ଦନ୍ତେଶ୍ୱରୀ ମନ୍ଦିର

ଉଇକିପିଡ଼ିଆ‌ରୁ
ଦନ୍ତେଶ୍ୱରୀ ମନ୍ଦିର
दंतेश्वरी
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବସ୍ତର
ଦେବାଦେବୀଦନ୍ତେଶ୍ୱରୀ (Shakti)
Location
ସ୍ଥାନଦାନ୍ତେୱାଡା
Stateଛତିଶଗଡ଼
Countryଭାରତ
Architecture
Typeହିନ୍ଦୁ ମନ୍ଦିର ସ୍ଥାପତ୍ୟ
Completed୧୪ ଶ ଶତାବ୍ଦୀ

ଦନ୍ତେଶ୍ୱରୀ ମନ୍ଦିର ଦେବୀ ଦନ୍ତେଶ୍ୱରୀଙ୍କୁ ସମର୍ପିତ ଏକ ମନ୍ଦିର ଓ ସାରା ଭାରତରେ ଥିବା ୫୨ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଚତୁର୍ଦଶ ଶତାବ୍ଦୀରେ ଗଠିତ ଏହି ମନ୍ଦିର ଦନ୍ତେୱାଡ଼ା ଟାଉନର ଅଛି ଯାହା ଛତିଶଗଡ଼ ପ୍ରଦେଶର ଜଗଦଲପୁର ତହସିଲଠାରୁ ୮୦ କିମି ଦୂରରେ ଅବସ୍ଥିତ । କାକଟୀୟା ଶାସକମାନଙ୍କ ରାଜତ୍ୱ ସମୟରେ ତାଙ୍କର କୁଳଦେବୀ ଦନ୍ତେଶ୍ୱରୀଙ୍କ ନାମାନୁସାରେ ଦାନ୍ତେୱାଡ଼ା ନାମକରଣ ହୋଇଛି । ପାରମ୍ପାରିକ ଭାବରେ ବସ୍ତର ରାଜ୍ୟର କୁଳଦେବୀ ଦନ୍ତେଶ୍ୱରୀ ଅଛନ୍ତି ।[୧][୨][୩]

କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ ଦେବୀ ସତୀଙ୍କର ଦାନ୍ତ ଏହି ସ୍ଥାନରେ ପଡ଼ିଥିଲା ।

ପୂଜା[ସମ୍ପାଦନା]

ପ୍ରତି ବର୍ଷ ଏହି ମନ୍ଦିର ପାଖରେ ଥିବା ଜଙ୍ଗଲ ଓ ଗ୍ରାମମାନଙ୍କରୁ ହଜାର ହଜାର ଲୋକ ଏଠାରେ ସମବେତ ହୁଅନ୍ତି ଓ ତାଙ୍କର ବିଗ୍ରହକୁ ନେଇ ଟାଉନ ସାରା ପରିକ୍ରମା କରନ୍ତି ଯାହାକୁ ଅଧୁନା ବସ୍ତାର ଦଶହରା ପର୍ବ କୁହାଯାଉଛି ।[୪][୫] ନବରାତ୍ରୀରେ ଏକ ଜ୍ୟୋତି କଳଶ ଆଲୋକିତ କରିବା ପରମ୍ପରା ଏଠାରେ ଅଛି ।


ବିହଙ୍ଗାବଲୋକନ[ସମ୍ପାଦନା]

ଜଗଦଲପୁର ଦକ୍ଷିଣ-ପଶ୍ଚମ ଦିଗରେ ଥିବା ଏହି ଦାନ୍ତେୱାଡା ଟାଉନ ପାଖରେ ଶଙ୍କିନୀ ଓ ଧାଙ୍କିନୀ ନାମକ ଦୁଇଟି ନଦୀ ମିଳିତ ହୋଇଛନ୍ତି । ଏହି ନଦୀ ଦ୍ୱୟର ଜଳର ରଙ୍ଗ ଭିନ୍ନ ଧରଣର ହୋଇଥାଏ । ଭାରତର ଏହା ୬୦୦ ବର୍ଷର ଏକ ପୁରାତନ ମନ୍ଦିର ଓ ବସ୍ତର ଇତିହାସର ଏକ ଐତିହ୍ୟପୂର୍ଣ୍ଣ ସ୍ଥାନ । ‘ଦନ୍ତେଶ୍ୱରୀ ମାଈ’ ମନ୍ଦିର ଏହି ସ୍ଥାନର ଲୋକମାନଙ୍କର ଏକ ଆଧ୍ୟାତ୍ମିକ କେନ୍ଦ୍ର ।

କିମ୍ବଦନ୍ତୀ[ସମ୍ପାଦନା]

ଦାକ୍ଷାୟଣୀଙ୍କ Dakshayani ଶବ ସ‌ହିତ ଶିବ

ପୁରାତନ କିମ୍ବଦନ୍ତୀ ଅନୁସାରେ ସତୀଙ୍କର ପିତା ଦକ୍ଷ କରିଥିବା ଏକ ଯଜ୍ଞରେ ଶିବଙ୍କୁ ଅପମାନିତ କଲାଭଳି କଥା କହିବାରୁ ଦୁଃଖରେ ସେ ଅଗ୍ନି କୁଣ୍ଡରେ ଝାସ ଦେଇଥିଲେ । ଶିବ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଶିବଙ୍କର ଏହି ଦୁଃଖରୁ ମୁକ୍ତି ଦେବାପାଇଁ ବିଷ୍ଣୁ ସୁଦର୍ଶନ ଚକ୍ର ପେଶୀ ସତୀଙ୍କର ଦେହକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କର ଶରୀର ପଡିଥିବା ୫୨ଟି ବିଭିନ୍ନ ସ୍ଥାନକୁ ଶକ୍ତି ପୀଠ କୁହାଗଲା ।

ସ୍ଥାପତ୍ୟ[ସମ୍ପାଦନା]

ଚତୁର୍ଦଶ ଚତୁର୍ଦ୍ଦଶ ଶତାବ୍ଦୀରେ ଦନ୍ତେଶ୍ୱରୀ ମନ୍ଦିର ନିର୍ମିତ ହୋଇଥିଲା । ଦନ୍ତେଶ୍ୱରୀ ମାଈଙ୍କ ବିଗ୍ରହ କଳା ପଥର କଟା ହୋଇ ତିଆରି ହୋଇଥିଲା । ଗର୍ଭଗୃହ, ମହା ମଣ୍ଡପ, ମୁଖ୍ୟ ମଣ୍ଡପ ଓ ସଭା ମଣ୍ଡପ ନାମରେ ମନ୍ଦିର ଚାରି ଭାଗର ବିଭକ୍ତ ହୋଇଛି । ପ୍ରବେଶ ଦ୍ୱାର ପାଖରେ ଏକ ଗରୁଡ଼ ସ୍ତମ୍ଭ ଅଛି । ମନ୍ଦିର ଚାରିପାଖରେ ବିରାଟ ଅଗଣା ଅଛି ଓ ସୀମାରେ ଏକ ବିରାଟ କାନ୍ଥ ରହିଛି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chisholm, Hugh, ed. (1911). "Bastar" . Encyclopædia Britannica Eleventh Edition. Vol. 3 (11th ed.). Cambridge University Press. p. 499.
  2. History of the temle Archived 20 October 2017 at the Wayback Machine. Dantewada district Official website.
  3. Danteshwari Temple Archived 2010-09-23 at the Wayback Machine. Chhattisgarh State Tourism, Official website.
  4. Danteshwari Temple
  5. Celebration in tribal land The Hindu, Dec 14, 2003.

ବାହ୍ୟ ଲିଙ୍କ[ସମ୍ପାଦନା]