Jump to content

ଡାଉନୋରୁବାଇସିନ/ସାଇଟାରାବାଇନ

ଉଇକିପିଡ଼ିଆ‌ରୁ
ଡାଉନୋରୁବାଇସିନ/ସାଇଟାରାବାଇନ
Cytarabine
Combination of
CytarabineAntimetabolite
DaunorubicinAnthracycline
Clinical data
Trade namesVyxeos, Vyxeos liposomal
AHFS/Drugs.commonograph
data
Pregnancy
category
  • US: N (Not classified yet)
    Routes of
    administration
    Intravenous
    Legal status
    Legal status

    ଡାଉନୋରୁବାଇସିନ/ସାଇଟାରାବାଇନ ହେଉଛି ଏକ ଔଷଧ ମିଶ୍ରଣ ଯାହା ତୀବ୍ର ମାୟେଲଏଡ ଲିଇକେମିଆ(AML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଉପଚାର ସମ୍ବନ୍ଧୀୟ ରୋଗ (ଟି-ଏମ୍ଏଲ୍) କିମ୍ବା ମାୟେଲୋଡିସପ୍ଲାସିଆ ସମ୍ବନ୍ଧୀୟ ପରିବର୍ତ୍ତନ (AML-MRC) ପାଇଁ ବ୍ୟବହୃତ ହୁଏ ।[] ଏହା ଏକ କେନ୍ଦ୍ରୀୟ ଶିରା କାଥେଟରଦ୍ୱାରା ଦିଆଯାଏ ।[] ମିଶ୍ରଣଟି ବ୍ୟକ୍ତିଗତ ଉପାଦାନଗୁଡ଼ିକଠାରୁ ଭିନ୍ନ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ସ୍ୱଳ୍ପ ନିଉଟ୍ରୋଫିଲ, ରାସ, ଫୁଲା, ଅଇ, ତରଲ ଝାଡ଼ା, ଥକ୍କା, କାଶ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ସେପସିସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଏବଂ ତନ୍ତୁ କ୍ଷୟ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଡାଉନୋରୁବାଇସିନ୍ ହେଉଛି ଏକ ଆନ୍ଥ୍ରାସାଇକ୍ଲିନ୍ ଟପୋଏସୋମେରେଜ୍ ଇନହିବିଟର ହୋଇଥିବାବେଳେ ସାଇଟାରାବାଇନ୍ ହେଉଛି ଏକ ନ୍ୟୁକ୍ଲିଓସାଇଡ୍ ମେଟାବୋଲିକ୍ ଇନହିବିଟର ।[] ଏଗୁଡ଼ିକ ଲିପୋସୋମ ସହିତ ଥାଏ ।[]

    ଏହି ଔଷଧ ମିଶ୍ରଣ ଯୁକ୍ତରାଷ୍ଟ୍ରରେ ୨୦୧୭ ମସିହାର ଓ ଯୁକ୍ତରାଜ୍ୟ ତ‌ଥା ୟୁରୋପରେ ୨୦୧୮ରେ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୪୪ ମିଗ୍ରା ଡାଉନୋରୁବାଇସିନ ଭାଏଲର ମୂଲ୍ୟ ୨୦୨୧ରେ ୪୬୦୦ ପାଉଣ୍ଡ ଥିଲା [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୯୩୦୦ ଡଲାର ଅଟେ ।[]

    1. 1 2 3 4 5 6 7 8 "DailyMed - VYXEOS (- daunorubicin and cytarabine liposome injection, powder, lyophilized, for suspension". dailymed.nlm.nih.gov. Archived from the original on 29 March 2021. Retrieved 21 December 2021.
    2. 1 2 "DAUNOrubicin and Cytarabine Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 21 December 2021.
    3. "Vyxeos liposomal (previously known as Vyxeos)". Archived from the original on 6 May 2021. Retrieved 21 December 2021.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 945. ISBN 978-0857114105.
    5. "Vyxeos Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 21 December 2021.