ଦୁର୍ଗାବତୀ ଦେବୀ

ଉଇକିପିଡ଼ିଆ‌ରୁ
ଦୁର୍ଗାବତୀ ଦେବୀ
ଦୁର୍ଗା ଭାବୀ
Born(1907-10-07)୭ ଅକ୍ଟୋବର ୧୯୦୭
Died୧୫ ଅକ୍ଟୋବର ୧୯୯୯(1999-10-15) (ବୟସ ୯୨)
Organizationହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ
Movementଭାରତୀୟ ସ୍ୱାଧୀନତା ସଂଗ୍ରାମ
Spouseଭଗବତୀ ଚରଣ ବୋହରା

ଦୁର୍ଗାବତୀ ଦେବୀ (ଦୁର୍ଗା ଭାଉଜ) (୭ ଅକ୍ଟୋବର ୧୯୦୭ – ୧୫ ଅକ୍ଟୋବର ୧୯୯୯) ଜଣେ ଭାରତୀୟ ଆନ୍ଦୋଳନ‌କାରି ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଭାରତର ଅଗ୍ନି ନାମରେ ମଧ୍ୟ ପରିଚିତ । ସେ ଜଣେ କ୍ରାନ୍ତିକାରୀ ଥିଲେ ଏବଂ ଭଗତ ସିଂହରାଜଗୁରୁ ଆଦି କ୍ରାନ୍ତିକାରୀଙ୍କ ସହକର୍ମୀ ଥିଲେ । ସେ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନର (ଏଚଆରଏ) ସଦସ୍ୟ ଭଗବତି ଚରଣ ବୋହରାଙ୍କ ପତ୍ନୀ ଥିଲେ ଓ ସେଥିପାଇଁ ଏଚଆରଏର ଅନ୍ୟ ସଦସ୍ୟମାନେ ତାଙ୍କୁ ଦୁର୍ଗା ଭାବୀ ( ଭାଉଜ ) ଭାବେ ଡାକୁଥିଲେ । ସେ ସୌଣ୍ଡାର୍ସ ହତ୍ୟାକାଣ୍ଡ ପରେ ଟ୍ରେନ ଯୋଗେ ଭଗତ ସିଂହଙ୍କୁ ପଳାୟନ କରିବାରେ ସ‌ହାୟତା କରିଥିଲେ ।[୧]

ଜୀବନୀ[ସମ୍ପାଦନା]

ଦୁର୍ଗାବତୀ ଦେବୀ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ୧୯୦୭ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଦିନରୁ ତାଙ୍କର ମାତାଙ୍କର ପରଲୋକ ହୋଇଯାଇଥିଲା ଓ ପିତା ସନ୍ୟାସୀ ହୋଇଯାଇଥିଲେ । ମାଉସୀ ତାଙ୍କର ଲାଳନପାଳନ କରିଥିଲେ । ମାତ୍ର ୧୧ ବର୍ଷ ବୟଷରେ ଭଗବତୀ ଚରଣ ବୋହରାଙ୍କୁ ବିବାହ କରିଥିଲେ ।

ଭଗବତୀ ଚରଣ ଲାହୋରର ନେସନାଲ କଲେଜରେ ପଢ଼ିବା ସମୟରୁ ଭଗତ ସିଂହ, ସୁଖଦେବ ଓ ଯଶପାଳଙ୍କ ସହଯୋଗୀତ୍ ଥିଲେ ଓ କ୍ରାନ୍ତିକାରୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ବିବାହପରେ ଦୁର୍ଗାବତୀ ଦେବୀ ମଧ୍ୟ କ୍ରାନ୍ତିକାରୀମାନଙ୍କ ସହ ଯୋଗ ଦେଇଥିଲେ । ସେ ନବ‌ଯବାନ ଭାରତ ସଭାର ଜଣେ ସକ୍ରିୟ ସଦସ୍ୟ ଥିଲେ ।

୧୯୨୮ ମସିହାରେ ଏଚଆରଏ ସଦସ୍ୟଙ୍କ ବିରୋଧରେ ପୁଲିସର ଦମନଲୀଳାଯୋଗୁ ଦୁର୍ଗାବତୀ ଦେବୀଙ୍କ ଆତ୍ମଗୋପନ କରିବାକୁ ପଡ଼ିଥିଲା । ସେହି ବର୍ଷ ସୌଣ୍ଡାର୍ସ ହତ୍ୟାକାଣ୍ଡ ପରେ ପୁଲିସଦ୍ୱାରା ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରୁ ବର୍ତ୍ତିବା ପାଇଁ ସେମାନେ ଦୁର୍ଗାବତୀ ଦେବୀଙ୍କ ସାହାଯ୍ୟ ଲୋଡ଼ିଥିଲେ । ଦୁର୍ଗାବତୀ ସେମାନଙ୍କ ପଳାୟନ ପାଇଁ ନିଜକୁ ଭଗତ ସିଂହଙ୍କ ପତ୍ନୀ ଭାବରେ ଛଦ୍ମବେଶରେ ରହିଥିଲେ । ରାଜଗୁରୁ ସେମାନଙ୍କ ଚାକରର ବେଶ ସାଜିଥିଲେ । ଦୁର୍ଗାବତୀ ନିଜର ୩ ବର୍ଷର ପୁଅକୁ ଧରି କ୍ରାନ୍ତିକାରୀମାନଙ୍କ ସହିତ ଲାହୋରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ରେଳରେ ବସି ଲାହୋରରୁ ପଳାୟନ କରିଥିଲେ ।[୩]

୧୯୨୯ମସିହା ଜୁଲାଇମାସରେ ଭଗତ ସିଂହଙ୍କ ମୁକ୍ତିପାଇଁ ସେ ଲାହୋରରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ । ଏହାର କିଛି ସପ୍ତାହ ପରେ ଜେଲରେ ୬୩ ଦିନ ଅନଶନ କରି ମୃତ୍ୟୁବରଣ କରିଥିବା ଯତୀନ୍ଦ୍ରନାଥ ଦାସ ମୃତ୍ୟୁବରଣ କରିଥିଲେ । ଦୁର୍ଗାଦେବୀ ଯତୀନ୍ଦ୍ରନାଥ ଦାସଙ୍କ ଶବସତ୍କାରର ନେତୃତ୍ୱ ନେଇଥିଲେ ଓ ଲାହୋରରୁ କଲିକତାଯାଁଏ ଶୋଭାଯାତ୍ରା ଆଣିଥିଲେ। ଭିନ୍ନ ଭିନ୍ନ ଲୋକ ଏହି ଶୋଭାଯାତ୍ରାରେ ଭାଗନେଇଥିଲେ। ସେହି ବର୍ଷ ସେ ଏକ ବ୍ରିଟିଶ ପୁଲିସ କର୍ମଚାରୀଙ୍କ ଉପରେ ଗୋଳିଚାଳନା କରିଥିଲେ । ଏଥିନିମନ୍ତେ ତାଙ୍କୁ ଗିରଫ କରାଯାଇ ୩ ବର୍ଷ କାରାଦଣ୍ଡ ଦିଆ ଯାଇଥିଲା ।[୪][୫]

ପରବର୍ତ୍ତୀ ଜୀବନ[ସମ୍ପାଦନା]

ପରେ ସେ ଗରିବ ପିଲାଙ୍କ ପାଇଁ ଲକ୍ଷ୍ନୌଠାରେ ଏକ ବିଦ୍ୟାଳୟ ସ୍ଥାପିତ କରିଥିଲେ, ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୬ ମସିହାରେ ସେହି ବିଦ୍ୟାଳ‌ୟର ଭ୍ରମଣରେ ଆସିଥିଲେ । ୧୯୯୯ ମସିହାରେ ଅକ୍ଟୋବର ୧୫ ତାରିଖରେ ଗାଜିୟାବାଦଠାରେ ଦୁର୍ଗାବତୀ ଦେବୀଙ୍କ ୯୨ ବର୍ଷରେ ଦେହାନ୍ତ ହେଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "The Tribune...Sunday Reading". Tribuneindia.com. Retrieved 9 November 2012.
  2. Maclean, Kama. "Freedom files: The secret life of Durga Devi Vohra". Scroll.in (in ଆମେରିକୀୟ ଇଂରାଜୀ). Retrieved 2022-01-11.
  3. Bakshi, S. R. (1988). Revolutionaries and the British Raj. Atlantic Publishers. p. 61.
  4. "Children of Midnight Durgawati Devi: The Fearless Lady!". YoungBites. Major Kulbir Singh. 11 January 2018. Retrieved 19 June 2019.
  5. "ସ୍ୱାଧିନତାର ୧୦୦ ମହାନାୟକ". No. ସମ୍ବାଦ ୦୭ ଜୁନ ୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. ଇଷ୍ଟର୍ଣ୍ଣ ମିଡ଼ିଆ. 7 June 2022. Archived from the original on 7 June 2022. Retrieved 7 June 2022.