ଦନ୍ତେଶ୍ୱରୀ ମନ୍ଦିର
ଦନ୍ତେଶ୍ୱରୀ ମନ୍ଦିର | |
---|---|
दंतेश्वरी | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବସ୍ତର |
ଦେବାଦେବୀ | ଦନ୍ତେଶ୍ୱରୀ (Shakti) |
Location | |
ସ୍ଥାନ | ଦାନ୍ତେୱାଡା |
State | ଛତିଶଗଡ଼ |
Country | ଭାରତ |
Architecture | |
Type | ହିନ୍ଦୁ ମନ୍ଦିର ସ୍ଥାପତ୍ୟ |
Completed | ୧୪ ଶ ଶତାବ୍ଦୀ |
ଦନ୍ତେଶ୍ୱରୀ ମନ୍ଦିର ଦେବୀ ଦନ୍ତେଶ୍ୱରୀଙ୍କୁ ସମର୍ପିତ ଏକ ମନ୍ଦିର ଓ ସାରା ଭାରତରେ ଥିବା ୫୨ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଚତୁର୍ଦଶ ଶତାବ୍ଦୀରେ ଗଠିତ ଏହି ମନ୍ଦିର ଦନ୍ତେୱାଡ଼ା ଟାଉନର ଅଛି ଯାହା ଛତିଶଗଡ଼ ପ୍ରଦେଶର ଜଗଦଲପୁର ତହସିଲଠାରୁ ୮୦ କିମି ଦୂରରେ ଅବସ୍ଥିତ । କାକଟୀୟା ଶାସକମାନଙ୍କ ରାଜତ୍ୱ ସମୟରେ ତାଙ୍କର କୁଳଦେବୀ ଦନ୍ତେଶ୍ୱରୀଙ୍କ ନାମାନୁସାରେ ଦାନ୍ତେୱାଡ଼ା ନାମକରଣ ହୋଇଛି । ପାରମ୍ପାରିକ ଭାବରେ ବସ୍ତର ରାଜ୍ୟର କୁଳଦେବୀ ଦନ୍ତେଶ୍ୱରୀ ଅଛନ୍ତି ।[୧][୨][୩]
କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ ଦେବୀ ସତୀଙ୍କର ଦାନ୍ତ ଏହି ସ୍ଥାନରେ ପଡ଼ିଥିଲା ।
ପୂଜା
[ସମ୍ପାଦନା]ପ୍ରତି ବର୍ଷ ଏହି ମନ୍ଦିର ପାଖରେ ଥିବା ଜଙ୍ଗଲ ଓ ଗ୍ରାମମାନଙ୍କରୁ ହଜାର ହଜାର ଲୋକ ଏଠାରେ ସମବେତ ହୁଅନ୍ତି ଓ ତାଙ୍କର ବିଗ୍ରହକୁ ନେଇ ଟାଉନ ସାରା ପରିକ୍ରମା କରନ୍ତି ଯାହାକୁ ଅଧୁନା ବସ୍ତାର ଦଶହରା ପର୍ବ କୁହାଯାଉଛି ।[୪][୫] ନବରାତ୍ରୀରେ ଏକ ଜ୍ୟୋତି କଳଶ ଆଲୋକିତ କରିବା ପରମ୍ପରା ଏଠାରେ ଅଛି ।
ବିହଙ୍ଗାବଲୋକନ
[ସମ୍ପାଦନା]ଜଗଦଲପୁର ଦକ୍ଷିଣ-ପଶ୍ଚମ ଦିଗରେ ଥିବା ଏହି ଦାନ୍ତେୱାଡା ଟାଉନ ପାଖରେ ଶଙ୍କିନୀ ଓ ଧାଙ୍କିନୀ ନାମକ ଦୁଇଟି ନଦୀ ମିଳିତ ହୋଇଛନ୍ତି । ଏହି ନଦୀ ଦ୍ୱୟର ଜଳର ରଙ୍ଗ ଭିନ୍ନ ଧରଣର ହୋଇଥାଏ । ଭାରତର ଏହା ୬୦୦ ବର୍ଷର ଏକ ପୁରାତନ ମନ୍ଦିର ଓ ବସ୍ତର ଇତିହାସର ଏକ ଐତିହ୍ୟପୂର୍ଣ୍ଣ ସ୍ଥାନ । ‘ଦନ୍ତେଶ୍ୱରୀ ମାଈ’ ମନ୍ଦିର ଏହି ସ୍ଥାନର ଲୋକମାନଙ୍କର ଏକ ଆଧ୍ୟାତ୍ମିକ କେନ୍ଦ୍ର ।
କିମ୍ବଦନ୍ତୀ
[ସମ୍ପାଦନା]ପୁରାତନ କିମ୍ବଦନ୍ତୀ ଅନୁସାରେ ସତୀଙ୍କର ପିତା ଦକ୍ଷ କରିଥିବା ଏକ ଯଜ୍ଞରେ ଶିବଙ୍କୁ ଅପମାନିତ କଲାଭଳି କଥା କହିବାରୁ ଦୁଃଖରେ ସେ ଅଗ୍ନି କୁଣ୍ଡରେ ଝାସ ଦେଇଥିଲେ । ଶିବ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଶିବଙ୍କର ଏହି ଦୁଃଖରୁ ମୁକ୍ତି ଦେବାପାଇଁ ବିଷ୍ଣୁ ସୁଦର୍ଶନ ଚକ୍ର ପେଶୀ ସତୀଙ୍କର ଦେହକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କର ଶରୀର ପଡିଥିବା ୫୨ଟି ବିଭିନ୍ନ ସ୍ଥାନକୁ ଶକ୍ତି ପୀଠ କୁହାଗଲା ।
ସ୍ଥାପତ୍ୟ
[ସମ୍ପାଦନା]ଚତୁର୍ଦଶ ଚତୁର୍ଦ୍ଦଶ ଶତାବ୍ଦୀରେ ଦନ୍ତେଶ୍ୱରୀ ମନ୍ଦିର ନିର୍ମିତ ହୋଇଥିଲା । ଦନ୍ତେଶ୍ୱରୀ ମାଈଙ୍କ ବିଗ୍ରହ କଳା ପଥର କଟା ହୋଇ ତିଆରି ହୋଇଥିଲା । ଗର୍ଭଗୃହ, ମହା ମଣ୍ଡପ, ମୁଖ୍ୟ ମଣ୍ଡପ ଓ ସଭା ମଣ୍ଡପ ନାମରେ ମନ୍ଦିର ଚାରି ଭାଗର ବିଭକ୍ତ ହୋଇଛି । ପ୍ରବେଶ ଦ୍ୱାର ପାଖରେ ଏକ ଗରୁଡ଼ ସ୍ତମ୍ଭ ଅଛି । ମନ୍ଦିର ଚାରିପାଖରେ ବିରାଟ ଅଗଣା ଅଛି ଓ ସୀମାରେ ଏକ ବିରାଟ କାନ୍ଥ ରହିଛି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- List of Hindu temples in India
- Tamda Ghumar
- Chitrakote Falls
- Kotumsar Cave
- Mendri Ghumar
- Jagdalpur popular
- Kanger Ghati National Park
- Indravati National Park
ଆଧାର
[ସମ୍ପାଦନା]- ↑ Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 3 (11th ed.). Cambridge University Press. p. 499.
- ↑ History of the temle Archived 20 October 2017 at the Wayback Machine. Dantewada district Official website.
- ↑ Danteshwari Temple Archived 2010-09-23 at the Wayback Machine. Chhattisgarh State Tourism, Official website.
- ↑ Danteshwari Temple
- ↑ Celebration in tribal land The Hindu, Dec 14, 2003.