Jump to content

ଦିପାଳୀ ବଡ଼ଠାକୁର

ଉଇକିପିଡ଼ିଆ‌ରୁ
(ଦିପାଳୀ ବର୍ଥକୁରରୁ ଲେଉଟି ଆସିଛି)
ଦିପାଳୀ ବଡ଼ଠାକୁର
ଜନ୍ମ(1941-01-30)୩୦ ଜାନୁଆରୀ ୧୯୪୧
ନୀଳମଣିଟି ଇଷ୍ଟେଟ୍, ସୋନାରି, ଶିବସାଗର, ଆସାମ
ମୃତ୍ୟୁ୨୧ ଡିସେମ୍ବର ୨୦୧୮(2018-12-21) (ବୟସ ୭୭)
ବୃତ୍ତିକଣ୍ଠଶିଳ୍ପୀ
ସକ୍ରିୟ ବର୍ଷ୧୯୫୫-୧୯୬୯
ବୈବାହିକ-ସାଥୀନୀଲ୍ ପୱନ ବୁରାଃ
ପୁରସ୍କାରପଦ୍ମଶ୍ରୀ, ୧୯୯୮

ଦିପାଳୀ ବଡ଼ଠାକୁର (୩୦ ଜାନୁଆରୀ ୧୯୪୧ - ୨୧ ଡିସେମ୍ବର ୨୦୧୮) ଭାରତୀୟ ଲୋକଗୀତ ଗାୟିକା, ଯିଏକି ମୁଖ୍ୟତଃ ଅହମିୟା ଭାଷାର ଗୀତ ଗାଉଥିଲେ ।[] ୧୯୯୮ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବଡ଼ଠାକୁର ୧୯୪୧ ମସିହାରେ ଆସାମର ଶିବସାଗରର ସୋନାରିରେ ଜନ୍ମଗ୍ରହଣ କରିଥିଲେ ।[][] ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ବଡ଼ଠାକୁର ଏବଂ ମାଆ ଚନ୍ଦ୍ରକାନ୍ତ ଦେବୀ ।[]

ସଂଗୀତ ବୃତ୍ତି

[ସମ୍ପାଦନା]

ବଡ଼ଠାକୁର ଜଣେ ଗାୟକ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୫୮ ମସିହାରେ ଯେତେବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଅଲ୍ ଇଣ୍ଡିଆ ରେଡିଓ, ଗୌହାଟୀ ପାଇଁ ଗୀତ, 'ମୋର୍ ବୋପାଇ ଲାହୋରି' ଗାଇଥିଲେ ।[] ୧୯୫୯ ମସିହାରେ ଲାଚିତ୍ ବୋର୍ଫୁକାନ୍ କଥାଚିତ୍ର ପାଇଁ ସେ 'ଜୋବୋନ୍ ଆମୋନି କୋରେ ଚେନାଇଧୋନ୍' ଗୀତ ଗାଇଥିଲେ ।[]

ତାଙ୍କର ଅନ୍ୟ କେତେକ ଜଣାଶୁଣା ଆହମିୟା ଗୀତଗୁଡ଼ିକ ହେଉଛି:[]

  • ସୋନୋର ଖାରୁ ନାଲେଜ ମୁକ
  • ଜୁବୁନ୍ ଆମୋନି କୋରେ ଚେନାଡନ୍
  • ଜଣ୍ଡୋନ୍ ଜୁନାଲିଟ୍
  • କୋନମାନା ବୋରୋକ୍ସିର ସିପ୍
  • ସେନା ମୋଇ ଜାଉ ଦେ
  • ଓ ବନ୍ଧୁ ସୋମୋଇ ପାଲ୍ ଅମର ଫାଲେ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବଡ଼ଠାକୁର ତାଙ୍କର ଶେଷ ଗୀତ 'ଲୁଇଟୋ ନେଜାବି ବୋଇ' ୧୯୬୯ରେ ଗାଇଥିଲେ ।[] ଏହା ପରେ ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ହୋଇଥିଲେ, ଫଳରେ ଗୀତ ଗାଇବାରେ ତାଙ୍କର ବାଧା ସୃଷ୍ଟି ହୋଇଥିଲେ । ୧୯୭୬ ମସିହାରେ ସେ ଆସାମୀ-ଭାରତୀୟ କଳାକାର ତଥା ଚିତ୍ରକର ନୀଲ୍ ପଢ଼ନ ବରୁଆଙ୍କୁ ବିବାହ କରିଥିଲେ ।[]

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗୌହାଟୀର ନେମ୍‌କେୟାର ହସ୍ପିଟାଲରେ ୨୧ ଡିସେମ୍ବର ୨୦୧୮ରେ ତାଙ୍କର ଦେହାନ୍ତ ହୋଇଥିଲା ।[] ସେ "ଆସାମର ନାଇଟ୍ଏଙ୍ଗେଲ୍" ଭାବରେ ଜଣାଶୁଣା ।[]

ପୁରସ୍କାର

[ସମ୍ପାଦନା]

୧୯୯୦–୯୨ ମସିହାରେ ଲୋକ ତଥା ପାରମ୍ପାରିକ ସଂଗୀତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ପୁରସ୍କାର ତାଲିକା:

  • ୧୯୯୮ ମସିହାରେ ଭାରତ ସରକାରଙ୍କଦ୍ୱାରା କଳା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ[୧୦][୧୧]
  • ୨୦୧୦ ମସିହାରେ ଆସାମ ସରକାରଙ୍କଠାରୁ ସିଲିପି ବୋଟା ସମ୍ମାନ[୧୨]
  • ସାଡୌ ଆସୋମ ଲେଖିକା ସମାରୋହ ସମିତିଦ୍ୱାରା ୨୦୧୨ ମସିହାରେ ଏଡିୟୁ ହାଣ୍ଡିକ୍ ଶିଳ୍ପୀ ପୁରସ୍କାର[୧୩]
  1. "A tribute to marriage of arts & minds - Book on celebrity couple". The Telegraph. 26 December 2003. Archived from the original on 4 March 2016. Retrieved 2 April 2013.
  2. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  3. ୩.୦ ୩.୧ ୩.୨ Suchibrata Ray, Silpi Dipali Barthakuror 71 Sonkhyok Jonmodin, Amar Asom, 31 January 2012, accessed date: 03-02-2012
  4. "Assamese singer Dipali Barthakur passes away". The Hindu (in Indian English). 2018-12-22. ISSN 0971-751X. Retrieved 2020-03-10.
  5. ୫.୦ ୫.୧ "Deepali-Borthakur". assamspider.com. Archived from the original on 10 October 2011. Retrieved 2 April 2013.
  6. "Musical Minds". enajori.com. Archived from the original on 2013-04-10. Retrieved 2013-04-12.
  7. "Where Rubies are Hidden - II". Rukshaan Art. Archived from the original on 17 November 2018. Retrieved 8 July 2019.
  8. "Dipali Borthakur Passes Away". Archived from the original on 15 February 2020. Retrieved 21 December 2018.
  9. "Singer Dipali Barthakur passes away, last rite today with state honour". www.thehillstimes.in. Archived from the original on 5 February 2022. Retrieved 2020-03-10.
  10. "October 16th, 2010 - October 28th, 2010, The Strand Art Room, Neel Pawan Baruah". ArtSlant. Archived from the original on 15 February 2020. Retrieved 2013-04-01.
  11. "Rediff On The NeT: Nani Palkhivala, Lakshmi Sehgal conferred Padma Vibushan". Rediff.co.in. 1998-01-27. Retrieved 2013-04-01.
  12. TI Trade (2010-01-18). "The Assam Tribune Online". Assamtribune.com. Archived from the original on 2016-03-03. Retrieved 2013-04-01.
  13. "Aideu Handique Silpi Award to Dipali Borthakur". htsyndication.com. 2012-10-06. Archived from the original on 2013-06-29.