Jump to content

ଦିପାଳୀ ବଡ଼ଠାକୁର

ଉଇକିପିଡ଼ିଆ‌ରୁ
ଦିପାଳୀ ବଡ଼ଠାକୁର
ଜନ୍ମ(1941-01-30)୩୦ ଜାନୁଆରୀ ୧୯୪୧
ନୀଳମଣିଟି ଇଷ୍ଟେଟ୍, ସୋନାରି, ଶିବସାଗର, ଆସାମ
Died୨୧ ଡିସେମ୍ବର ୨୦୧୮(2018-12-21) (ବୟସ ୭୭)
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୫୫-୧୯୬୯
ଜୀବନସାଥୀନୀଲ୍ ପୱନ ବୁରାଃ
ପୁରସ୍କାରପଦ୍ମଶ୍ରୀ, ୧୯୯୮

ଦିପାଳୀ ବଡ଼ଠାକୁର (୩୦ ଜାନୁଆରୀ ୧୯୪୧ - ୨୧ ଡିସେମ୍ବର ୨୦୧୮) ଭାରତୀୟ ଲୋକଗୀତ ଗାୟିକା, ଯିଏକି ମୁଖ୍ୟତଃ ଅହମିୟା ଭାଷାର ଗୀତ ଗାଉଥିଲେ ।[୧] ୧୯୯୮ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବଡ଼ଠାକୁର ୧୯୪୧ ମସିହାରେ ଆସାମର ଶିବସାଗରର ସୋନାରିରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ବଡ଼ଠାକୁର ଏବଂ ମାଆ ଚନ୍ଦ୍ରକାନ୍ତ ଦେବୀ ।[୫]

ସଂଗୀତ ବୃତ୍ତି

[ସମ୍ପାଦନା]

ବଡ଼ଠାକୁର ଜଣେ ଗାୟକ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୫୮ ମସିହାରେ ଯେତେବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଅଲ୍ ଇଣ୍ଡିଆ ରେଡିଓ, ଗୌହାଟୀ ପାଇଁ ଗୀତ, 'ମୋର୍ ବୋପାଇ ଲାହୋରି' ଗାଇଥିଲେ ।[୩] ୧୯୫୯ ମସିହାରେ ଲାଚିତ୍ ବୋର୍ଫୁକାନ୍ କଥାଚିତ୍ର ପାଇଁ ସେ 'ଜୋବୋନ୍ ଆମୋନି କୋରେ ଚେନାଇଧୋନ୍' ଗୀତ ଗାଇଥିଲେ ।[୬]

ତାଙ୍କର ଅନ୍ୟ କେତେକ ଜଣାଶୁଣା ଆହମିୟା ଗୀତଗୁଡ଼ିକ ହେଉଛି:[୫]

  • ସୋନୋର ଖାରୁ ନାଲେଜ ମୁକ
  • ଜୁବୁନ୍ ଆମୋନି କୋରେ ଚେନାଡନ୍
  • ଜଣ୍ଡୋନ୍ ଜୁନାଲିଟ୍
  • କୋନମାନା ବୋରୋକ୍ସିର ସିପ୍
  • ସେନା ମୋଇ ଜାଉ ଦେ
  • ଓ ବନ୍ଧୁ ସୋମୋଇ ପାଲ୍ ଅମର ଫାଲେ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବଡ଼ଠାକୁର ତାଙ୍କର ଶେଷ ଗୀତ 'ଲୁଇଟୋ ନେଜାବି ବୋଇ' ୧୯୬୯ରେ ଗାଇଥିଲେ ।[୩] ଏହା ପରେ ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ହୋଇଥିଲେ, ଫଳରେ ଗୀତ ଗାଇବାରେ ତାଙ୍କର ବାଧା ସୃଷ୍ଟି ହୋଇଥିଲେ । ୧୯୭୬ ମସିହାରେ ସେ ଆସାମୀ-ଭାରତୀୟ କଳାକାର ତଥା ଚିତ୍ରକର ନୀଲ୍ ପଢ଼ନ ବରୁଆଙ୍କୁ ବିବାହ କରିଥିଲେ ।[୭]

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗୌହାଟୀର ନେମ୍‌କେୟାର ହସ୍ପିଟାଲରେ ୨୧ ଡିସେମ୍ବର ୨୦୧୮ରେ ତାଙ୍କର ଦେହାନ୍ତ ହୋଇଥିଲା ।[୮] ସେ "ଆସାମର ନାଇଟ୍ଏଙ୍ଗେଲ୍" ଭାବରେ ଜଣାଶୁଣା ।[୯]

ପୁରସ୍କାର

[ସମ୍ପାଦନା]

୧୯୯୦–୯୨ ମସିହାରେ ଲୋକ ତଥା ପାରମ୍ପାରିକ ସଂଗୀତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ପୁରସ୍କାର ତାଲିକା:

  • ୧୯୯୮ ମସିହାରେ ଭାରତ ସରକାରଙ୍କଦ୍ୱାରା କଳା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ[୧୦][୧୧]
  • ୨୦୧୦ ମସିହାରେ ଆସାମ ସରକାରଙ୍କଠାରୁ ସିଲିପି ବୋଟା ସମ୍ମାନ[୧୨]
  • ସାଡୌ ଆସୋମ ଲେଖିକା ସମାରୋହ ସମିତିଦ୍ୱାରା ୨୦୧୨ ମସିହାରେ ଏଡିୟୁ ହାଣ୍ଡିକ୍ ଶିଳ୍ପୀ ପୁରସ୍କାର[୧୩]
  1. ↑ "A tribute to marriage of arts & minds - Book on celebrity couple". The Telegraph. 26 December 2003. Archived from the original on 4 March 2016. Retrieved 2 April 2013.
  2. ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  3. 1 2 3 Suchibrata Ray, Silpi Dipali Barthakuror 71 Sonkhyok Jonmodin, Amar Asom, 31 January 2012, accessed date: 03-02-2012
  4. ↑ "Assamese singer Dipali Barthakur passes away". The Hindu (in Indian English). 2018-12-22. ISSN 0971-751X. Retrieved 2020-03-10.
  5. 1 2 "Deepali-Borthakur". assamspider.com. Archived from the original on 10 October 2011. Retrieved 2 April 2013.
  6. ↑ "Musical Minds". enajori.com. Archived from the original on 2013-04-10. Retrieved 2013-04-12.
  7. ↑ "Where Rubies are Hidden - II". Rukshaan Art. Archived from the original on 17 November 2018. Retrieved 8 July 2019.
  8. ↑ "Dipali Borthakur Passes Away". Archived from the original on 15 February 2020. Retrieved 21 December 2018.
  9. ↑ "Singer Dipali Barthakur passes away, last rite today with state honour". www.thehillstimes.in. Archived from the original on 5 February 2022. Retrieved 2020-03-10.
  10. ↑ "October 16th, 2010 - October 28th, 2010, The Strand Art Room, Neel Pawan Baruah". ArtSlant. Archived from the original on 15 February 2020. Retrieved 2013-04-01.
  11. ↑ "Rediff On The NeT: Nani Palkhivala, Lakshmi Sehgal conferred Padma Vibushan". Rediff.co.in. 1998-01-27. Retrieved 2013-04-01.[permanent dead link]
  12. ↑ TI Trade (2010-01-18). "The Assam Tribune Online". Assamtribune.com. Archived from the original on 2016-03-03. Retrieved 2013-04-01.
  13. ↑ "Aideu Handique Silpi Award to Dipali Borthakur". htsyndication.com. 2012-10-06. Archived from the original on 2013-06-29.