ଡୋଳା ବାନାର୍ଜୀ

ଉଇକିପିଡ଼ିଆ‌ରୁ
Dola Banerjee
Dola banerjee.JPG
ଜନ୍ମ (1980-06-02) ୨ ଜୁନ ୧୯୮୦ (ବୟସ ୪୨)
ଜାତୀୟତାIndian
ବୃତ୍ତିSportsman (Archer)

ଡୋଳା ବାନାର୍ଜୀ(ବଙ୍ଗଳା: দোলা ব্যানার্জি) (ଜନ୍ମ ଜୁନ ୨ , 1980 )ଜଣେ ଭାରତୀୟ ମହିଳା କ୍ରୀଡ଼ାବିଦ୍‌ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅର୍ଚେରୀରେ ପ୍ରତିଯୋଗିତା କରନ୍ତି ଓ ଦେଶ ପାଇଁ ବହୁ ପଦକ ମଧ୍ୟ ବିଜୟୀ ହେଇଛନ୍ତି । [୧]

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ଡୋଳା ବାନାର୍ଜୀ କଲିକତାର ଅଶୋକ ବାନାର୍ଜୀ ଓ କଳ୍ପନା ବାନାର୍ଜୀଙ୍କ କନ୍ୟା । ସେ ବାରନଗରୀ ରାଜକୁମାରୀ ମେମୋରିଆଲ ହାଇ ସ୍କୁଲରୁ ଶିକ୍ଷା ପାଇଥିଲେ । ସେ ମାତ୍ର 9 ବର୍ଷ ବୟସରୁ ବାରନଗର ଆର୍ଚେରୀ [୨]କ୍ଲବରେ ଯୋଗଦାନ କରି ଆର୍ଚେରୀରେ ପ୍ରଶିକ୍ଷଣ ନଉଥିଲେ । ସେ ୧୯୯୬ ମସିହାରେ ଯୁବ ବିଶ୍ୱ ଆର୍ଚେରୀ ଚମ୍ପିୟାନଶିପରେ ସାନ ଦିଆଗୋଠାରେ ଭାଗନେଇଥିଲେ । [୩]

ଖେଳ ଜୀବନୀ [ସମ୍ପାଦନା]

ଡୋଳା ୨୦୦୪ ମସିହା ଅଲିମ୍ପିକରେ ଭାରତ ତରଫରୁ ଯୋଗ ଦାନ କରିଥିଲେ । ସେ ସେଠାରେ ମହିଳା ଶିଂଗଲ ବିଭାଗ ଆର୍ଚେରୀରେ 13 ତମ ସ୍ଥାନରେ ରହିଥିଲେ । ସେହି ଅଲିମ୍ପିକରେ ସେ ମହିଳା ଦଳଗତ ପ୍ରତିଯୋଗିତା ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ । 

୨୦୦୭  ମସିହା ଅଗଷ୍ଟ ମାସରେରେ ଇଂଲଣ୍ଡରେ ହେଇଥିବା ବିଶ୍ୱ କପ ଆର୍ଚେରୀ ପ୍ରତିଯୋଗିତାର ଶିଂଗଲ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ଫଳରେ ସେ ନଭେମ୍ବର ୨୦୦୭ ମସିହାରେ ଦୁବାଇଠାରେ ହେଇଥିବା ବିଶ୍ୱ କପ ଫାଇନାଲରେ ଖେଳିବାର ଯୋଗ୍ୟତା ହାସଲ କରିଥିଲେ । [୪]

ସେହି ପ୍ରତିଯୋଗିତାରେ ବିଜୟୀ ହେବା ଫଳରେ ଡୋଳା ବିଶ୍ୱ ଆର୍ଚେରୀ ରଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହା ପରେ ସେ ୨୦୦୮ ମସିହା ବେଜିଂ ଅଲିମ୍ପିକରେ ଯୋଗ ଦେଇଥିଲେ ମଧ୍ୟ ପଦକ ପାଇ ନ ଥିଲେ । ୨୦୧୦ ମସିହାରେ ଦିଲ୍ଲୀରେ ହେଇଥିବା କମନୱେଲ୍‌ଥ ଖେଳରେ ଡୋଳା ଭାରତ ପାଇଁ ଦଳଗତ ପ୍ରତିଯୋଗିତା ରେଦୀପିକା କୁମାରୀବୌମାଲ୍ୟ ଦେବୀ ଙ୍କ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 

ଡୋଳା ବାନାର୍ଜୀ ମହିଳା ଆର୍ଚେରୀରେ ଦ୍ୱିତୀୟ ପ୍ରତିଯୋଗୀ ଭାବରେ ଭାରତ ସରକାରଙ୍କ ସମ୍ମାନ-ଜନକ ଅର୍ଜୁନ ପୁରସ୍କାର ପାଇଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ଡୋଳାଙ୍କ ସାନ ଭାଇ ରାହୁଲ ବାନାର୍ଜୀ ମଧ୍ୟ ଜଣେ ଆର୍ଚର । ଗାୟକ ଶାନ ଓ ଗାୟିକା ସାଗରିକା ତାଙ୍କର ସମ୍ପର୍କିତ । 

ଆଧାର [ସମ୍ପାଦନା]

  1. "DOLA BANERJEE".
  2. My Fundays by Dola Banerjee in The Telegraph, September 12, 2007
  3. Dola Banerjee, biography Archived July 22, 2011, at the Wayback Machine.
  4. Dola creates history, sits on top of the world- Hindustan Times[dead link]