ତରୁଣ ବୋଷ

ଉଇକିପିଡ଼ିଆ‌ରୁ
ତରୁଣ ବୋଷ
ଜନ୍ମ(1928-09-28)୨୮ ସେପ୍ଟେମ୍ବର ୧୯୨୮
ମୃତ୍ୟୁ୮ ମାର୍ଚ୍ଚ ୧୯୭୨(1972-03-08) (ବୟସ ୪୩)
ସକ୍ରିୟ ବର୍ଷ୧୯୫୭–୧୯୭୨

ତରୁଣ ବୋଷ (୧୪ ସେପ୍ଟେମ୍ବର ୧୯୨୮ - ୮ ମାର୍ଚ୍ଚ ୧୯୭୨) ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ୧୯୬୦ ଓ ୧୯୭୦ ଦଶକରେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ତରୁଣ ୧୯୨୮ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ସେଣ୍ଟ ଫ୍ରାନ୍ସିସ୍ ହାଇସ୍କୁଲରେ ପଢ଼ିଥିଲେ । କିଶୋର ଅବସ୍ଥାରେ ସେ ଏକ ସ୍ଥାନୀୟ ନାଟକ ସଂସ୍ଥା ସହ ଯୋଡ଼ି ହୋଇଥିଲେ ଏବଂ ନାଟକ ପରିବେଷଣ କରିଥିଲେ । ୧୫ ବର୍ଷ ବୟସରେ, ସେ ନାଗପୁରର ନୂଆ କରି ଖୋଲାଯାଇଥିବା ଅଲ୍ ଇଣ୍ଡିଆ ରେଡିଓ ପାଇଁ ଅଡିସନ୍ ଦେଇଥିଲେ ଏବଂ ସେଠାରେ ରେଡିଓ ନାଟକରେ କାମ କରିଥିଲେ ।[୧]

ପେଷା[ସମ୍ପାଦନା]

ଶିକ୍ଷା ସମାପ୍ତ କରିବା ପରେ ସେ ଡାକ ବିଭାଗରେ ଚାକିରୀ କରିଥିଲେ ଏବଂ ଟେଲିଗ୍ରାଫ୍ ପାଇଁ କାମ କରିବା ଆରମ୍ଭ କରିଥିଲେ, ଯାହାଫଳରେ ସେ ପାରିବାରିକ ଚାପ ବିନା ଅଭିନୟ କରିପାରିବେ ।[୧]

୧୯୫୭ ମସିହାରେ ସେ ଅସୀତ ସେନଙ୍କ ଚଳଚ୍ଚିତ୍ର ଅପରାଧି କୌନ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ମାଲା ସିହ୍ନା ଓ ଅଭି ଭଟ୍ଟାଚାର୍ଯ୍ୟ ମଧ୍ୟ ଅଭିନୟ କରିଥିଲେ । ବିମଳ ରାୟଙ୍କ ସୁଜାତା (୧୯୫୯)ରେ ତାଙ୍କର ଅଭିନୟକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ସେ ନୂତନ, ସୁନୀଲ ଦତ୍ତ ଏବଂ ସୁଲୋଚାନାଙ୍କ ସହ କାମ କରିଥିଲେ ।[୨]

୧୯୬୦ ଦଶକ ଓ ୧୯୭୦ ଦଶକର ପ୍ରଥମ ଭାଗରେ ତାଙ୍କ ଅଭିନୀତ କିଛି ଉଲ୍ଲେଖନୀୟ କଥାଚିତ୍ର ହେଲା, ଗୁମ୍‌ନାମ୍, ବନ୍ଦିନୀ (୧୯୬୩), ଅନୁପମା (୧୯୬୬), ଦେବର୍, ମୁଝେ ଜୀନେ ଦୋ (୧୯୬୩), ଆନ୍ ମିଲୋ ସାଜନା, ଇତ୍ୟାଦି । ସେ ଅଶୋକ କୁମାର, ଧର୍ମେନ୍ଦ୍ର, ମନୋଜ କୁମାର, ସୁନୀଲ ଦତ୍ତ, ବଳରାଜ ସାହାଣୀ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଜଣାଶୁଣା ଅଭିନେତାଙ୍କ ସହ କାମ କରିଥିଲେ । ବିମଳ ରୟ, ହୃଷିକେଶ ମୁଖାର୍ଜୀ, ସତ୍ୟେନ ବୋଷ, ଅସୀତ ସେନ, ଦୁଲାଲ ଗୁହାଙ୍କ ଭଳି ନିର୍ଦ୍ଦେଶଙ୍କମାନଙ୍କ ସହ ସେ କାମ କରିଥିଲେ ।

୧୯୫୭ ମସିହାରୁ ୧୯୭୨ ମସିହା ମଧ୍ୟରେ ସେ ୪୧ଟି କଥାଚିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷ, ଡାକ୍ତର ଏବଂ ବେଳେବେଳେ ବିଚାରପତି କିମ୍ବା ଆଇନଜୀବୀ ଭୂମିକାରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଅପରାଧି କୌନ୍? (୧୯୫୭)
  • ମଧୁମତି (୧୯୫୮)
  • ସୁଜାତା (୧୯୫୯)
  • ଉସନେ କାହା ଥା (୧୯୬୦)
  • ଶାମା (୧୯୬୧)
  • ବେଗାନା (୧୯୬୩)
  • ବନ୍ଦିନୀ (୧୯୬୩)
  • ମୁଝେ ଜୀନେ ଦୋ (୧୯୬୩)
  • କୋହରା (୧୯୬୪)
  • ଆକାଶଦୀପ (୧୯୬୫)
  • ଫରାର୍ (୧୯୬୫)
  • ଗୁମ୍‌ନାମ୍ (୧୯୬୫)
  • ଉଞ୍ଚେ ଲୋଗ୍ (୧୯୬୫)
  • ଭୈୟା (୧୯୬୫)
  • ଦେବର୍ (୧୯୬୬)
  • ଅନୁପମା (୧୯୬୬)
  • ଲଭ୍ ଇନ୍ ଟୋକିୟୋ (୧୯୬୬)
  • ପ୍ୟାର୍ ମୋହବତ୍ (୧୯୬୬)
  • ଛୋଟି ସି ମୁଲାକାତ୍ (୧୯୬୭)
  • ଜାଲ୍ (୧୯୬୭)
  • ଅନୋଖି ରାତ୍ (୧୯୬୮)
  • ଜ୍ୟୋତି (୧୯୬୯)
  • ଧର୍‌ତି କହେ ପୁକାର୍ କେ (୧୯୬୯)
  • ଇନ୍‌ସାଫ୍ କା ମନ୍ଦିର୍ (୧୯୬୯)
  • ସତ୍ୟକାମ (୧୯୬୯)
  • ମହାରାଜା
  • ଗନୱାର୍ (୧୯୭୦)
  • ଗୁନାଃ ଔର୍ କାନୁନ୍ (୧୯୭୦)
  • ଆନ୍ ମିଲୋ ସଜନା (୧୯୭୦)
  • ଜୀବନ ସଂଗ୍ରାମ (୧୯୭୪)

ମୃତ୍ୟୁ[ସମ୍ପାଦନା]

୧୯୭୨ ମସିହାର ମାର୍ଚ୍ଚ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Tarun Bose Biography". memsaabstory.com. 23 July 2010. Retrieved 27 May 2013.
  2. Khageśa Debabarmana (2013). S.D. Burman: The World of His Music. Rupa Publications India. pp. 1959–. ISBN 978-81-291-2063-2. Retrieved 27 January 2015.
  3. "Tarun Bose (Part 5): Favourite directors". memsaabstory.com. 24 August 2010. Retrieved 27 May 2013.

ବାହାର ଲିଙ୍କ୍[ସମ୍ପାଦନା]