: an introduction. Vakils, Feffer and Simons Ltd., 1997.
  • Vishnu: an introduction. Vakils, Feffer and Simons, 1999. ISBN 81-87111-12-7.
  • Devi, the Mother-Goddess: an introduction. Vakils, Feffer, and Simons Ltd., 2000. ISBN 81-87111-45-3.
  • The Goddess in India: the five faces of the eternal feminine. Inner Traditions / Bear & Company, 2000. ISBN 0-89281-807-7.
  • Hanuman: an introduction. Vakils, Feffer and Simons, 2001. ISBN 81-87111-47-X.
  • The Man Who Was A Woman and other queer tales of Hindu lore. Routledge, 2002. ISBN 1-56023-181-5.
  • Vināyaka: the first god. Shakti Art and Culture Foundation. 2002.
  • Indian mythology: tales, symbols, and rituals from the heart of the Subcontinent. Inner Traditions / Bear & Company, 2003. ISBN 0-89281-870-0.
  • Lakshmi, the goddess of wealth and fortune: an introduction. Vakils, Feffer and Simons, 2003. ISBN 81-87111-58-5
  • Book of Kali. with Seema Mohanty. Penguin Books India, 2004.
  • Myth=Mithya: A Handbook of Hindu Mythology. Penguin, India. 2006. ISBN 978-0-14-309970-3.
  • Shiva to Shankara: decoding the phallic symbol. Indus Source, India. 2006. ISBN 81-88569-04-6.
  • The Pregnant King, Penguin Books, 2008 ISBN 978-1-4306-3472-0
  • The Book of Ram. Penguin Group, 2009. ISBN 0-14-306528-9.
  • 7 Secrets From Hindu Calendar Art. Westland India, 2009. ISBN 81-89975-67-6.
  • Hanuman's Ramayan. Tulika Publishers, 2010. ISBN 81-8146-752-3.
  • Jaya: An Illustrated Retelling of the Mahabharata, Penguin Books, 2010 ISBN 978-0-14-310425-4.
  • Business Sutra : A Very Indian Approach to Management, Aleph Book Company, 2013 ISBN 978-81-92328-07-2.
  • Sita: An Illustrated Retelling of the Ramayana, Penguin Books, 2013 ISBN 978-0-14-306432-9.
  • 7 secrets of the Goddess, Westland ltd., 2014 ISBN 978-93-84030-58-2.
  1. "Author Lounge: Devdutt Pattanaik". Penguin India.
  2. "Being aware of violence". MiD DAY. 17 October 2010. Archived from the original on 18 September 2012. Retrieved 9 June 2015.
  3. "Future Group". Archived from the original on 2015-06-28. Retrieved 2015-06-09.
  4. "Mythic Past, Resonating in the Present". New York Times. 4 July 2010.
  5. 1 2 "The mythologist". Mint. 16 September 2010.
  6. "Teaching Old Heads New Tricks". Financial Express. 25 May 2003.
  7. "ଆର୍କାଇଭ୍ କପି". Archived from the original on 2015-02-09. Retrieved 2015-06-09. {{cite web}}: Cite has empty unknown parameter: |1= (help)
  8. http://books.google.co.in/books/about/Shiva.html?id=LGbXAAAAMAAJ
  9. "Demystifying mythology: A conversation with Devdutt Pattanaik". The Hindu. 24 April 2009. Archived from the original on 29 April 2009. Retrieved 9 June 2015.
  10. "Great response to first TED meet in India". The Hindu. 1 November 2009. Archived from the original on 5 November 2009. Retrieved 9 June 2015.
  11. speaker at TEDIndia 2009.
  12. http://www.indiantelevision.com/mam/marketing/an-eclectic-set-of-speakers-announced-for-goafest-2014-140402

ବାହାର ଆଧାର

[ସମ୍ପାଦନା]