ଦୀର୍ଘେଶ୍ଵରୀ ମନ୍ଦିର
ଦୀର୍ଘେଶ୍ୱରୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | କାମରୁପ |
ଦେବାଦେବୀ | ସତୀ ସତୀ |
Location | |
ସ୍ଥାନ | ଉତ୍ତର ଗୌହାଟି |
State | ଆସାମ |
Country | India |
Architecture | |
Type | ହିନ୍ଦୁ ମନ୍ଦିର |
Tarun Duarah Borphukan |
ଦୀର୍ଘେଶ୍ୱରୀ ମନ୍ଦିର (ଅସମୀୟା: দীৰ্ঘেশ্বৰী দেৱালয়) ଆସାମ ପ୍ରଦେଶ, ଭାରତର ଗୌହାଟିରେ ଥିବା ବ୍ରହ୍ମପୁତ୍ର ନଦୀର ଉତ୍ତର କୂଳରେ ଅବସ୍ଥିତ । ମନ୍ଦିର ପାଖରେ ଥିବା ପ୍ରସ୍ତର ଉପରେ ଅନେକ ପୁରାତନ ଛବି ଅଙ୍କିତ ହୋଇଛି । ଆହୋମ ରାଜା ସ୍ୱର୍ଗଦେଓ ଶିବ ସିଂହ (Siva Singha) ସେହି ଇଟା ନିର୍ମିତ ମନ୍ଦିରକୁ ଏକ ଶକ୍ତି ପୀଠ ମାନ୍ୟତା ଦିଆଯାଇଛି ଯେଉଠାରେ ଶକ୍ତି ପୂଜା କରାଯାଏ । ଏହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ବାର୍ଷିକ ଦୁର୍ଗା ପୂଜା ଉତ୍ସବ ଯେଉଁଠାକୁ ଅନେକ ଭକ୍ତ ଆସି ସମବେତ ହୁଅନ୍ତି ।
କିମ୍ବଦନ୍ତୀ
[ସମ୍ପାଦନା]ଆସାମରେ ଶକ୍ତି ପୂଜା ସଂସ୍କୃତି ବହୁତ ପୁରାତନ ଓ ଏଥି ନିମନ୍ତେ ଦୀର୍ଘେଶ୍ୱରୀ ଏକ ପ୍ରସିଦ୍ଧ ସ୍ଥାନ ଥିଲା । ପ୍ରଥମ ପତ୍ନୀ ସତୀଙ୍କ ମୃତ୍ୟୁ ପରେ ଶିବ ଶୋକାକୁଳ ହୋଇ ତାଙ୍କ ଶବକୁ ଧରି ସାରା ପୃଥିବୀରେ ବୁଲିବାକୁ ଲାଗିଲେ । ସେହି ଦୁଃଖରୁ ଶିବଙ୍କୁ ମୁକ୍ତି ଦେବା ପାଇଁ ଦେବତାଙ୍କ ଅନୁରୋଧ କ୍ରମେ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ପ୍ରୟୋଗ କରି ସତୀଙ୍କର ଶବକୁ ଖଣ୍ଡ ଖଣ୍ଡ କରି ଦେଲେ ଯାହା ବିଭିନ୍ନ ସ୍ଥାନରେ ଭୂପତିତ ହୋଇଥିଲା । ସତୀଙ୍କର ଯୌନାଙ୍ଗ ନୀଳାଚଳ ପର୍ବତ ଉପରେ ପଡ଼ିଥିଲା ଯେଉଁଠାରେ କାମାକ୍ଷା ମନ୍ଦିର ତିଆରି ହୋଇଥିଲା । ଅନ୍ୟ ଏକ ଖଣ୍ଡ ସିତାଚଳ ପର୍ବତ ଉପରେ ପଡ଼ିଥିଲା । ସେହି କାଳରୁ ଉକ୍ତ ସ୍ଥାନକୁ ଏକ ପବିତ୍ର ସ୍ଥାନର ମାନ୍ୟତା ଦିଆଯାଇ ଆସୁଛି ।
କଥିତ ଅଛି, ଅମରତ୍ୱ ପ୍ରାପ୍ତ ମାର୍କଣ୍ଡେୟ ସେହି ସ୍ଥାନକୁ ଆସି ଦେବୀ ଦୁର୍ଗାଙ୍କର ତପସ୍ୟା କରିଥିଲେ । ତାଙ୍କର ତପସ୍ୟାରେ ପ୍ରୀତ ହୋଇ ଅବଶେଷରେ ଦୁର୍ଗା ତାଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ଦେଇଥିଲେ । ସେହି କାରଣରୁ ଦୂର୍ଗା ଆରାଧନା ନିମନ୍ତେ ଦୀର୍ଘେଶ୍ୱରୀ ବିଖ୍ୟାତ ହୋଇ ରହିଲା ।
ଇତିହାସ
[ସମ୍ପାଦନା]ପୁରାକାଳରେ ବା ମଧ୍ୟ ଯୁଗରେ ଦୁର୍ଗାଙ୍କର ମନ୍ଦିର ଦୀର୍ଘେଶ୍ୱରୀରେ ଥିଲା କି ନାହିଁ, ତାହା ଜଣା ନାହିଁ । ଏବେକାର ମନ୍ଦିର ୧୭୧୪-୧୭୪୪ ମସିହାରେ ଅହୋମ ରାଜା ସ୍ୱର୍ଗଦେଓ ଶିବ ସିଂହଙ୍କ (Siva Singha) ରାଜତ୍ୱ ସମୟରେ ତିଆରି କରାଯାଇଥିଲା ଯାହାକୁ ଗୁଆହାଟୀ ଓ ନିମ୍ନ ଆସାମର (Lower Assam) ଆହୋମ ଭାଇସରାୟ ତତ୍ତ୍ୱାବଧାନରେ ତିଆରି ହୋଇଥିଲା ।[୧] ପାହାଡ଼ ଉପରେ ଥିବା ପଥର ଉପରେ ମନ୍ଦିରଟି ଇଟାରେ ତିଆରି ହୋଇଥିଲା । ଭୂମି ତଳେ ଏକ ଗୁମ୍ଫା ମଧ୍ୟରେ ଦେବୀ ଦୁର୍ଗାଙ୍କର ବିଗ୍ରହ ରଖାଯାଇଥିଲା ।
ମନ୍ଦିର ନାମରେ ଜାଗା ଦାନ କରାଯାଇଥିଲା ଓ ମନ୍ଦିରର ଦୈନନ୍ଦିନ ଉପଚାର ପାଇଁ ପୁରୋହିତମାନେ ନିଯୁକ୍ତ ହୋଇଥିଲା । ୧୭୫୬ ମସିହାରେ ଆହୋମ ରାଜା ସ୍ୱର୍ଗଦେଓ ରାଜେଶ୍ୱର ସିଂହଙ୍କର ରାଜକୀୟ ଭ୍ରମଣ ସମୟରେ ରାଜା ମନ୍ଦିର ଦର୍ଶନ କରି ଅଧିକ ଜାଗା ଦାନ କରିଥିଲେ ଓ ପରିଚାଳନା ପାଇଁ ଅଧିକ ଲୋକ ନିଯୁକ୍ତ କରିଥିଲେ । ଆଉ ମଧ୍ୟ ଦେବୀଙ୍କ ମଥା ଉପରେ ରଖିବା ପାଇଁ ରାଜା ଗୋଟିଏ ଟୋପି ପ୍ରଦାନ କରିଥିଲେ ଯାହା ମନ୍ଦିରର ଦେବୀଙ୍କୁ ଆଜି ପର୍ଯ୍ୟନ୍ତ ପିନ୍ଧା ଯାଉଛି ।[୨]
ଆଧୁନିକ ଦୀର୍ଘେଶ୍ୱରୀ ମନ୍ଦିର
[ସମ୍ପାଦନା]ଆହୋମ ଶାସନ ଓ ବ୍ରିଟିଶ ଶାସନ ପରେ ବାର୍ଷିକ ଦୁର୍ଗା ପୂଜା ଦେଖିବାକୁ ଅସଂଖ୍ୟ ଲୋକ ଆସିବା ଦେଖାଗଲା । ଦୁଗା ପୂଜାର ମୂଖ୍ୟ ଆକର୍ଷଣ ଥିଲା ମଇଁଷି ବଳି ।
ଅଧିକ ସଂଖ୍ୟକ ଲୋକ ସମବେତ ହେବା ନିମନ୍ତେ ମନ୍ଦିର ପାଚେରୀ ବଢାଗଲା ଓ ସେଥି ଯୋଗୁ ପୁରୁଣା ମନ୍ଦିର କାନ୍ଥର କିଛି ଅଂଶ ଭାଙ୍ଗିବାକୁ ପଡ଼ିଥିଲା ।
ମନ୍ଦିର ପାଖରେ ଏକ ଛୋଟ ପୋଖରୀ ଅଛି ଯେଉଁଥିରେ ଛୋଟ ମାଛ ଓ କଇଁଛ ଖେଳୁଛନ୍ତି ।
ପ୍ରସ୍ତର ବିଗ୍ରହ
[ସମ୍ପାଦନା]ମନ୍ଦିର ବ୍ୟତୀତ ପାହାଡର ପ୍ରସ୍ତର ଗାତ୍ରରେ ଅନେକ ଦେବ ଦେବୀଙ୍କର ମୂର୍ତ୍ତି ଖୋଦିତ ହୋଇଛି । କେଉଁ କାଳରେ ଏହା ନିର୍ମିତ ହୋଇଥିଲା, ତାହା ଅଜଣା ଅଛି ।
। ଅନ୍ୟାନ୍ୟ ହିନ୍ଦୁ ମନ୍ଦିର ଓ ପବିତ୍ର ସ୍ଥାନ ଭଳି ଏହି ମନ୍ଦିର ପ୍ରବେଶ ଦ୍ୱାରରେ ଏକ ବିରାଟ ଆକାରର ଗଣେଶ ବିଗ୍ରହ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ହିନ୍ଦୁ ବିଶ୍ୱାସ ଅନୁସାରେ କୌଣସି ପବିତ୍ର ସ୍ଥାନକୁ ଯାଇ ପୂଜା କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କର ପୂଜା କରିବା ବିଧେୟ । ମନ୍ଦିର ପାଖରେ ପଥର ଉପରେ ଦୁଇଟି ପାଦ ଚିହ୍ନ ଅଛି ଯାହା ଦେବୀ ଦୂର୍ଗାଙ୍କର ହୋଇଥିବା ବିଶ୍ୱାସ କରାଯାଏ । ନାବ ଭଳି ଏକ ପଥର ପ୍ରତିମୂର୍ତ୍ତିକୁ ନାବ କେଳି ନିମନ୍ତେ ଅତୀତରେ ଅପ୍ସରା (Apasaras) ବ୍ୟବହାର କରୁଥିବା ବିଶ୍ୱାସ କରାଯାଏ ।
ସମାପ୍ତ
[ସମ୍ପାଦନା]ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ) ଏହି ମନ୍ଦିରକୁ ଏକ ମହତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଭାବରେ ଘୋଷଣା କରିଛନ୍ତି । ସ୍ଥାନୀୟ ଲୋକମାନେ ଏହାକୁ କାମାକ୍ଷା ମନ୍ଦିର (Kamakhya) ପରେ ଦ୍ୱିତୀୟ ପବିତ୍ର ସ୍ଥାନର ମାନ୍ୟତା ଦିଅନ୍ତି । କାମାକ୍ଷା ମନ୍ଦିରରେ ପୂଜା ପାଠ ସାରିବା ପରେ ଦେବୀ ଦୁର୍ଗାଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ପାଇବା ନିମନ୍ତେ ଥରେ ଦିରଘେଶ୍ୱରୀ ମନ୍ଦିର ଦର୍ଶନ କରିବା ଆବଶ୍ୟକ ବୋଲି ବିଶ୍ୱାସ କରାଯାଏ । ଐତିହାସିକ ସ୍ମାରକୀଗୁଡ଼ିକର ପ୍ରଶଂସକ ପରିବ୍ରାଜକମାନଙ୍କର ଏହା ଏକ ମହତ୍ୱପୂର୍ଣ୍ଣ ଲକ୍ଷ ସ୍ଥାନ ।
ଆଧାର
[ସମ୍ପାଦନା]ଅଧିକ ଦେଖନ୍ତୁ
[ସମ୍ପାଦନା]- Bhuyan Dr. S.K. Swargadeo Rajeswar Singha first edition 1975 Publication Board of Assam Guwahati
- Barbaruah Hiteswar Ahomar-Din or A History of Assam under the Ahoms first edition 1981 Publication Board of Assam Guwahati