Jump to content

ଡାଇରୋକ୍ସିମେଲ ଫୁମାରେଟ

ଉଇକିପିଡ଼ିଆ‌ରୁ
ଡାଇରୋକ୍ସିମେଲ ଫୁମାରେଟ
Clinical data
Trade namesVumerity
SynonymsALKS-8700
AHFS/Drugs.commonograph
MedlinePlusa620002
data
Routes of
administration
By mouth
Legal status
Legal status
Chemical and physical data
FormulaC11H13NO6
Molar mass୨୫୫.୨୩ g·mol−1
3D model (JSmol)
  • COC(=O)C=CC(=O)OCCN1C(=O)CCC1=O
  • InChI=1S/C11H13NO6/c1-17-10(15)4-5-11(16)18-7-6-12-8(13)2-3-9(12)14/h4-5H,2-3,6-7H2,1H3/b5-4+
  • Key:YIMYDTCOUQIDMT-SNAWJCMRSA-N

ଡାଇରୋକ୍ସିମେଲ ଫୁମାରେଟ (ଇଂରାଜୀ ଭାଷାରେ Diroximel fumarate), ଭ୍ୟୁମେରିଟି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନରାବୃର୍ତ୍ତି ଏକାଧିକ ସ୍କ୍ଲାରୋସିସ୍ (MS) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି ରୋଗମାନଙ୍କ ମଧ୍ୟରେ କ୍ଲିନିକାଲି ପୃଥକୀକୃତ ସିଣ୍ଡ୍ରୋମ, ରିଲାପସିଙ୍ଗ-ରେମିଟିଙ୍ଗ ରୋଗ ଏବଂ ସକ୍ରିୟ ଦ୍ୱିତୀୟକ ପ୍ରଗତିଶୀଳ ରୋଗ ଅନ୍ତର୍ଭୁକ୍ତ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ମୁଖମଣ୍ଡଳ, ପେଟ ଯନ୍ତ୍ରଣା, ତଳ ଝାଡ଼ା ଏବଂ ଅଇ ଲାଗେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲିଉକୋଏନସେଫାଲୋପାଥି, ହର୍ପିସ୍ ଜୋଷ୍ଟର, ଯକୃତ ସମସ୍ୟା ଏବଂ କମ୍ ଲିମ୍ଫୋସାଇଟ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଶରୀର ଏହାକୁ ମୋନୋମିଥାଇଲ୍ ଫୁମାରେଟରେ (MMF) ପରିଣତ କରିବା ପରେ ଏହା କାର୍ଯ୍ୟକ୍ଷମ ହୁଏ ।[୩]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାଇରୋକ୍ସିମେଲ ଫୁମାରେଟ ଅନୁମୋଦିତ ହୋଇଥିଲା [୩] ୨୦୨୧ ମସିହାରେ ୟୁରୋପ ଏବଂ ବ୍ରିଟେନରେ ଏହା ଅନୁମୋଦିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଦୈନିକ ଏହା ପିଛା ପ୍ରାୟ ୭୯୦୦ ଡଲାର ଖର୍ଚ୍ଚ ହୋଇଥାଏ [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vumerity- diroximel fumarate capsule". DailyMed. Archived from the original on 5 February 2021. Retrieved 1 February 2021.
  2. "Diroximel fumarate Pregnancy and Breastfeeding Warnings". Archived from the original on 14 February 2021. Retrieved 26 December 2021.
  3. ୩.୦ ୩.୧ ୩.୨ "Vumerity · Relapsing remitting multiple sclerosis (MS)". Archived from the original on 19 May 2021. Retrieved 26 December 2021.
  4. "Vumerity Prices, Coupons and Patient Assistance Programs". Retrieved 26 December 2021.