ଦାଦୁଦାନ ଗାଦଭି

ଉଇକିପିଡ଼ିଆ‌ରୁ
ଦାଦୁଦାନ ଗାଦଭି
ମୂଳ ନାମ
କବି ଦାଦ
ଜନ୍ମ ସମୟରେ ନାମଦାଦୁଦାନ ପ୍ରତାପଦାନ ଗାଦଭି
ଜନ୍ମ(1940-09-11)୧୧ ସେପ୍ଟେମ୍ବର ୧୯୪୦


[୧]
ମୃତ୍ୟୁ୨୬ ଅପ୍ରେଲ ୨୦୨୧(2021-04-26) (ବୟସ ୮୦)
ଶୈଳୀଲୋକ ଗୀତ
ପେଷାଲୋକଗୀତ ଗାୟକ, କବି

ଦାଦୁଦାନ ପ୍ରତାପଦାନ ଗାଦଭି (ଗୁଜରାଟୀ: દાદુદાન પ્રતાપદાન ગઢવી)[୨] (୧୧ ସେପ୍ଟେମ୍ବର ୧୯୪୦ - ୨୬ ଅପ୍ରେଲ ୨୦୨୧) ଜଣେ ଭାରତୀୟ ଗୁଜରାଟୀ-ଭାଷୀ କବି ଓ ଲୋକଗୀତ ଗାୟକ ଥିଲେ ଯିଏକି କବି ଦାଦ ଭାବରେ ଜଣାଶୁଣା ।[୩] ୨୦୨୧ ମସିହାରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୪]

ଜୀବନୀ[ସମ୍ପାଦନା]

ଗାଦଭି ୧୯୪୦ ମସିହାରେ ଇଶ୍ୱରିଆ (ବର୍ତ୍ତମାନର ଗୁଜରାଟସ୍ଥିତ ବୀରବଲ ତାଲୁକାରେ ଅନ୍ତର୍ଭୁକ୍ତ) ।[୫] ତାଙ୍କ ପିତାଙ୍କ ନାମ ପ୍ରତାପଦ ଗାଦଭି । ସେ ଜୁନାଗଡ଼ ନବାବଙ୍କ ରାଜକବି ତଥା ପରାମର୍ଶଦାତା ଥିଲେ । ତାଙ୍କୁ ଜୁନାଗଡ଼ର ନବାବଦ୍ୱାରା ଦୁଇଟି ତହସିଲ ସାପର ଓ ଇଶ୍ୱରିଆ ପ୍ରଦାନ କରାଯାଇଥିଲା ।[୬] ତାଙ୍କ ମାଆଙ୍କ ନାମ କର୍ନିବା ଗାଦଭି । ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ସେ ଗିର୍ ନିକଟ ଇଶ୍ୱରିଆ ଗାଆଁର ମୂଳ ବାସିନ୍ଦା ଥିଲେ ଏବଂ ଜୁନାଗଡ଼ରେ ରହୁଥିଲେ । ସେ ୧୫ଟି ଗୁଜରାଟୀ କଥାଚିତ୍ର ପାଇଁ ଗୀତ ଲେଖିଥିଲେ ।[୨] ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଟେର୍ଭା (୨୦୧୫) ଏବଂ ଲାଖନାୟନ୍ (୨୦୧୫)ରେ ସଂଗୃହିତ ହୋଇଛି ।[୭][୨] ତାଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ହେଉଛି ଟେରଭା (ଚାରି ଖଣ୍ଡ), ଚିତ୍ରାହରାନୁ ଗୀତ, ଶ୍ରୀକୃଷ୍ଣ ଚାନ୍ଦବାଲି ଏବଂ ରାମନାମ୍ ବାରାକ୍ଷୀ[୭] ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକରେ ଏକ ବିବାହ ଗୀତ କାଲାଜା କେରୋ କାଟକୋ ମାରୋ ଗାନ୍ଧୀ ଛତି ଗୟୋ, କୈଳାସ କେ ନିୱାସୀ, ଠାକୁରଜୀ ନାଥୀ ଥାଭୁ ଗଡ଼ଭାଇୟା ମେରେ ଏବଂ ହିରାନ ହାଲକାଲି ଅନ୍ତର୍ଭୁକ୍ତ ।[୨][୭] ସେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ପୁସ୍ତକ ବଙ୍ଗଳା ବାଭାନି ଲେଖିଥିଲେ ଏବଂ ପୁସ୍ତକରୁ ସମସ୍ତ ରୋଜଗାରକୁ ବାଂଲାଦେଶ ଶରଣାର୍ଥୀ ପାଣ୍ଠିକୁ ଦାନ କରିଥିଲେ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ତାଙ୍କ କବିତା କାଲଜା କେରୋ କାଟକୋଦ୍ୱାରା ଅନୁପ୍ରାଣିତ ଏକ ସରକାରୀ ଯୋଜନା କୁନୱରବାଇ ନୁ ମାମେରୁ (ବିବାହ ପାଇଁ ବରର ପିତାମାତାଙ୍କୁ ଆର୍ଥିକ ସହାୟତା କରୁଥିବା ଏକ ଯୋଜନା) ଆରମ୍ଭ କରିଥିଲେ ।

ତାଙ୍କ କବିତା ଜରୁରୀକାଳୀନ ପରିସ୍ଥିତି ସମୟରେ ଭାରତର ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିବାରୁ ଏହାର ପଠନ କିମ୍ବା ପ୍ରସାରଣ ଉପରେ ରୋକ ଲାଗିଥିଲା ।[୧]

୨୦୨୧ ମସିହାର ଅପ୍ରଲ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୮] ତାଙ୍କ ମୃତ୍ୟୁ ପରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭଳି ନେତାଗଣ ଶୋକ ସମ୍ବାଦ ଜଣାଇଥିଲେ ।[୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଗାଦଭି ଗୁଜରାଟ ଗୌରବ ପୁରସ୍କାର ପାଇବା ସହିତ ଜାଭର୍ଚାନ୍ଦ ମେଘନୀ ପୁରସ୍କାର ମଧ୍ୟ ପାଇଥିଲେ ।[୨] ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ୨୦୨୧ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩][୧୦] ସେ ୨୦୦୪ ମସିହାରେ କବି କାଗ ପୁରସ୍କାର ପାଇଥିଲେ ।[୮]

ଗୁଜରାଟର ରାଜକୋଟ ଅନ୍ତର୍ଗତ ପାଦଧାରୀରେ ଥିବା ଏକ ସରକାରୀ ବାଣିଜ୍ୟ ଓ କଳା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି । ଥିବା

ଗୁଜରାଟର ରାଜକୋଟ, ପାଦଧାରୀରେ ଥିବା ଏକ ସରକାରୀ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟକୁ ତାଙ୍କ ନାମ ଦିଆଯାଇଥିଲା। [୧୧]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; :2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ୨.୩ ୨.୪ "દાદુદાન પ્રતાપદાન ગઢવી કવિ દાદના ઉપનામથી જાણીતાઃ માત્ર ચાર ચોપડી ભણ્યાં હોવા છતાં ગુજરાતી સાહિત્ય ક્ષેત્રે કવિ દાદનું મોટું યોગદાન". Akila News (in ଗୁଜୁରାଟୀ). 2021-01-26. Archived from the original on 2021-02-03. Retrieved 2021-01-28. ଆଧାର ଭୁଲ: Invalid <ref> tag; name "Akila" defined multiple times with different content
  3. ୩.୦ ୩.୧ Shastri, Parth (2021-01-25). "Keshubhai Patel among five Padma awardees from Gujarat". The Times of India (in ଇଂରାଜୀ). Archived from the original on 2021-01-25. Retrieved 2021-01-28. ଆଧାର ଭୁଲ: Invalid <ref> tag; name "TOI1" defined multiple times with different content
  4. "Keshubhai Patel among five Padma awardees from Gujarat | Ahmedabad News - Times of India". The Times of India (in ଇଂରାଜୀ).
  5. Hindi, TV9 (2021-04-27). "गुजराती भाषा के कवि दादू दान गढ़वी का 81 साल की उम्र में निधन, पीएम मोदी ने जताया शोक". TV9 Hindi (in hindi). Retrieved 2021-06-27.{{cite web}}: CS1 maint: numeric names: authors list (link) CS1 maint: unrecognized language (link)
  6. "'કવિ દાદ'થી ઓળખાતા 'કાળજાના કટકા' દાદુદાન ગઢવીનું અવસાન". BBC News ગુજરાતી (in ଗୁଜୁରାଟୀ). 2021-04-27. Retrieved 2024-02-05.
  7. ୭.୦ ୭.୧ ୭.୨ "કવિ દાદુદાન ગઢવીના સમગ્ર કાવ્યસંગ્રહનું કાલે વિમોચન". Divya Bhaskar (in ଗୁଜୁରାଟୀ). 2016-10-13. Retrieved 2021-01-28.
  8. ୮.୦ ୮.୧ "પદ્મ શ્રી એવોર્ડથી સન્માનિત કવિ દાદ બાપુનું 82 વર્ષની ઉંમરે નિધન". Zee News Gujarati (in ଗୁଜୁରାଟୀ). 26 April 2021. Retrieved 26 April 2021. ଆଧାର ଭୁଲ: Invalid <ref> tag; name ":1" defined multiple times with different content
  9. "PM Narendra Modi condoles demise of Gujarati poet Dadudan Gadhvi". India Education | Latest Education News | Global Educational News | Recent Educational News (in ଆମେରିକୀୟ ଇଂରାଜୀ). 2021-04-27. Retrieved 2024-02-05.
  10. "જેના પર થાય છે પીએચડી, એવા કવિ દાદ માત્ર 4 ધોરણ પાસ, રચનાની આ છે વિશેષતા". gujarati.abplive.com (in ଗୁଜୁରାଟୀ). 2021-01-26. Archived from the original on 2021-02-08. Retrieved 2021-01-28.
  11. "Kavi Shree Daad Government Arts & Commerce College, Paddhari". gaccpaddhari.ac.in. Retrieved 2024-02-05.

ବାହାର ଲିଙ୍କ୍[ସମ୍ପାଦନା]

  • Works by or about Kavi Daad at Internet Archive

ଛାଞ୍ଚ:Padma Shri Award Recipients in Literature & Education