ଦକ୍ଷତା ସଂଗ୍ରହାଳୟ (ଓଡ଼ିଶା)
ଓଡ଼ିଶା ଦକ୍ଷତା ସଂଗ୍ରହାଳୟର ପ୍ରବେଶଦ୍ୱାର | |
| ସ୍ଥାପିତ | ୪ ଅଗଷ୍ଟ ୨୦୧୮ |
|---|---|
| ଅବସ୍ଥାନ | ଖପୁରିଆ, କଟକ, ଭାରତ |
| ସ୍ୱତ୍ୱାଧିକାରୀ | ଓଡ଼ିଶା ସରକାର |
ଦକ୍ଷତା ସଂଗ୍ରହାଳୟ (ଓଡ଼ିଶା) (ଇଂରାଜୀ: Skill museum) ଭାରତର ସର୍ବପ୍ରଥମ ଦକ୍ଷତା ସଂଗ୍ରହାଳୟ ଅଟେ ।[୧] ଏହି ସଂଗ୍ରହାଳୟଟି ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦଘାଟିତ ହୋଇଥିଲା ।[୨] ଏହା କଟକ ଜିଲ୍ଲାର ଖପୁରିଆରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇ.ଆଇ.ଟି) ସେଣ୍ଟର ଭିତରେ ପ୍ରତିଷ୍ଠିତ ।
ବିବରଣୀ
[ସମ୍ପାଦନା]୨୬୦୦ ବର୍ଗଫୁଟ ଅଞ୍ଚଳବିଶିଷ୍ଟ ଦକ୍ଷତା ସଂଗ୍ରହାଳୟଟି ଖପୁରିଆସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କଟକ ପରିସରରେ ଅବସ୍ଥିତ ।[୩] ଗୋଟିଏ ବଡ଼ ପ୍ରକୋଷ୍ଠ ମଧ୍ୟରେ ପୁରାତନ ଗ୍ରାମଫୋନ ଏବଂ ପୁରାତନ କଲକବଜାଠାରୁ ଆରମ୍ଭ କରି ୧୯୦୭ ମସିହାର ଉଡ଼ାଜାହାଜର ଇଞ୍ଜିନ ମଧ୍ୟ ସ୍ଥାନ ପାଇଛି । ଏହା ବ୍ୟତୀତ ୭୫ ଲକ୍ଷ ବିନିମୟରେ ଏକ ବିଶ୍ୱସ୍ତରୀୟ ପ୍ରେକ୍ଷାଳୟ ଏବଂ ପ୍ରଦର୍ଶନୀ ସ୍ଥାନ ପ୍ରସ୍ତୁତି କରାଯାଇଛି । ପ୍ରେକ୍ଷାଳୟଟିରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରେରଣାଦାୟୀ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରଦର୍ଶିତ କରାଯାଏ ।[୪]
ଦେଖିବା ସମୟ
[ସମ୍ପାଦନା]ଓଡ଼ିଶା ଦକ୍ଷତା ସଂଗ୍ରହାଳୟ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହେ ।[ଆଧାର ଲୋଡ଼ା]
ଚିତ୍ରାବଳୀ
[ସମ୍ପାଦନା]- ୧୯୦୭ ମସିହାର ଉଡ଼ାଜାହାଜର ଇଞ୍ଜିନ
- ସଂଗ୍ରହାଳୟ କୋଠରୀ ବାହାରେ ଲାଗିଥିବା ଏକ ଫଳକ
- ଔଦୌଗିକ ହେଲମେଟ
- ତୋପର ନମୁନା
- ପ୍ରେକ୍ଷାଳୟ
- କ୍ଷେପଣାସ୍ତ୍ରର ନମୁନା
- ଅରଟ
- ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କଟକର କାଠନିର୍ମିତ ପ୍ରତୀକ
- ସଂଗ୍ରହାଳୟରେ ଛାତ୍ର ସ୍ୱେଚ୍ଛାସେବୀ
ଆଧାର
[ସମ୍ପାଦନା]- ↑ https://timesofindia.indiatimes.com/city/cuttack/countrys-first-skill-museum-inaugurated-in-cuttack-by-naveen-patnaik/articleshow/65273163.cms
- ↑ https://www.thehindu.com/todays-paper/tp-miscellaneous/tp-others/odisha-gets-its-first-skill-museum/article24606693.ece
- ↑ https://kalingatv.com/state/odisha-cm-inaugurates-countrys-1st-skill-museum-in-cuttack
- ↑ "ଆର୍କାଇଭ୍ କପି". Archived from the original on 2019-08-20. Retrieved 2018-08-29.
{{cite web}}: Cite has empty unknown parameter:|1=(help)