ଡିନୁଟୁକ୍ସିମାବ

ଉଇକିପିଡ଼ିଆ‌ରୁ
ଡିନୁଟୁକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetGD2
Clinical data
Trade namesUnituxin, Isquette, Qarziba, others
SynonymsDinutuximab beta, Ch14.18, APN-311
AHFS/Drugs.commonograph
MedlinePlusa615022
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6422H9982N1722O2008S48
Molar mass୧,୪୪,୯୮୧.୪୨ g·mol−1

ଡିନୁଟୁକ୍ସିମାବ (ଇଂରାଜୀ ଭାଷାରେ Dinutuximab), ଅନ୍ୟମାନଙ୍କ ମଧ୍ୟରେ ୟୁନିଟୁକ୍ସିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ନିଉରୋବ୍ଲାସ୍ଟୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ଏହା ଅଧିକ ବିପଦ ସଙ୍କଟ ଥିବା ପିଲାମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ଅନ୍ୟ ଚିକିତ୍ସା ସତ୍ତ୍ୱେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | [୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଜ୍ୱର, ଇନଫ୍ୟୁଜନ୍ ପ୍ରତିକ୍ରିୟା, ସ୍ୱଳ୍ପ ରକ୍ତ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ରକ୍ତ ପୋଟାସିଅମ, କ୍ୟାପିଲାରୀ ଲିକ ସିଣ୍ଡ୍ରୋମ ଏବଂ ଯକୃତ ସମସ୍ୟା ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରିଭର୍ସିବଲ୍ ପୋଷ୍ଟିରିଅର୍ ଲିଉକୋଏନସେଫାଲୋପାଥି ସିଣ୍ଡ୍ରୋମ, ଟ୍ରାନ୍ସଭର୍ସ ମାୟେଲାଇଟିସ୍, ଆଖି ସମସ୍ୟା ଏବଂ ସଂକ୍ରମଣ ହୋଇପାରେ | [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜିଡି୨ (GD2) ସହିତ ସଂଲଗ୍ନ ହୁଏ ଯାହା ସାଧାରଣତଃ ନିଉରୋବ୍ଲାଷ୍ଟୋମା କୋଷଗୁଡ଼ିକରେ ମିଳିଥାଏ ।[୩] ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏହି ବନ୍ଧନ ଯୋଗୁ ରୋଗ ଗ୍ରସ୍ତ କୋଷଗୁଡ଼ିକୁ ନଷ୍ଟ କରିଦିଏ ।[୩]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିନୁଟୁକ୍ସିମାବ ଅନୁମୋଦିତ ହୋଇଥିଲା ।[୬] ୨୦୧୫ରେ ଏହା ୟୁରୋପରେ ମଧ୍ୟ ଅନୁମୋଦିତ ହୋଇଥିବାବେଳେ ପରେ ୨୦୧୭ରେ ପ୍ରତ୍ୟାହାର କରାଯାଇଥିଲା ।[୭] ତଥାପି ଡିନୁଟୁକ୍ସିମାବ ବିଟା ୨୦୧୭ରେ ୟୁରୋପରେ ଅନୁମୋଦନ ଲାଭ କଲା ।[୩] ଯୁକ୍ତରାଷ୍ଟ୍ରରେ ୧୭.୫ ମିଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୪,୦୦୦ ଡଲାର ଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Qarziba Australian prescription medicine decision summary". Therapeutic Goods Administration (TGA). 11 April 2020. Archived from the original on 28 August 2021. Retrieved 16 August 2020.
  2. "Dinutuximab (Unituxin) Use During Pregnancy". Drugs.com. 30 March 2020. Archived from the original on 23 January 2021. Retrieved 16 August 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Qarziba EPAR". European Medicines Agency. 17 September 2018. Archived from the original on 30 December 2020. Retrieved 16 August 2020.
  4. "Qarziba (Dinutuximab beta) 4.5 mg/mL concentrate for solution for infusion - Summary of Product Characteristics (SmPC)". (emc). 27 November 2019. Archived from the original on 13 August 2020. Retrieved 16 August 2020.
  5. ୫.୦ ୫.୧ ୫.୨ ୫.୩ "Unituxin- dinutuximab injection". DailyMed. 19 April 2019. Archived from the original on 4 August 2020. Retrieved 16 August 2020.
  6. ୬.୦ ୬.୧ ୬.୨ "Dinutuximab Monograph for Professionals". Drugs.com (in ଇଂରାଜୀ). Archived from the original on 13 September 2021. Retrieved 26 December 2021.
  7. "Unituxin EPAR". European Medicines Agency (EMA). Archived from the original on 14 August 2020. Retrieved 16 August 2020.
  8. "Unituxin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 26 December 2021.