ତୁମ ପରି ଛୋଟ ପିଲାଟିଏ

ଉଇକିପିଡ଼ିଆ ରୁ
Jump to navigation Jump to search

"ତୁମ ପରି ଛୋଟ ପିଲାଟିଏ" ଡ. ଜଗନ୍ନାଥ ମହନ୍ତିଙ୍କ ଲିଖିତ ଚିଲିକା ଦର୍ଶନ(କବିତା)ର ଅଂଶ

<poem> ତୁମ ପରି ଛୋଟ ପିଲାଟିଏ ଗାଆଁ ଚହାଳୀର ଚାଟ ସିଏ ଚେହେରାଟି ତାର ଡଉଲ ଡାଉଲ ବୁଦ୍ଧିରେ ତାହାର ସରି କିଏ ? ॥୧॥

ଛାଡି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠପଢି ବାଟେ ଯାଉଯାଉ ଖସିଗଲା ଗୋଡ ମୁଁହମାଡ଼ି ତଳେ ଗଲା ପଡ଼ି । ॥୨॥

ଗୁରୁଜୀ ଦେଖିଲେ ଦେହ ତାର ପାଣି କାଦୁଅରେ ସରସର ତିଳେ ହେଁ ସେଥିକୁ ଖାତିରି ନକରି ଆସିଅଛି ହୋଇ ତରବର ॥୩॥

ପଚାରିଲେ ଗୁରୁ ଏକି ହେଲା ଏତେ ସରି ତୋତେ କିଏ କଲା ପିଲାଟି କହିଲା ବେଗେ ଆସୁଆସୁ କାଦୁଆରେ ଗୋଡ ଖସିଗଲା ॥୪॥

ହେଲା ଦଶହରା ଛୁଟିବେଳ ଗାଁ ସାଥୀ କଲା ମେଳ ମାଟି, ଗୋଡି, ବାଲି ପକାଇ ସଭିଏଁ ଗାଆଁ ମାଟି କଲେ ସମତୁଲ ॥୫॥

ଏହା ଦେଖି ଲୋକେ ହେଲେ କାବା ଡକାଇଲେ ଗୁରୁ ଚାଟସଭା କହିଲେ ଏଭଳି ଭଲକାମ କଲେ ଦୁନିଆଁ॥ରେ ଦିନେ ବଡ଼ହେବା ॥୬॥

ବଡ଼ ହେଲା ଦିନେ ସେହି ପିଲା ମଧୁ ବାରିଷ୍ଟର ବୋଲାଇଲା ଦେଶ ପାଇଁ କେତେ କାମ କରି ସିଏ କାଳ କାଳ ଯଶ ରଖିଗଲା ॥୭॥

କହିଲା ଜାତିର କାନେ କାନେ ଉଠିବୁ ଆଉ ତୁ କେତେଦିନେ ପୂରୁବ ଗୌରବ ପୂରୁବ ମହିମା ପଡୁନାହିଁ କିରେ ତୋର ମନେ ? ॥୮॥

ତେଜଭରା ତା’ର ବୀରବାଣୀ ନବଜାଗରଣ ଦେଲା ଆଣି ନୂଆ ଜୀବନର ଆଲୋକ ଦେଖାଇ କୋଟି ଜନମନ ନେଲାଟାଣି ॥୯॥


<poem>