ଦିବ୍ୟାଙ୍କା ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(ଦିବ୍ୟଙ୍କା ତ୍ରିପାଠୀରୁ ଲେଉଟି ଆସିଛି)
ଦିବ୍ୟଙ୍କା ତ୍ରିପାଠୀ
ସବ୍‌କେ ଅନୋଖେ ଆୱାର୍ଡ଼ରେ ଦିବ୍ୟଙ୍କା
ଜନ୍ମ (1984-12-14) ୧୪ ଡିସେମ୍ବର ୧୯୮୪ (ବୟସ ୩୯)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩– ଏବେଯାଏଁ
ବୈବାହିକ-ସାଥୀ
ବିବେକ ଦହିୟା
(m. ୨୦୧୬)
ପିତାମାତାs
  • ନରେନ୍ଦ୍ର ତ୍ରିପାଠୀ (father)
  • ନୀଲମ୍ ତ୍ରିପାଠୀ (mother)

ଦିବ୍ୟଙ୍କା ତ୍ରିପାଠୀ (ଜନ୍ମ: ୧୪ ଡିସେମ୍ବର ୧୯୮୪[୧]) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଜଗତର ଧାରାବାହିକମାନଙ୍କରେ ଅଭିନୟ କରନ୍ତି ।[୩][୪] ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନୁଁ ମେଁ ତେରି ଦୁଲ୍ହନ୍‌ରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ସେ ଲୋକପ୍ରିୟତା ପାଇଥିଲା । ଅଧୁନା ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ୟେ ହୈଁ ମୋହବତେଁର ମୁଖ୍ୟ ନାୟିକା ଡ. ଇଶିତା ଭଲ୍ଲା ଭୂମିକାରେ ଅଭିନୟ କରୁଛନ୍ତି । ୨୦୧୭ ମସିହାରେ ସେ ଭାରତୀୟ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ନାଚ୍ ବଲିୟେରେ ବିଜୟୀ ହୋଇଥିଲେ ।[୫]

ଜନ୍ମ ଓ ଶିକ୍ଷା[ସମ୍ପାଦନା]

ଦିବ୍ୟଙ୍କା ତ୍ରିପାଠୀ ୧୯୮୪ ମସିହାର ଡିସେମ୍ବର ମାସ ୧୪ ତାରିଖରେ[୬] ମଧ୍ୟପ୍ରଦେଶଭୋପାଳଠାର ଜନ୍ମଗ୍ରହଣ କରିଥିଲେ ।[୭][୮] ସେ ଭୋପାଳର ନୂତନ କଲେଜରେ ପାଠ ପଢ଼ିଥିଲେ ।[୯] ଉତ୍ତରକାଶୀରେ ଥିବା ନେହେରୁ ଇନିଷ୍ଟିଚିଉଟ୍ ଅଫ୍ ମାଉଣ୍ଟେନରିଂରେ ପାହାଡ଼ ଚଢ଼ିବାର ଟ୍ରେନିଂ ନେଇଥିଲେ ।[୧୦]

ବୈବାହିକ ଜୀବନ[ସମ୍ପାଦନା]

ଦିବ୍ୟଙ୍କାର ଦୁଲ୍ହନ ଧାରାବାହିକରେ ଅଭିନୟ କରୁଥିବା ତାଙ୍କ ସହ-ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଥିଲା ।[୧୧] ୨୦୧୫ ମସିହାରେ ତାଙ୍କର ପ୍ରେମ ସମ୍ପର୍କ ଭାଙ୍ଗିଯିବାପରେ ସେ ୟେ ହେଁ ମୋହବତେଁରେ ତାଙ୍କ ସହ-ଅଭିନେତା ବିବେକ ଦହିୟାଙ୍କୁ ବିବାହ କରିଥିଲେ ।[୧୨][୧୩] ୮ ଜୁଲାଇ ୨୦୧୬ରେ ଏହି ଦମ୍ପତ୍ତିଙ୍କର ଭୋପାଳଠାରେ ବିବାହ ହୋଇଥିଲା ।[୧୪]

ଆଧାର[ସମ୍ପାଦନା]

  1. "Divyanka Tripathi husband, wedding photos, date of birth, age, Facebook page, Instagram page, Twitter page and famous roles". Indian Express. Retrieved 26 June 2017.
  2. Bhandari, Jhanvi (20 July 2016). "Divyanka Tripathi changes name to Divyanka Tripathi Dahiya". The Times of India. Retrieved 21 July 2016.
  3. "Minor girl raped on Independence Day in Chandigarh, Divyanka Tripathi is scared to have a daughter".
  4. "'Yeh Hai Mohabbatein' Actress Divyanka Tripathi Hits Milestone, Gets Pampered in Unique Way". ibtimes.co.in. Retrieved 12 July 2015.
  5. "Divyanka Tripathi And Vivek Dahiya Are The Winners Of Nach Baliye 8". Retrieved 26 June 2017.
  6. IANS (14 December 2015). "Divyanka Tripathi gifts herself a holiday on birthday". The Indian Express. Retrieved 31 March 2016.
  7. "Divyanka Tripathi: Since I'm from Bhopal, I know how to prepare Iftaar". The Times of India. Retrieved 18 July 2015.
  8. "'Yeh Hai Mohabbatein' Actress Divyanka Tripathi Bags Top Award at Prestigious Theatre Festival". ibtimes.co.in. Retrieved 13 July 2015.
  9. "From being a tomboy to having three boyfriends, TV's queen Divyanka Tripathi opens up". intoday.in.
  10. "From Divyanka Tripathi to Ram Kapoor, 10 of television's most educated actors". The Indian Express.
  11. "Revealed: Why Did Divyanka Tripathi and Ssharad Malhotra Break Up?". Archived from the original on 3 June 2016. Retrieved 3 March 2015.
  12. "Divyanka Tripathi-Vivek Dahiya get engaged". India Today. 19 January 2016. Retrieved 15 March 2016.
  13. "Divyanka Tripathi-Vivek Dahiya engaged: Yeh Hai Mohabbatein actors reveal their love story".
  14. PTI (9 July 2016). "Divyanka Tripathi, Vivek Dahika get married". The Hindu. Retrieved 21 July 2016.

ଅଧିକ ତଥ୍ୟ[ସମ୍ପାଦନା]