ତାରକ ମେହତା

ଉଇକିପିଡ଼ିଆ‌ରୁ
ତାରକ ମେହତା
ତାରକ ମେହତା , 2015.
ତାରକ ମେହତା , 2015.
ଜନ୍ମ ଓ ଜନ୍ମସ୍ଥାନ(1929-12-26)ଡିସେମ୍ବର ୨୬, ୧୯୨୯
Ahmedabad, Gujarat, India
ବୃତ୍ତିcolumnist, humorist, writer

ତାରକ ମେହତା ଏକ ଭାରତୀୟ ଲେଖକ ଅଟନ୍ତି । ସେ ମୁଖ୍ୟତଃ (ଦୁନିଆନେ ଓନ୍ଧା ଚଷମା) ଗୁଜୁରାଠି ଭାଷାରେ ଏକ ଲେଖା ଲେଖିବା କାରଣରୁ ଜଣା ଯା'ନ୍ତି । ସେ ବହୁ ପ୍ରକାରର ହାସ୍ୟ କାହାଣୀ ଗୁଜୁରାଠି ଭାଷାରେ ଅନୁବାଦ କରିଛନ୍ତି । [୧] ତାଙ୍କର ସାପ୍ତାହିକ ଲେଖା ପ୍ରଥମଥର ମାର୍ଚ୍ଚ ୧୯୭୧ ମସିହାରେ ଚିତ୍ରଲେଖା ନାମକ ଏକ (ସାପ୍ତାହିକ) ଖବର କାଗଜରେ ପ୍ରକାଶ ହୋଇଥିଲା । ସେ ପାଖାପାଖି ୮୦ଟି ପୁସ୍ତକ ପ୍ରକାଶିତ କରି ସାରିଛନ୍ତି । ଯେଉଁଥିରୁ ୩ଟି ପୁସ୍ତକ ତାଙ୍କର ଦିବ୍ୟ ଭାସ୍କର ନାମକ ଖବର କାଗଜରେ ଛପା ଯିବା ଲେଖା ଉପରେ ଆଧାରିତ ।[୨]

୨୦୦୮ ମସିହାରେ ଅସିତ କୁମାର ମୋଦୀ ଏହି କାହାଣୀ ଉପରେ (ତାରକ ମେହତକା ଉଲଟା ଚଷମା) ତିଆରି କଲେ, ଯାହା ସବ ଟିଭି (ଇଂରାଜୀ : Sab TV - Sony)ରେ ପ୍ରସାରିତ ହୋଇଥାଏ ।[୩] ଏହି କାହାଣୀରେ ଏକ ତାରକ ମେହତାଙ୍କର ଚରିତ୍ର ମଧ୍ୟ ରହିଛି । ଏହି ଅଭିନୟରେ ଶୈଳେଶ ଲୋଧା ନିଭାଉ ଅଛନ୍ତି । [୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କର ଜନ୍ମ ଅହମଦାବାଦ, ଗୁଜରାଟରେ ହୋଇଥିଲା । ଏହା ପରେ ୨୦୦୦ ବର୍ଷରେ ସେ ତାଙ୍କର ଦ୍ୱିତୀୟ ପତ୍ନୀ ଇନ୍ଦୁଙ୍କ ସହ ୩୦ ବର୍ଷରେ ଚାଲି ଗଲେ । ପ୍ରଥମ ପତ୍ନୀ ଇଲ୍ଲା, ଯାହାଙ୍କର ପରେ ମନୋହର ଯୋଶୀଙ୍କ ସହ ବିବାହ ହୋଇଯାଏ ଏବଂ ୨୦୦୬ ମସିହାରେ ମୃତ୍ୟୁ ହୋଇଯାଏ । ମେହତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଇସାନୀ ଆମେରିକାରେ ରହନ୍ତି , ଯାହାଙ୍କର ଦୁଇ ସନ୍ତାନ କୁଶାଣ ଏବଂ ଶୈଳୀ ଅଛନ୍ତି । [୨][୫]

ଲେଖା[ସମ୍ପାଦନା]

  • ଦୁନିଆ ନେ ଓନ୍ଧା ଚଷମା
  • ଆ ଦୁନିଆ ପଞ୍ଜରପୋଲେ
  • ଏକ୍ସନ ରିପ୍ଲେ ½
  • ଅଲବେଲୁନ ଆମେରିକା ବନ୍ଥେଲୁନ ଆମେରିକା
  • ଚମ୍ପକଲାଲ ତପୌନି ଯୁଗଲବନ୍ଦୀ
  • ବେତାଜ ବାଟଲି ବଜ ପୋପଟଲାଲ ତରଜ
  • ତାରକ ମେହତାକା ଉଲଟା ଚଷମା

ପୁରସ୍କାର[ସମ୍ପାଦନା]

୨୦୧୫ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. Contemporary Indian theatre: interviews with playwrights and directors. Sangeet Natak Akademi. 1989. p. 159.
  2. ୨.୦ ୨.୧ "Tarak Mehta is 'booked'!". DNA (newspaper). Mar 9, 2009.
  3. "Comedy Inc!". Indian Express. Jul 2, 2010.
  4. "Laughing away to success". Indian Express. Jul 30, 2010.
  5. "Tragedy strikes Tarak Mehta". The Times of India. Jul 14, 2009. Archived from the original on 2012-09-27. Retrieved 2017-02-12.
  6. "Padma Awards 2015". Press Information Bureau. Archived from the original on 28 January 2015. Retrieved 25 January 2015.