ତ୍ରିବେନ୍ଦ୍ର ସିଂହ ରାୱତ
ତ୍ରିବେନ୍ଦ୍ର ସିଂହ ରାୱତ (Trivendra Singh Rawat) त्रिवेन्द्र सिंह रावत | |
---|---|
ଉତ୍ତରାଖଣ୍ଡର ୮ମ ମୁଖ୍ୟମନ୍ତ୍ରୀ | |
Assumed office ୧୮ ମାର୍ଚ୍ଚ ୨୦୧୭ | |
ରାଜ୍ୟପାଳ | କୃଷ୍ଣ କାନ୍ତ ପାଳ |
ପୂର୍ବ ଅଧିକାରୀ | ହରିଶ ରାୱତ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଡିସେମ୍ବର 1960 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ଖଇରାସାଇଁ, ପୌରି ଗଡ଼ବଲ, ଉତ୍ତର ପ୍ରଦେଶ ( ଏବେ ଉତ୍ତରାଖଣ୍ଡରେ), ଭାରତ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ତ୍ରିବେନ୍ଦ୍ର ସିଂହ ରାୱତ (ଜନ୍ମ: ଡିସେମ୍ବର ୧୯୬୦)[୧] ଭାରତର ଜଣେ ରାଜନେତା ଅଟନ୍ତି । ମାର୍ଚ୍ଚ ୨୦୧୭ରେ ଉତ୍ତରାଖଣ୍ଡର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ରାବତ ୧୯୭୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଉତ୍ତରାଖଣ୍ଡ ପ୍ରାନ୍ତର ପରିଚାଳନା ସଚିବ ଥିଲେ । ୨୦୦୦ ମସିହାରେ ନୂଆ ଉତ୍ତରାଖଣ୍ଡ ରାଜ୍ୟ ଗଠନ ହେବା ପରେ ସେ ଦହିବାଲା (ଉତ୍ତରାଖଣ୍ଡ ନିର୍ବାଚନ ମଣ୍ଡଳୀ)ରୁ ପ୍ରଥମ ରାଜ୍ୟ ବିଧାନ ସଭା -୨୦୦୨କୁ ନିର୍ବାଚିତ ହୋଇଥିଲେ । ୨୦୦୭ ନିର୍ବାଚନରେ ମଧ୍ୟ ସେ ତାଙ୍କ ସଦସ୍ୟତା ବଜାୟ ରଖି ରାଜ୍ୟ କୃଷି ମନ୍ତ୍ରୀ ଅବସ୍ଥାପିତ ହୋଇଥିଲେ ।[୨][୩]
ଜଣେ ଭାରତୀୟ ଜନତା ପାର୍ଟି ସଦସ୍ୟ ଭାବରେ ଝାରଖଣ୍ଡର ଇନଚାର୍ଜ ଏବଂ ଉତ୍ତରାଖଣ୍ଡର କ୍ୟାଡର ସଭାପତି ଦାୟିତ୍ୱ ତୁଲାଇଥିଲେ । ୨୦୧୭ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଦହିବାଲା ନିର୍ବାଚନ କ୍ଷେତ୍ରରୁ ସେ ବିଜୟୀ ହେବା ପରେ ଉତ୍ତରଖଣ୍ଡର ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । [୪]
ବାଲ୍ୟଜୀବନ ଓ ବୃତ୍ତି
[ସମ୍ପାଦନା]ରାବତ ଡିସେମ୍ବର ୧୯୬୦ରେ ଉତ୍ତରାଖଣ୍ଡର ପୌରି ଗରବାଲ ଜିଲ୍ଲା ଅନ୍ତର୍ଗତ ଖଇରାସାଇଁ ଗ୍ରାମରେ (ପୂର୍ବେ ଉତ୍ତର ପ୍ରଦେଶ ଅଧୀନରେ ଥିଲା) ଜନ୍ମଗ୍ରହଣ କରିଥିଲେ । ସେ ପରିବାରର ନବମ ସନ୍ତାନ ଅଟନ୍ତି । ହେମବତୀ ନନ୍ଦନ ବହୁଗୁଣା ଗଡ଼ବାଲ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିର୍ଲା କ୍ୟାମ୍ପସରୁ ସାମ୍ବାଦିକତାରେ ସ୍ନାତକ (ମାଷ୍ଟର ଡିଗ୍ରୀ) ଉତୀର୍ଣ୍ଣ ହୋଇଥିଲେ । [୫]
ରାବତ ୧୯୭୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୋଗଦେଲେ । ୧୯୮୫ରେ ଡେରାଡୁନ ସଂଘର ପ୍ରଚାରକ ହୋଇଥିଲେ । ସେହି ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ବିଜେପିର ପରିଚାଳନା ସଦସ୍ୟ ହେବା ସହ ବରିଷ୍ଠ ନେତା ଲାଲଜୀ ଟଣ୍ଡନ ଆଦିଙ୍କ ସହ କାମ କରିଥିଲେ । ଉତ୍ତରାଖଣ୍ଡ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଅନେକ ଥର ଗିରଫ ହୋଇଥିଲେ । ୨୦୦୦ମସିହାରେ ଉତ୍ତରାଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ରାବତ ରାଜ୍ୟ କ୍ୟାଡରର ବିଜେପି ସଭାପତି ହୋଇଥିଲେ ।[୫]
ତ୍ରିବେନ୍ଦ୍ର ସିଂହ ୨୦୧୪ ମସିହାରେ ଦହିବାଲା ନିର୍ବାଚନ ମଣ୍ଡଳୀର ଏକ ସାନିମତଦାନରେ ହାରିଯାଇଥିଲେ । ସେହି ସ୍ଥାନଟି ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲଙ୍କ ପରଠୁ ଖାଲି ପଡ଼ିଥିଲା । ୨୦୧୭ ମସିହାରେ ସେ ପୁନଃ ସେଇ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "Trivendra Singh Rawat, an RSS 'pracharak' who struck it rich in politics". The Economic Times. Retrieved 17 March 2017.
- ↑ "Trivendra Singh Rawat, ex-RSS pracharak, to be CM of Uttarakhand". The Indian Express. 17 March 2017. Retrieved 17 March 2017.
- ↑ "Who is Trivendra Singh Rawat?". The Indian Express (in ଆମେରିକୀୟ ଇଂରାଜୀ). 2017-03-17. Retrieved 2017-03-17.
- ↑ "Uttarakhand: BJP MLA Trivendra Singh Rawat to take oath as chief minister". The Indian Express. 17 March 2017. Retrieved 17 March 2017.
- ↑ ୫.୦ ୫.୧ Upadhyay, Kavita (18 March 2017). "Grassroots worker now set to lead". The Hindu. Retrieved 18 March 2017.