ଡିଜିଟାଲ ଇଣ୍ଡିଆ ସପ୍ତାହ

ଉଇକିପିଡ଼ିଆ‌ରୁ

ଜୁଲାଇ ୧ , ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ଏହି ସପ୍ତାହର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଏକ ବିସ୍ତୃତ ବର୍ଗର ଡିଜିଟାଲ ଉତ୍ପାଦ ସେବାଗୁଡ଼ିକର ଉନ୍ମୋଚନ କରିଛନ୍ତି ଯଥା ଡିଜିଟାଲ ଲକର, ଡିଜିଟାଲ ପେମେଣ୍ଟ, ଡିଜିଟାଲ ଶିକ୍ଷା ଇତ୍ୟାଦି ।

ଜୁଲାଇ ୧ରୁ ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମ ଚାଲୁରହିବ । ଜନସାଧାରଣଙ୍କ ସହ ଏହି ବିଷୟରେ ଯୋଗାଯୋଗ, ସଚେତନତା ଆଦି ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ତରରେ ଯଥା ଗ୍ରାମ ସ୍ତରୀୟ, ବ୍ଲକ ସ୍ତରୀୟ, ମୁନିସିପାଲିଟି, ସବଡିଭିଜନ, ଜିଲ୍ଲା, ରାଜ୍ୟ, ଏବଂ ଜାତୀୟସ୍ତରରେ ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କଠାରୁ ବ୍ୟାପକ ପ୍ରଚାର କରାଯିବ ।

ଲକ୍ଷ୍ୟ[ସମ୍ପାଦନା]

ଡିଜିଟାଲ ଇଣ୍ଡିଆ ଭାରତ ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ‘’ଭାରତକୁ ଡିଜିଟାଲ ସଶକ୍ତ କରି ସମାଜିକ କ୍ଷେତ୍ରରେ ସମୃଦ୍ଧ କରିବା ଓ ପରିବର୍ତ୍ତନ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରି ଆଇଟି (IT = (Indian Talent) + IT (Information Technology) = IT (India Tomorrow)କୁ ସିଦ୍ଧ କରିବା । ଏହି ପ୍ରୋଗ୍ରାମ ଇଲେକ୍ଟ୍ରୋନିକ ସେବା, ଉତ୍ପାଦ, ଉତ୍ପାଦନ ଏବଂ ରୋଜଗାର ସୃଷ୍ଟି କ୍ଷେତ୍ରରେ ସାମଗ୍ରିକ ବିକାଶକୁ ଦୃଷ୍ଟି ରଖିଛି । ଏହି ପ୍ରୋଗ୍ରାମର ତିନୋଟି ମୁଖ୍ୟ ଦୃଷ୍ଟି ‘ପ୍ରତ୍ୟେକ ନାଗରିକମାନଙ୍କ ବ୍ୟବହାର୍ଯ୍ୟ ନିମିତ୍ତ ଭିତ୍ତିଭୂମି’, ‘ଶାସନ ଏବଂ ଇଛାମତେ ସେବା’, ‘ନାଗରିକମାନଙ୍କ ଡିଜିଟାଲ ସଶକ୍ତିକରଣ’ ଉପରେ କାର୍ଯ୍ୟ କରିବ ।

ପରିଚାଳନା[ସମ୍ପାଦନା]

ଏହି ପ୍ରୋଗ୍ରାମ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ(DeitY)ଦ୍ୱାରା ପରିକଳ୍ପିତ ଅଟେ । ଏହାକୁ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଏବଂ ରାଜ୍ୟ ସରକାର ସହଯୋଗ କରିବେ ।

ପାଣ୍ଠି[ସମ୍ପାଦନା]

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ କୋଟି ନିବେଶ ହେବ ବୋଲି ଯୋଜନା ହୋଇଛି ।[୧] ୨,୫୦.୦୦୦ ଗ୍ରାମ ପଂଚାୟତକୁ ଅପ୍ଟିକ ଫାଇବରରେ ସଂଯୋଗ ପାଇଁ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ।[୨] ଆଗାମୀ ୫ ବର୍ଷ ମଧ୍ୟରେ ବିର୍ଲା କମ୍ପାନୀ ୭ ନିୟୁତ ଡଲାର ନିବେଶ କରିବ । ବୈଷୟିକ କ୍ଷେତ୍ରରେ ରିଲାଏନ୍ସ ୧୦ ହଜାର କୋଟି ନିବେଶ କରିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ୨ ଲକ୍ଷ ୫୦ ହଜାର କୋଟି ନିବେଶ କରିବ । ମୋଟାମୋଟି ଭାବେ ଏହା ୪.୫ ଲକ୍ଷ କୋଟି ପୁଞ୍ଜିନିବେଶ ପାଇବ ଏବଂ ୧୮ ଲକ୍ଷ ଲୋକଙ୍କୁ ଜୀବିକା ପ୍ରଦାନ କରିବ ।[୩]

ଡିଜିଟାଲ ଇଣ୍ଡିଆ ସପ୍ତାହ ବୈଶିଷ୍ଟ୍ୟ[ସମ୍ପାଦନା]

  • ବିପୁଳ ପରିମାଣରେ ଡିଜିଟାଲ କେନ୍ଦ୍ରମାନ ସ୍ଥାପନ କରି ସଂସ୍ଥା ଓ କାର୍ଯ୍ୟକ୍ରମମାନଙ୍କ ଜରିଆରେ ନାଗରିକମାନଙ୍କୁ ସୂଚନା, ଶିକ୍ଷା, ଏବଂ ନିଯୋଗ ପ୍ରଦାନ କରିବା । ଯଥା ସିଏସସିଗୁଡ଼ିକ/ ପୋଷ୍ଟ ଅଫିସଗୁଡ଼ିକ, ସ୍କୁଲ, ଗ୍ରାମ ପଂଚାୟତଗୁଡିକ ଇତ୍ୟାଦି ।
  • ସମସ୍ତ ନେଟବ୍ୟବହାରକାରୀ ନାଗରିକମାନଙ୍କ ସହ ଡିଜିଟାଲ ପ୍ରଚାର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହେବା ।
  • ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ,ସେବା,ଏବଂ ଏହାର ଲାଭ ବାବଦରେ ଅବଗତ କରାଇବା ।
  • ଇ-ସେବା, ଯୋଜନା, ଏବଂ ନୂଆ ଯୋଜନାଗୁଡ଼ିକୁ ଲୋକପ୍ରିୟ ଏବଂ ବ୍ୟାପକ କରିବା ।
  • ବ୍ୟବହାରିକ ଡିଜିଟାଲ ସାକ୍ଷରତାଦ୍ୱାରା ଲୋକମାନଙ୍କୁ ଶିକ୍ଷିତ କରିବା, ସାଇବର ସେକ୍ୟୁରିଟି , ସାଇବର ହାଇଜିନ, ଡିଜିଟାଲ ଭିତ୍ତିଭୂମିର ସୁବ୍ୟବହାର ଇତ୍ୟାଦି ।
  • ପାରିଶ୍ରମିକ, ପ୍ରେରଣା ଏବଂ ଏହି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ଯୋଡ଼ିହେବା । [୪]

ଡିଜିଟାଲ ଇଣ୍ଡିଆର ୯ଟି ସ୍ତମ୍ଭ[ସମ୍ପାଦନା]

  1. ବ୍ରଡବ୍ୟାଣ୍ଡ ହାଇବେ
  2. ସମସ୍ତଙ୍କଦ୍ୱାରା ଫୋନ ବ୍ୟବହାର
  3. ଜନସାଧାରଣଙ୍କଦ୍ୱାରା ଇଣ୍ଟରନେଟ ବ୍ୟବହାର
  4. 'ଇ-ଶାସନ' ବୈଷୟିକ ସହାୟତାରେ ସରକାରୀ କାର୍ଯ୍ୟ ସୁଦୃଢ଼
  5. 'ଇ-କ୍ରାନ୍ତି' ଇଲେକ୍ଟ୍ରୋନିକ ମାଧ୍ୟମରେ ସେବା ଅର୍ପଣ
  6. ସମସ୍ତଙ୍କ ପାଇଁ ସୂଚନା
  7. 'ଇଲେକ୍ଟ୍ରୋନିକ ଉତ୍ପାଦନ' ଇଲେକ୍ଟ୍ରୋନିକ ଉପକରଣମାନଙ୍କର ଶୂନ୍ୟ ଆମଦାନୀ [୫]
  8. ରୋଜଗାର ପାଇଁ ଆଇଟି
  9. ଶୀଘ୍ର ଅମଳକ୍ଷମ ପ୍ରୋଗ୍ରାମଗୁଡ଼ିଏ

ଏହି ଅବସରରେ ଉନ୍ମୋଚିତ ଉତ୍ପାଦ/ସେବାଗୁଡ଼ିକ[ସମ୍ପାଦନା]

  • କୃଷି ପାଇଁ ଏକ ପୋର୍ଟାଲ 'ଇ-ବାସ୍ତା' ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠ୍ୟବସ୍ତୁ ଉପଯୋଗୀ ସାବ୍ୟସ୍ତ ହେବ
  • ସାଧାରଣ ଜନତାଙ୍କ ପାଇଁ 'ଡିଜିଟାଲ ଲକର' ସୁବିଧା ଯେଉଁଥିରେ ସେମାନେ ଦରକାରୀ ଦସ୍ତାବିଜ ଯଥା ପ୍ୟାନ କାର୍ଡ, ପାସପୋର୍ଟ, ମାର୍କସିଟ, ଏବଂ ବିଭିନ୍ନ ପ୍ରମାଣପତ୍ର ଆଦି ସାଇତି ରଖିପାରିବେ ଏବଂ ଅନ୍ୟତ୍ର ପ୍ରେରଣ କରିପାରିବେ
  • 'ଇ-ହସ୍ପିଟାଲ' ପୋର୍ଟାଲ ଜରିଆରେ ସ୍ପେସିଆଲିଟି ଡାକ୍ତରମାନଙ୍କଠାରୁ ଆପଏଣ୍ଟମେଣ୍ଟ ନେବା ସହଜ ହେବ
  • ଜମିବାଡ଼ି ରେକର୍ଡ କାଗଜପତ୍ର, ଜନ୍ମମୃତ୍ୟୁ ପ୍ରମାଣପତ୍ର, ମାର୍କସିଟ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ନଥିପତ୍ରକୁ ଡିଜିଟାଲାଇଜେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି
  • ଦେଶର ପ୍ରତ୍ୟେକ ନାଗରିକମାନଙ୍କ ପାଖରେ ଇଣ୍ଟରନେଟ ପହଂଚିବା କ୍ଷେତ୍ରରେ ଭିତ୍ତିଭୂମି ବିକଶିତ
  • ସେବା ଅର୍ପଣ ବ୍ୟବସ୍ଥାକୁ ଅନଲାଇନକୁ ଅଣାଯିବାର ପ୍ରତିଶୁତି
  • ଇଣ୍ଟରନେଟ ବ୍ୟବହାର ଜାଣିବା ପାଇଁ ୩କୋଟିରୁ ଉର୍ଦ୍ଧ ନାଗରିକମାନଙ୍କୁ ଡିଜିଟାଲ ସାକ୍ଷରତ ପ୍ରଶିକ୍ଷଣ
  • ଜାତୀୟ ସ୍କଲାରଶିପ ପୋର୍ଟାଲ
  • ଅନଲାଇନରେ 'ଇ-ଦସ୍ତଖତ' ସୁବିଧା ଆଟେଷ୍ଟ କରିବା ଚିନ୍ତାରୁ ମୁକ୍ତି
  • ୨୫୦୦ ସହରରେ ବିଏସଏନଏଲଦ୍ୱାରା ବାଇ-ଫାଈ ହଟସ୍ପଟ ସେବା
  • କନ୍ୟା ଫଣ୍ଡ ଆଦି ସମାଜିକ ଯୋଜନାର ଇଲେକତ୍ରୋନିକ ମାଧ୍ୟମରେ ପାଣ୍ଠି ସଂଗ୍ରହ
  • Resource pool of IP within the country[୬]


ଆଧାର[ସମ୍ପାଦନା]

  1. http://www.thehindu.com/news/national/digital-india-week-could-provide-investment-boost/article7371674.ece
  2. http://www.financialexpress.com/article/economy/prime-minister-narendra-modis-digital-india-project-8-things-to-know/92649/
  3. http://timesofindia.indiatimes.com/Tech/launch-of-Digital-India-project/liveblog/47894325.cms
  4. http://vikaspedia.in/e-governance/digital-india/digital-india-week
  5. http://www.oneindia.com/feature/what-is-digital-india-programme-explained-1792279.html
  6. http://www.financialexpress.com/article/economy/prime-minister-narendra-modis-digital-india-project-8-things-to-know/92649/