ତ୍ରିବେନ୍ଦ୍ର ସିଂହ ରାୱତ

ଉଇକିପିଡ଼ିଆ‌ରୁ
ତ୍ରିବେନ୍ଦ୍ର ସିଂହ ରାୱତ (Trivendra Singh Rawat)
त्रिवेन्द्र सिंह रावत
ଉତ୍ତରାଖଣ୍ଡର ୮ମ ମୁଖ୍ୟମନ୍ତ୍ରୀ
Assumed office
୧୮ ମାର୍ଚ୍ଚ ୨୦୧୭
ରାଜ୍ୟପାଳକୃଷ୍ଣ କାନ୍ତ ପାଳ
ପୂର୍ବ ଅଧିକାରୀହରିଶ ରାୱତ
ବ୍ୟକ୍ତିଗତ ସବିଶେଷ
ଜନ୍ମଡିସେମ୍ବର 1960 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଖଇରାସାଇଁ, ପୌରି ଗଡ଼ବଲ, ଉତ୍ତର ପ୍ରଦେଶ ( ଏବେ ଉତ୍ତରାଖଣ୍ଡରେ), ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି

ତ୍ରିବେନ୍ଦ୍ର ସିଂହ ରାୱତ (ଜନ୍ମ: ଡିସେମ୍ବର ୧୯୬୦)[୧] ଭାରତର ଜଣେ ରାଜନେତା ଅଟନ୍ତି । ମାର୍ଚ୍ଚ ୨୦୧୭ରେ ଉତ୍ତରାଖଣ୍ଡର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ରାବତ ୧୯୭୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଉତ୍ତରାଖଣ୍ଡ ପ୍ରାନ୍ତର ପରିଚାଳନା ସଚିବ ଥିଲେ । ୨୦୦୦ ମସିହାରେ ନୂଆ ଉତ୍ତରାଖଣ୍ଡ ରାଜ୍ୟ ଗଠନ ହେବା ପରେ ସେ ଦହିବାଲା (ଉତ୍ତରାଖଣ୍ଡ ନିର୍ବାଚନ ମଣ୍ଡଳୀ)ରୁ ପ୍ରଥମ ରାଜ୍ୟ ବିଧାନ ସଭା -୨୦୦୨କୁ ନିର୍ବାଚିତ ହୋଇଥିଲେ । ୨୦୦୭ ନିର୍ବାଚନରେ ମଧ୍ୟ ସେ ତାଙ୍କ ସଦସ୍ୟତା ବଜାୟ ରଖି ରାଜ୍ୟ କୃଷି ମନ୍ତ୍ରୀ ଅବସ୍ଥାପିତ ହୋଇଥିଲେ ।[୨][୩]

ଜଣେ ଭାରତୀୟ ଜନତା ପାର୍ଟି ସଦସ୍ୟ ଭାବରେ ଝାରଖଣ୍ଡର ଇନଚାର୍ଜ ଏବଂ ଉତ୍ତରାଖଣ୍ଡର କ୍ୟାଡର ସଭାପତି ଦାୟିତ୍ୱ ତୁଲାଇଥିଲେ । ୨୦୧୭ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଦହିବାଲା ନିର୍ବାଚନ କ୍ଷେତ୍ରରୁ ସେ ବିଜୟୀ ହେବା ପରେ ଉତ୍ତରଖଣ୍ଡର ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । [୪]

ବାଲ୍ୟଜୀବନ ଓ ବୃତ୍ତି[ସମ୍ପାଦନା]

ରାବତ ଡିସେମ୍ବର ୧୯୬୦ରେ ଉତ୍ତରାଖଣ୍ଡର ପୌରି ଗରବାଲ ଜିଲ୍ଲା ଅନ୍ତର୍ଗତ ଖଇରାସାଇଁ ଗ୍ରାମରେ (ପୂର୍ବେ ଉତ୍ତର ପ୍ରଦେଶ ଅଧୀନରେ ଥିଲା) ଜନ୍ମଗ୍ରହଣ କରିଥିଲେ । ସେ ପରିବାରର ନବମ ସନ୍ତାନ ଅଟନ୍ତି । ହେମବତୀ ନନ୍ଦନ ବହୁଗୁଣା ଗଡ଼ବାଲ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିର୍ଲା କ୍ୟାମ୍ପସରୁ ସାମ୍ବାଦିକତାରେ ସ୍ନାତକ (ମାଷ୍ଟର ଡିଗ୍ରୀ) ଉତୀର୍ଣ୍ଣ ହୋଇଥିଲେ । [୫]

ରାବତ ୧୯୭୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୋଗଦେଲେ । ୧୯୮୫ରେ ଡେରାଡୁନ ସଂଘର ପ୍ରଚାରକ ହୋଇଥିଲେ । ସେହି ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ବିଜେପିର ପରିଚାଳନା ସଦସ୍ୟ ହେବା ସହ ବରିଷ୍ଠ ନେତା ଲାଲଜୀ ଟଣ୍ଡନ ଆଦିଙ୍କ ସହ କାମ କରିଥିଲେ । ଉତ୍ତରାଖଣ୍ଡ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଅନେକ ଥର ଗିରଫ ହୋଇଥିଲେ । ୨୦୦୦ମସିହାରେ ଉତ୍ତରାଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ରାବତ ରାଜ୍ୟ କ୍ୟାଡରର ବିଜେପି ସଭାପତି ହୋଇଥିଲେ ।[୫]

ତ୍ରିବେନ୍ଦ୍ର ସିଂହ ୨୦୧୪ ମସିହାରେ ଦହିବାଲା ନିର୍ବାଚନ ମଣ୍ଡଳୀର ଏକ ସାନିମତଦାନରେ ହାରିଯାଇଥିଲେ । ସେହି ସ୍ଥାନଟି ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲଙ୍କ ପରଠୁ ଖାଲି ପଡ଼ିଥିଲା । ୨୦୧୭ ମସିହାରେ ସେ ପୁନଃ ସେଇ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Trivendra Singh Rawat, an RSS 'pracharak' who struck it rich in politics". The Economic Times. Retrieved 17 March 2017.
  2. "Trivendra Singh Rawat, ex-RSS pracharak, to be CM of Uttarakhand". The Indian Express. 17 March 2017. Retrieved 17 March 2017.
  3. "Who is Trivendra Singh Rawat?". The Indian Express (in ଆମେରିକୀୟ ଇଂରାଜୀ). 2017-03-17. Retrieved 2017-03-17.
  4. "Uttarakhand: BJP MLA Trivendra Singh Rawat to take oath as chief minister". The Indian Express. 17 March 2017. Retrieved 17 March 2017.
  5. ୫.୦ ୫.୧ Upadhyay, Kavita (18 March 2017). "Grassroots worker now set to lead". The Hindu. Retrieved 18 March 2017.

ଅଧିକ ତଥ୍ୟ[ସମ୍ପାଦନା]