ଢେଙ୍କାନାଳ ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
ଢେଙ୍କାନାଳ ଗଡ଼ଜାତ ରାଜ୍ୟ
ଢେଙ୍କାନାଳ
Type of subdivision of (the) Former Country
1529–1948
Flag Coat of arms
Flag Coat of arms
Location of ଢେଙ୍କାନାଳ
Location of ଢେଙ୍କାନାଳ
Dhenkanal State in the Imperial Gazetteer of India
History
 •  Established 1529
 •  Accession to the Indian Union 1948
Area
 •  1892 ୩,୭୮୯ km2 (୧,୪୬୩ sq mi)
Population
 •  1892 ୨,୭୩,୬୬୨ 
Density ୭୨.୨ /km2  (୧୮୭.୧ /sq mi)

ଢେଙ୍କାନାଳ ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ଯାହାକି ଅଧୁନାତନ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା ।

ଇତିହାସ[ସମ୍ପାଦନା]

ଇତିହାସ କହେ, ୧୫୨୯ ବେଳକୁ ଢେଙ୍କା ଶବର ନାମକ ଏକ ଜନ ଜାତି ରାଜା ଅଧୀନରେ ଢେଙ୍କାନାଳ ଦେଶୀୟ ରାଜ୍ୟ ରହିଥିଲା । ତତକାଳୀନ ଉତ୍କଳର ରାଜା ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ଦକ୍ଷିଣାଞ୍ଚଳ ଦାୟୀତ୍ୱରେ ଥିବା ମନ୍ତ୍ରୀ ତଥା ବେବର୍ତ୍ତାଙ୍କଦ୍ୱାରା କରାଯାଇଥିବା ଏକ ବିଜୟ ଅଭିଯାନ ପରେ ଏହି ଅଞ୍ଚଳ ମହାରାଜାଙ୍କ ଶାସନାଧୀନ ହେଲା । ତତ୍କାଳୀନ ରାଜା ଉକ୍ତ ବେବର୍ତ୍ତାଙ୍କୁ ଢେଙ୍କାନାଳ ରାଜ୍ୟର ରାଜା ନିଯୁକ୍ତି କରିଥିଲେ। ଏହା ପରେ ବଂଶାନୁକ୍ରମିକ ଭାବେ ବେବର୍ତ୍ତାଙ୍କ ବଂଶଧର ଏହି ରାଜ୍ୟକୁ ରାଜୁତି କଲେ । ଏହି କ୍ରମରେ ରାଜା ଭାଗିରଥୀ ପ୍ରତାପ ଢେନାନାଳର ରାଜା ହୋଇଥିଲେ ଯାହାଙ୍କ ଅମଳରେ ଏହି ରାଜ୍ୟ ମରାଠାମାନଙ୍କଦ୍ୱାରା ଆକ୍ରମଣର ଶିକାର ହୋଇଥିଲା। ତେବେ ରାଜା ଭାଗିରଥୀ ପ୍ରତାପ ଏହାର କଡା ଜବାବ ଦେଇ ମରାଠା ଶତ୍ରୁ ଆକ୍ରମଣରୁ ଢେକାନାଳକୁ ରକ୍ଷା କରିବାରେ ସମର୍ଥ ହୋଇଥିଲେ । ଫଳରେ ରାଜା ଭାଗିରଥୀ ପ୍ରତାପ ଲୋକପ୍ରିୟତା ହାସଲ କରିଥିଲେ ଏବଂ ତାଙ୍କୁ "ମହେନ୍ଦ୍ର ବାହାଦୁର" ଉପାଧୀରେ ଭୁଷିତ କରାଯାଇଥିଲା ।

ରାଜା[ସମ୍ପାଦନା]

ଢେଙ୍କାନାଳର ଶାସକ ମାନଙ୍କ ମଧ୍ୟରେ ୧୮୬୯ ପରବର୍ତ୍ତୀ ସମୟର ଶାସକମାନଙ୍କୁ ମହାରାଜା ଉପାଧିରେ ଭୂଷିତ କରାଯାଇଛି।[୧][୨]

  • 1682 - 1708 ନୃସିଂହ ରାୟ ସିଂ ଭ୍ରମରବର ରାୟ
  • 1708 - 1728 କୁଞ୍ଜବିହାରୀ ରାୟ ସିଂ ଭ୍ରମରବର ରାୟ
  • 1728 - 1741 ବ୍ରଜ ବିହାରୀ ଭ୍ରମରବର
  • 1741 - 1743 ଦାମୋଦର ରାୟ ସିଂ ଭ୍ରମରବର ରାୟ
  • 1743 - 1785 ତ୍ରିଲୋଚନ ସିଂ ଭ୍ରମରବର
  • 1785 - 1796 ଦୟାନିଧୀ ମହେନ୍ଦ୍ର ଭ୍ରମରବର
  • 1796 - 1807 ରାମଚନ୍ଦ୍ର ମହେନ୍ଦ୍ର
  • 1807 - 1822 କୃଷ୍ଣଚନ୍ଦ୍ର ମହେନ୍ଦ୍ର
  • 1822 - 1832 ଶ୍ୟାମଚନ୍ଦ୍ର ମହେନ୍ଦ୍ର
  • 1832 - 1869 ଭାଗିରଥୀ ମହେନ୍ଦ୍ର (b. 1823 - d. 1877)
  • 1832 - 1844 ରାଜ ପ୍ରତିନିଥିଦ୍ୱାରା ଶାସିତ

ମହାରାଜା[ସମ୍ପାଦନା]

  • 1869 - 1877 ଭାଗିରଥୀ ମହେନ୍ଦ୍ର (s.a.)
  • 1877 - 1885 ଦୀନବନ୍ଧୁ ମହେନ୍ଦ୍ର (d. 1885)
  • 29 Aug 1885 – 16 Oct 1918 ସୁର ପ୍ରତାପ ସିଂ ଦେବ ମହେନ୍ଦ୍ର (b. 1885 - d. 1918)
  • 29 Aug 1885 - 1906 ରାଜ ପ୍ରତିନିଥିଦ୍ୱାରା ଶାସିତ
  • 16 Oct 1918 – 15 Aug 1947 ଶଂକର ପ୍ରତାପ ସିଂ ଦେବ ମହେନ୍ଦ୍ର (b. 1904 - d. 1965)
  • 03 Aug 1965 - ବ୍ରିଗେଡିୟର ରାଜା କାମକ୍ଷ ପ୍ରସାଦ ସିଂ ଦେବ ମହିନ୍ଦ୍ର ବାହାଦୁର

ଆଧାର[ସମ୍ପାଦନା]

  1. Indian Princely States
  2. "History | Dhenkanal District : Odisha". www.dhenkanal.nic. Retrieved 25 May 2019.

ବାହାର ଲିଙ୍କ[ସମ୍ପାଦନା]