Jump to content

ଢେକିଆଖୋୱା ବୋରନାମଘର

ଉଇକିପିଡ଼ିଆ‌ରୁ
ଢେକିଆଖୋୱା ବୋରନାମଘର
ଢେକିଆଖୋୱା ବୋରନାମଘର ଫାଟକ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଜୋରହାଟ ଜିଲ୍ଲା
Location
Stateଆସାମ
Countryଭାରତ
ଢେକିଆଖୋୱା ବୋରନାମଘର is located in Assam
ଢେକିଆଖୋୱା ବୋରନାମଘର
Dhekiakhowa Bornaamghar
ଭୌଗଳିକ ଅବସ୍ଥିତି26°28′N 94°11′E / 26.47°N 94.19°E / 26.47; 94.19
Architecture
ମହାଦେବ Madhavdeva[୧]
Completed1461 (1450 Saka)[୧]
Website
dhekiakhowabornamghar.com/

ଢେକିଆଖୋୱା ବୋରନାମଘର (ଆସାମୀ ଭାଷାରେ: ঢেকীয়াখোৱা বৰনামঘৰ) ଏକ ନାମଘର ଯାହା ଭାରତର ଆସାମ ପ୍ରଦେଶରେ ଥିବା ଜୋରହାଟ ଜିଲ୍ଲାରେ ଅବସ୍ଥିତ । ଏହାକୁ ସମାଜ ସୁଧାରକ ସନ୍ଥ ମହାଦେବା ତିଆରି କରେଇଥିଲେ ।[୨][୩] ୧୫୨୮ ମସିହାରେ ମହାଦେବା ସେଠାରେ ଏକ ମାଟି ପ୍ରଦୀପ ପ୍ରଜ୍ୱଳିତ କରିଥିଲେ ଯାହା ସେହି ଦିନଠାରୁ ପ୍ରଜ୍ୱଳିତ ହୋଇ ରହିଛି ଓ ନାମଘର ପରିଚାଳନା କମିଟି ଅନୁସାରେ ସେଥିରେ ପୁରୋହିତମାନେ ସୋରିଷ ତେଲ ଢାଳୁଛନ୍ତି ।[୪] ଜୋରହାଟ ଜିଲ୍ଲାରେ ଥିବା ଢେକିଆଖୋୱା ଗ୍ରାମରେ ଅବସ୍ଥିତ ।[୧] ଜୋରହାଟର ପୂର୍ବ ଦିଗରେ ୧୫ କିମି ଦୂର ଓ ଜାତୀୟ ରାଜପଥ ୩୭ଠାରୁ ୩.୫ କିମି ଦୂରରେ ଅବସ୍ଥିତ । ୧୩ ବିଘା ଜମି ଉପରେ ନାମଘର ଅବସ୍ଥିତ । ପରିଚାଳନା କମିଟି ଭକ୍ତମାନଙ୍କର ଦାନ ସାହାଯ୍ୟରେ ନାମଘର ଓ ସେଠାରେ ଥିବା ଆନୁଷଙ୍ଗିକ ସୁବିଧାମାନ ପରିଚାଳନା କରନ୍ତି । ରକ୍ଷଣାବେକ୍ଷଣ ବ୍ୟତିରେକେ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରନ୍ତି ।

ପ୍ରତ୍ୟହ ଅସଂଖ୍ୟ ଭକ୍ତ ଓ ପରିବ୍ରାଜକ ସେଠାକୁ ଦୈନିକ ଯାଆନ୍ତି । ଗୁରୁ ଶ୍ରୀମନ୍ତ ଶଙ୍କରଦେବ ଓ ମହାଦେବା ଗୁରୁଦ୍ୱୟଙ୍କ ମୃତ୍ଯୁ ମୃତ୍ୟୁ ବାର୍ଷିକୀ ପାଳନ କରିବା ନିମନ୍ତେ ପ୍ରତିବର୍ଷ ଭାଦ୍ରବ ମାସରେ ଭକ୍ତମାନେ ସେଠାକୁ ଯାଆନ୍ତି ।[୫][୬]

କିମ୍ବଦନ୍ତୀ

[ସମ୍ପାଦନା]

ବୋରନାମଘର ଉପରେ ଅନେକ କାହାଣୀ ଅଛି । ଏହି ଘରର ମୁଖ୍ୟ ସ୍ତମ୍ଭ ଶାଳ କାଠରେ ତିଆରି ହୋଇଛି । ସେଠାରେ ଥିବା ଜଣେ ଭକ୍ତ ଶୋଇଥିବା ସମୟରେ ସ୍ବପ୍ନରେ ଦେଖିଲେ ନିକଟସ୍ଥ ନଦୀରେ ଜଳ ଉପର ଗାମୀ ହୋଇ ବହୁଛି ଓ ସେଥିରେ ଏକ ଶାଳ ଗଛ ଭାସୁଛି । ପରଦିନ ସକାଳେ ଲୋକମାନେ ଏହି କଥା ସତ୍ୟ ଥିବା ଦେଖିଲେ, ଶାଳ ଗଛ ନଦୀରେ ଥିଲା । ତାକୁ ଆଣି ସେହି ଘରର ସ୍ତମ୍ଭ ଭାବରେ ବ୍ୟବହାର କଲେ ।

ପର୍ବପର୍ବାଣି

[ସମ୍ପାଦନା]

ଦୈନିକ ପୂଜା ପାଠ ବ୍ୟତୀତ ପ୍ରତି ବର୍ଷ ଅନେକ ଉତ୍ସବ ଓ ବିଶେଷ ପୂଜା ପାଳନ କରାଯାଏ । ଲକ୍ଷ ଲକ୍ଷ ଭକ୍ତ ଏହି ଉତ୍ସବ ଗୁଡ଼ିକ ଦେଖିବାକୁ ଆସନ୍ତି:

  1. ପାଲ ନାମ – ଭାଦ୍ରବ ମାସରେ ଏକ ମାସ ବ୍ୟାପୀ ପୂଜା ଉତ୍ସବ, ଅଗଷ୍ଟ ମଧ୍ୟ ଭାଗରୁ ସେପ୍ଟେମ୍ବର ମଧ୍ୟଭାଗ
  2. ଶ୍ରୀମନ୍ତ ଶଙ୍କରଦେବା ଜନ୍ମ ବାର୍ଷିକୀ ଆଶ୍ୱିନ ମାସରେ ପାଳନ କରାଯାଏ ।
  3. ମହାଦେବଦେବା ଜନ୍ମ ବାର୍ଷିକୀ ଜ୍ୟେଷ୍ଠ ମାସରେ ମଇ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ।
  4. ଭାୟନା ମହୋତ୍ସବ ଚୈତ୍ର ମାସରେ, ୧୫ ମାର୍ଚ୍ଚରୁ ୧୫ ଅପ୍ରେଲ ।
  5. ନଭେମ୍ବର ମାସରେ ରାସ ଲୀଳା ।

ଗ୍ୟାଲେରି

[ସମ୍ପାଦନା]
A view
A view
  1. ୧.୦ ୧.୧ ୧.୨ Ahom, Mor (6 August 2011). "Dhekiakhowa Bornaamghar, Assam". MobME Wireless Solutions Private Limited. Archived from the original on 17 February 2013. Retrieved 2 November 2012.
  2. "Dhekiakhowa Bornaamghar". Jorhat District, Assam.
  3. "Dhekiakhowa Bornaamghar". Government of Assam. Archived from the original on 1 December 2020. Retrieved 3 February 2021.
  4. "Alight for half a millennium". The Telegraph online.
  5. "Tithi of Sri Sri Madhabdev". The Sentinel.
  6. "Dhekiakhowa Bornaamghar". MCJ web-news Portal. Tezpur University.

ବାହ୍ୟ ଲିଙ୍କ

[ସମ୍ପାଦନା]