ଦୀନେଶ କୁମାର
ଦେଖଣା
ଦୀନେଶ କୁମାର | |
---|---|
ଜନ୍ମ | ଦୀନେଶ କୁମାର ୩୦ ଜାନୁଆରୀ ୨୦୦୦ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାଇକେଲ ଚାଳନା |
ପିତାମାତା(s) | ମହେନ୍ଦ୍ର ପଟେଲ, ଶୋଭା ଦେବୀ |
ଦୀନେଶ କୁମାର ଜଣେ ଓଡ଼ିଆ ସାଇକେଲଚାଳନା ଖେଳାଳି ।[୧] ସେ ପ୍ରଥମ ଓଡ଼ିଆ ସାଇକେଲଚାଳକ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ । ୨୦୨୩ ମସିହାରେ ଚୀନର ହାଙ୍ଗଝୌରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ମଧ୍ୟ ସେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସେ ଦଳଗତ ଶୃଂଖଳ ପରସୁଇଟ ବିଭାଗରେ ଭାଗନେବେ । ୨୦୨୨ ଜାତୀୟ କ୍ରୀଡ଼ାରେ ସେ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୨]
ଦୀନେଶ କୁମାର, ୨୦୧୪ ମସିହାରୁ ସାଇକେଲଚାଳନା ଆରମ୍ଭ କରିଥିଲେ । ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସାଇକ୍ଲିଂ ଟ୍ରାକରେ ଗୁରୁ ସୁଶୀଲ କୁମାରଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ସେ ରାଉରକେଲା ସହରର ବାସନ୍ତୀ କଲୋନୀରେ ରୁହନ୍ତି ।[୩]
ଆଧାର
[ସମ୍ପାଦନା]- ↑ "personalities". www.orisports.com. orisports.com. Archived from the original on 22 September 2023. Retrieved 22 September 2023.
- ↑ "National Games: Double-Gold For Odisha Cyclist Dinesh Kumar". www.odishabytes.com. odisha bytes. Archived from the original on 22 September 2023. Retrieved 22 September 2023.
- ↑ "ଦୀନେଶଙ୍କୁ ଏସୀୟ କ୍ରୀଡ଼ା ଟିକଟ୍: ଏସିଆଡ୍ରେ ପ୍ରଥମ ଓଡ଼ିଆ ସାଇକଲ୍ଚାଳକ ହେବାର ଗୌରବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2023. Retrieved 22 September 2023.