ତୁଳସୀ ଲାହିରି

ଉଇକିପିଡ଼ିଆ‌ରୁ
ତୁଳସୀ ଲାହିରି
ଜନ୍ମ(1897-04-07)୭ ଅପ୍ରେଲ ୧୮୯୭
ରଙ୍ଗପୁର, ବ୍ରିଟିଶ ଭାରତ
ମୃତ୍ୟୁ୨୨ ଜୁନ ୧୯୫୯(1959-06-22) (ବୟସ ୬୨)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା
କଥାଚିତ୍ର ନିର୍ଦ୍ଦେଶକ
ନାଟ୍ୟକାର
ସକ୍ରିୟ ବର୍ଷ୧୯୨୦–୧୯୫୯

ତୁଳସୀ ଲାହିରି (୭ ଅପ୍ରେଲ ୧୮୯୭ - ୨୨ ଜୁନ୍ ୧୯୫୯) ଜଣେ ବଙ୍ଗାଳୀ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟକାର ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲାହିରି ୧୮୯୭ ମସିହାରେ ବ୍ରିଟିଶ ଭାରତର ରଙ୍ଗପୁରର ନାଲଡଙ୍ଗା ଗାଆଁର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବିଏ ଏବଂ ବିଏଲ୍ ପାସ୍ କରି ରଙ୍ଗପୁର କୋର୍ଟରେ ଜଣେ ଓକିଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ କଲିକତାର ଅଲିପୁରକୁ ଆସିବା ପରେ ଉସ୍ତାଦ୍ ଜାମିରୁଦ୍ଦିନ ଖାନ୍ ତାଙ୍କର ଦୁଇଟି ଗୀତ ରେକର୍ଡ଼ କରିଥିଲେ ଏବଂ ଲାହିରିଙ୍କୁ ତାଙ୍କ ମାଷ୍ଟରସ୍ ଭଏସ୍ କମ୍ପାନୀରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଯୋଗଦେବାକୁ ପ୍ରେରିତ କରିଥିଲେ ।[୧]

ପେଷା[ସମ୍ପାଦନା]

ସେ ମଞ୍ଚ ଏବଂ କଥାଚିତ୍ରରେ ଅଭିନେତା, କଣ୍ଠଶିଳ୍ପୀ ଏବଂ ବାଦ୍ୟକାର ଭାବରେ କାମ କରିଥିଲେ । ସେ ପ୍ରଥମେ ନୀରବ କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ପରେ ୫୦ରୁ ଅଧିକ କଥାଚିତ୍ରରେ କାମ କରିଥିଲେ । ବଙ୍ଗରେ ତାଙ୍କ ଅଭିନୀତ ନାଟକ ଦୁଃଖୀର ଇମାନ ଏବଂ ଛେନ୍ରା ତାର ଅନୁଷ୍ଠିତ ହେବା ପରେ ସେ ଲୋକପ୍ରିୟ ହୋଇଥିଲେ । ସେ ଏକ ଅର୍କେଷ୍ଟ୍ରା ଗଢ଼ିଥିଲେ, ଯାହାକି ମୁଖ୍ୟତଃ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରୁଥିଲା ।୧୯୩୩ ମସିହାରେ ସେ ଜାମୁନା ପୁଲିନେ ଏବଂ ରାଧା କ୍ରିଷ୍ଣା ନାମକ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧]

ନାଟକ[୨][ସମ୍ପାଦନା]

  • ମହାସମ୍ପଦ
  • ଚୋରାବାଲି
  • ଦୁଖୀର ଇମାନ
  • ଭିଟି
  • ଛେନ୍ରା ତାର
  • ନାଟ୍ୟକାର
  • ନାୟକ
  • ଚୁରାୟନନ୍ଦ
  • ବାଂଲାର ମାଟି
  • ଠିକାଦର

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ମ୍ରିତେର ମର୍ତ୍ତ୍ୟେ ଆଗମନ
  • ମନ୍ମୟୀ ଗାର୍ଲ୍ସ ସ୍କୁଲ
  • ପାରଶ ପଥର
  • ବକ୍ସିଦ୍ଧା
  • ସାହେବ ବିବି ଗୋଲାମ
  • ସାଗର ସଙ୍ଗମେ
  • ପରଭ୍ରିତିକା
  • ପଥିକ
  • ଦିଗ୍‌ଭ୍ରାନ୍ତ
  • ବାମୁନେର୍ ମେୟେ
  • ରାମପ୍ରସାଦ
  • ତୁମି ଆର୍ ଆମି
  • ଜୀବାନ ସଙ୍ଗିନୀ
  • ଅବତାର
  • ରିକ୍ତା
  • ବଙ୍ଗାଳୀ
  • ରାଧା କୃଷ୍ଣ
  • ସୋନାର ସଂସାର
  • ମାତ୍ରି ସ୍ନେହ

ଆଧାର[ସମ୍ପାଦନା]

  1. ୧.୦ ୧.୧ Vol - I, Subodh C. Sengupta & Anjali Basu (2002). Sansad Bangali Charitavidhan (Bengali). Kolkata: Sahitya Sansad. p. 198. ISBN 81-85626-65-0.
  2. "Group Theatres in Calcutta (1944-80)" (PDF). Retrieved May 2, 2018.

ବାହ୍ୟ ଲିଙ୍କ୍ |[ସମ୍ପାଦନା]