Jump to content

ଦିବ୍ୟାଙ୍କା ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଦିବ୍ୟଙ୍କା ତ୍ରିପାଠୀ
ସବ୍‌କେ ଅନୋଖେ ଆୱାର୍ଡ଼ରେ ଦିବ୍ୟଙ୍କା
ଜନ୍ମ (1984-12-14) ୧୪ ଡିସେମ୍ବର ୧୯୮୪ (ବୟସ ୪୧)
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୦୩– ଏବେଯାଏଁ
ଜୀବନସାଥୀ
ବିବେକ ଦହିୟା
​
(m. ୨୦୧୬)​
Parents
  • ନରେନ୍ଦ୍ର ତ୍ରିପାଠୀ (father)
  • ନୀଲମ୍ ତ୍ରିପାଠୀ (mother)

ଦିବ୍ୟଙ୍କା ତ୍ରିପାଠୀ (ଜନ୍ମ: ୧୪ ଡିସେମ୍ବର ୧୯୮୪[୧]) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଜଗତର ଧାରାବାହିକମାନଙ୍କରେ ଅଭିନୟ କରନ୍ତି ।[୩][୪] ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନୁଁ ମେଁ ତେରି ଦୁଲ୍ହନ୍‌ରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ସେ ଲୋକପ୍ରିୟତା ପାଇଥିଲା । ଅଧୁନା ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ୟେ ହୈଁ ମୋହବତେଁର ମୁଖ୍ୟ ନାୟିକା ଡ. ଇଶିତା ଭଲ୍ଲା ଭୂମିକାରେ ଅଭିନୟ କରୁଛନ୍ତି । ୨୦୧୭ ମସିହାରେ ସେ ଭାରତୀୟ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ନାଚ୍ ବଲିୟେରେ ବିଜୟୀ ହୋଇଥିଲେ ।[୫]

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

ଦିବ୍ୟଙ୍କା ତ୍ରିପାଠୀ ୧୯୮୪ ମସିହାର ଡିସେମ୍ବର ମାସ ୧୪ ତାରିଖରେ[୬] ମଧ୍ୟପ୍ରଦେଶର ଭୋପାଳଠାର ଜନ୍ମଗ୍ରହଣ କରିଥିଲେ ।[୭][୮] ସେ ଭୋପାଳର ନୂତନ କଲେଜରେ ପାଠ ପଢ଼ିଥିଲେ ।[୯] ଉତ୍ତରକାଶୀରେ ଥିବା ନେହେରୁ ଇନିଷ୍ଟିଚିଉଟ୍ ଅଫ୍ ମାଉଣ୍ଟେନରିଂରେ ପାହାଡ଼ ଚଢ଼ିବାର ଟ୍ରେନିଂ ନେଇଥିଲେ ।[୧୦]

ବୈବାହିକ ଜୀବନ

[ସମ୍ପାଦନା]

ଦିବ୍ୟଙ୍କାର ଦୁଲ୍ହନ ଧାରାବାହିକରେ ଅଭିନୟ କରୁଥିବା ତାଙ୍କ ସହ-ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଥିଲା ।[୧୧] ୨୦୧୫ ମସିହାରେ ତାଙ୍କର ପ୍ରେମ ସମ୍ପର୍କ ଭାଙ୍ଗିଯିବାପରେ ସେ ୟେ ହେଁ ମୋହବତେଁରେ ତାଙ୍କ ସହ-ଅଭିନେତା ବିବେକ ଦହିୟାଙ୍କୁ ବିବାହ କରିଥିଲେ ।[୧୨][୧୩] ୮ ଜୁଲାଇ ୨୦୧୬ରେ ଏହି ଦମ୍ପତ୍ତିଙ୍କର ଭୋପାଳଠାରେ ବିବାହ ହୋଇଥିଲା ।[୧୪]

  1. ↑ "Divyanka Tripathi husband, wedding photos, date of birth, age, Facebook page, Instagram page, Twitter page and famous roles". Indian Express. Retrieved 26 June 2017.
  2. ↑ Bhandari, Jhanvi (20 July 2016). "Divyanka Tripathi changes name to Divyanka Tripathi Dahiya". The Times of India. Retrieved 21 July 2016.
  3. ↑ "Minor girl raped on Independence Day in Chandigarh, Divyanka Tripathi is scared to have a daughter".
  4. ↑ "'Yeh Hai Mohabbatein' Actress Divyanka Tripathi Hits Milestone, Gets Pampered in Unique Way". ibtimes.co.in. Retrieved 12 July 2015.
  5. ↑ "Divyanka Tripathi And Vivek Dahiya Are The Winners Of Nach Baliye 8". Retrieved 26 June 2017.
  6. ↑ IANS (14 December 2015). "Divyanka Tripathi gifts herself a holiday on birthday". The Indian Express. Retrieved 31 March 2016.
  7. ↑ "Divyanka Tripathi: Since I'm from Bhopal, I know how to prepare Iftaar". The Times of India. Retrieved 18 July 2015.
  8. ↑ "'Yeh Hai Mohabbatein' Actress Divyanka Tripathi Bags Top Award at Prestigious Theatre Festival". ibtimes.co.in. Retrieved 13 July 2015.
  9. ↑ "From being a tomboy to having three boyfriends, TV's queen Divyanka Tripathi opens up". intoday.in.
  10. ↑ "From Divyanka Tripathi to Ram Kapoor, 10 of television's most educated actors". The Indian Express.
  11. ↑ "Revealed: Why Did Divyanka Tripathi and Ssharad Malhotra Break Up?". Archived from the original on 3 June 2016. Retrieved 3 March 2015.
  12. ↑ "Divyanka Tripathi-Vivek Dahiya get engaged". India Today. 19 January 2016. Retrieved 15 March 2016.
  13. ↑ "Divyanka Tripathi-Vivek Dahiya engaged: Yeh Hai Mohabbatein actors reveal their love story".
  14. ↑ PTI (9 July 2016). "Divyanka Tripathi, Vivek Dahika get married". The Hindu. Retrieved 21 July 2016.

ଅଧିକ ତଥ୍ୟ

[ସମ୍ପାଦନା]