ତାଳଚେର ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
Talcher State
ତାଳଚେର ରାଜ୍ୟ
Princely State of British India
12th century–1948

Flag of Talcher

Flag

Location of Talcher
Location of Talcher
Talcher State in the Imperial Gazetteer of India
History
 •  Established 12th century
 •  Accession to the Union of India 1948
Area ୧,୦୩୩ km2 (୩୯୯ sq mi)

ତାଳଚେର ଇଂରେଜ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ । [୧] ବର୍ତ୍ତମାନର ତାଳଚେର ସହର ତତ୍‌କାଳୀନ ରାଜ୍ୟର ରାଜଧାନୀ ଥିଲା । ୧୯୪୮ ମସିହାରେ ଏହି ରାଜ୍ୟର ଶେଷ ଶାସକଙ୍କ ଅମଳରେ ଏହି ଦେଶୀୟ ରାଜ୍ୟର ଭାରତ ସହ ମିଶ୍ରଣ ହୋଇଥିଲା ।

ଇତିହାସ[ସମ୍ପାଦନା]

ଏକ କିମ୍ବଦନ୍ତୀ ଅନୁସାରେ କଚ୍ଛୱ ରାଜବଂଶର ଚାରିଜଣ ରାଜପୁତ ଭାଇମାନଙ୍କ ମଧ୍ୟରୁ ଗୋଟିଏ ଭାଇଦ୍ୱାରା ଏହି ଦେଶୀୟ ରାଜ୍ୟ ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ । କିମ୍ବଦନ୍ତୀ କହେ, ଚାରିଭାଇ ପୁରୀକୁ ତୀର୍ଥାଟନ କଲାବେଳେ ଗୋଟିଏ ଭାଇ ତାଳଚେରର ଶାସକ ହେବାବେଳେ ଅନ୍ୟ ଏକ ଭାଇ ବଣାଇର ଶାସକ ହେଲେ ଏବଂ ଅନ୍ୟ ଦୁଇ ଭାଇ ନିହତ ହେଲେ ।[୨]

ବ୍ରିଟିଶ ରାଜ ସମୟରେ ଓଡ଼ିଶାର ପ୍ରମୁଖ ୨୬ଟି ଦେଶୀୟ ରାଜ୍ୟ(ଜାଗୀରଦାର) ମଧ୍ୟରୁ ତାଳଚେର ଅନ୍ୟତମ ।ଏହା ୧ ଜାନୁଆରୀ ୧୯୪୮ ମସିହାରେ ଏହାର ଶେଷ ରାଜା ହୃଦୟ ଚନ୍ଦ୍ର ଦେବ ବୀରବରଙ୍କ ସମୟରେ ଭାରତରେ ସମ୍ମିଶ୍ରଣ ହେଲା ।

ତାଳଚେର ଗଡ଼ଜାତର ଶାସକ[ସମ୍ପାଦନା]

ପ୍ରାକ୍‌ ସ୍ୱାଧୀନତା କାଳରେ ତାଳଚେର ଗଡଜାତର ଶାସକମାନେ ହେଲେ: [୩] [୪]

  • ପଦ୍ମନାଭ ବୀରବର ହରିଚନ୍ଦନ
  • ଚକ୍ରଧର ବୀରବର ହରିଚନ୍ଦନ
  • ଗୋପୀନାଥ ବୀରବର ହରିଚନ୍ଦନ (୧୬୫୧ – ୧୭୧୧)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୧୧ – ୧୭୨୯ )
  • ପିତାମ୍ବର ବୀରବର ହରିଚନ୍ଦନ (୧୭୨୯ – ୧୭୪୦)
  • ଲାଲସିଂହ ବୀରବର ହରିଚନ୍ଦନ (୧୭୪୦ – ୧୭୫୨)
  • କୃଷ୍ଣଚନ୍ଦ୍ର ବୀରବର ହରିଚନ୍ଦନ (୧୭୫୨ – ୧୭୬୫)
  • ଚନ୍ଦ୍ରଶେଖର ବୀରବର ହରିଚନ୍ଦନ ( ୧୭୬୫ – ୧୭୬୬)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୬୬ – ୧୭୭୪)
  • ନିମାଇଁ ଚରଣ ବୀରବର ହରିଚନ୍ଦନ (୧୭୭୪ – ୧୭୭୮)
  • ଭାଗିରଥୀ ବୀରବର ହରିଚନ୍ଦନ (୧୭୭୮ – ୧୮୪୬)
  • ଦୟାନିଧି ବୀରବର ହରିଚନ୍ଦନ (୧୮୪୬ – ୧୮୭୩)
  • ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୮୭୩ – ୧୮୯୧)
  • ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ୧୮୯୧ - ୧୯୪୫।
  • ୭ ନଭେମ୍ବର ୧୯୪୫ -୧୫ ଅଗଷ୍ଟ ୧୯୪୭ ହୃଦୟ ଚନ୍ଦ୍ର ଦେବ ବୀରବର

ଆଧାର[ସମ୍ପାଦନା]

  1. Princely States of India A-J
  2. Rajput Provinces of India - Talcher (Princely State)
  3. Princely States of India K-Z
  4. ସାହୁ, ବିଭୂତି ଭୂଷଣ. ତାଳଚେରର ସକ୍ଷିପ୍ତ ଇତିହାସ.

ବାହାର ଲିଙ୍କ[ସମ୍ପାଦନା]