ତାଳଚେର ଗଡ଼ଜାତ ରାଜ୍ୟ
ଦେଖଣା
Talcher State ତାଳଚେର ରାଜ୍ୟ | |||||
Princely State of British India | |||||
| |||||
Flag | |||||
Talcher State in the Imperial Gazetteer of India | |||||
History | |||||
• | Established | 12th century | |||
• | Accession to the Union of India | 1948 | |||
Area | ୧,୦୩୩ km2 (୩୯୯ sq mi) |
ତାଳଚେର ଇଂରେଜ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ । [୧] ବର୍ତ୍ତମାନର ତାଳଚେର ସହର ତତ୍କାଳୀନ ରାଜ୍ୟର ରାଜଧାନୀ ଥିଲା । ୧୯୪୮ ମସିହାରେ ଏହି ରାଜ୍ୟର ଶେଷ ଶାସକଙ୍କ ଅମଳରେ ଏହି ଦେଶୀୟ ରାଜ୍ୟର ଭାରତ ସହ ମିଶ୍ରଣ ହୋଇଥିଲା ।
ଇତିହାସ
[ସମ୍ପାଦନା]ଏକ କିମ୍ବଦନ୍ତୀ ଅନୁସାରେ କଚ୍ଛୱ ରାଜବଂଶର ଚାରିଜଣ ରାଜପୁତ ଭାଇମାନଙ୍କ ମଧ୍ୟରୁ ଗୋଟିଏ ଭାଇଦ୍ୱାରା ଏହି ଦେଶୀୟ ରାଜ୍ୟ ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ । କିମ୍ବଦନ୍ତୀ କହେ, ଚାରିଭାଇ ପୁରୀକୁ ତୀର୍ଥାଟନ କଲାବେଳେ ଗୋଟିଏ ଭାଇ ତାଳଚେରର ଶାସକ ହେବାବେଳେ ଅନ୍ୟ ଏକ ଭାଇ ବଣାଇର ଶାସକ ହେଲେ ଏବଂ ଅନ୍ୟ ଦୁଇ ଭାଇ ନିହତ ହେଲେ ।[୨]
ବ୍ରିଟିଶ ରାଜ ସମୟରେ ଓଡ଼ିଶାର ପ୍ରମୁଖ ୨୬ଟି ଦେଶୀୟ ରାଜ୍ୟ(ଜାଗୀରଦାର) ମଧ୍ୟରୁ ତାଳଚେର ଅନ୍ୟତମ ।ଏହା ୧ ଜାନୁଆରୀ ୧୯୪୮ ମସିହାରେ ଏହାର ଶେଷ ରାଜା ହୃଦୟ ଚନ୍ଦ୍ର ଦେବ ବୀରବରଙ୍କ ସମୟରେ ଭାରତରେ ସମ୍ମିଶ୍ରଣ ହେଲା ।
ତାଳଚେର ଗଡ଼ଜାତର ଶାସକ
[ସମ୍ପାଦନା]ପ୍ରାକ୍ ସ୍ୱାଧୀନତା କାଳରେ ତାଳଚେର ଗଡଜାତର ଶାସକମାନେ ହେଲେ: [୩] [୪]
- ପଦ୍ମନାଭ ବୀରବର ହରିଚନ୍ଦନ
- ଚକ୍ରଧର ବୀରବର ହରିଚନ୍ଦନ
- ଗୋପୀନାଥ ବୀରବର ହରିଚନ୍ଦନ (୧୬୫୧ – ୧୭୧୧)
- ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୧୧ – ୧୭୨୯ )
- ପିତାମ୍ବର ବୀରବର ହରିଚନ୍ଦନ (୧୭୨୯ – ୧୭୪୦)
- ଲାଲସିଂହ ବୀରବର ହରିଚନ୍ଦନ (୧୭୪୦ – ୧୭୫୨)
- କୃଷ୍ଣଚନ୍ଦ୍ର ବୀରବର ହରିଚନ୍ଦନ (୧୭୫୨ – ୧୭୬୫)
- ଚନ୍ଦ୍ରଶେଖର ବୀରବର ହରିଚନ୍ଦନ ( ୧୭୬୫ – ୧୭୬୬)
- ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୭୬୬ – ୧୭୭୪)
- ନିମାଇଁ ଚରଣ ବୀରବର ହରିଚନ୍ଦନ (୧୭୭୪ – ୧୭୭୮)
- ଭାଗିରଥୀ ବୀରବର ହରିଚନ୍ଦନ (୧୭୭୮ – ୧୮୪୬)
- ଦୟାନିଧି ବୀରବର ହରିଚନ୍ଦନ (୧୮୪୬ – ୧୮୭୩)
- ରାମଚନ୍ଦ୍ର ବୀରବର ହରିଚନ୍ଦନ (୧୮୭୩ – ୧୮୯୧)
- ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ୧୮୯୧ - ୧୯୪୫।
- ୭ ନଭେମ୍ବର ୧୯୪୫ -୧୫ ଅଗଷ୍ଟ ୧୯୪୭ ହୃଦୟ ଚନ୍ଦ୍ର ଦେବ ବୀରବର
ଆଧାର
[ସମ୍ପାଦନା]- ↑ Princely States of India A-J
- ↑ Rajput Provinces of India - Talcher (Princely State)
- ↑ Princely States of India K-Z
- ↑ ସାହୁ, ବିଭୂତି ଭୂଷଣ. ତାଳଚେରର ସକ୍ଷିପ୍ତ ଇତିହାସ.