ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ
Triquetrum fracture
Triquetral avulsion fracture as seen on lateral X-ray of the wrist
ବିଭାଗHand surgery
ଲକ୍ଷଣWrist pain and swelling[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[୩]
ସଠିକ ରୋଗ ନିର୍ଣ୍ଣୟLunate dislocation, pisiform fracture, trapezium fracture, hamate fracture[୪]
ଚିକିତ୍ସାCasting, surgery[୩][୧]
PrognosisGenerally good[୩]

ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ, କଚଟିରେ ଥିବା ଟ୍ରାଇକ୍ୱେଟ୍ରାଲ ହାଡ଼ ଭାଙ୍ଗିଗଲେ ଏହି ନାମ ଦିଆଯାଏ ।[୩] ଏହା ଭାଙ୍ଗିଗଲେ କଚଟିରେ ଫୁଲା ଓ ଯନ୍ତ୍ରଣା ହୁଏ ।[୧] ହାତଗୋଡକୁ ଆଗକୁ କିମ୍ବା ପଛକୁ ବଙ୍କା କଲେ ଅଧିକ ଯନ୍ତ୍ରଣା ହୁଏ ।[୪] [୨] ଏହା ସ‌ହିତ ପେରିଲୁନେଟ ଡିସଲୋକେସନ ହୋଇପାରେ ।[୪] ଏହାର ଜଟିଳତାରେ କଚଟି କଠିନ କିମ୍ବା ଅସ୍ଥିର ହୋଇପାରେ ।[୩]

ଏହା ସାଧାରଣତଃ ହାତ ଉପରେ ପଡ଼ିବା କିମ୍ବା ସଂଲଗ୍ନ ଲିଗାମେଣ୍ଟ ଟାଣି ହେଲେ ଏହିପରି ଘଟିଥାଏ ।[୩] ଅନ୍ୟ କାରଣ ମଧ୍ୟରେ ସିଧାସଳଖ କଚଟି ଉପରେ ଆଘାତ ହେଲେ ଏହା ହୋଇପାରେ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃଏକ୍ସ-ରେ ଉପରେ ଆଧାରିତ, ଯଦିଓ ସିଟି ସ୍କାନିଂ ମଧ୍ୟ ଉପଯୋଗୀ ହୋଇପାରେ ।[୩] ପ୍ରକାରଗୁଡିକ ମଧ୍ୟରେ ଡର୍ସାଲ କର୍ଟିକାଲ (ଅଧିକାଂଶ ସାଧାରଣ), ଅସ୍ଥି ଶରୀର ଏବଂ ପାମାର ହୋଇପାରେ ।[୪]

ଏହାର ଚିକିତ୍ସାରେ ସାଧାରଣତଃ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ପ୍ଲାସ୍ଟର କାଷ୍ଟିଂ ଦିଆଯାଏ ।[୩] ଯଦି ହାଡ଼ଗୁଡ଼ିକ ଦୁଇରୁ ଅଧିକ ଖଣ୍ଡରେ ପରିଣତ ହୋଇଥାଏ ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] ସାଧାରଣତଃ ଡର୍ସାଲ କର୍ଟିକାଲ୍ ଭଙ୍ଗା ଥିଲେ ଫଳାଫଳ ଭଲ ହୁଏ କିନ୍ତୁ ପାମାର କର୍ଟିକାଲ୍ ଭଙ୍ଗା ଥିଲେ ଫଳାଫଳ ମିଶ୍ରିତ ହୋଇପାରେ ।[୩]

କଚଟିର ଭଙ୍ଗା ମଧ୍ୟରେ ଟ୍ରାଇକ୍ୱେଟ୍ରାଲ ଭଙ୍ଗା ୧୫% ହୋଇଥାଏ ଏବଂ ସ୍କାଫଏଡ ବା ଲୁନେଟ ଭଙ୍ଗା ପରେ ଦ୍ୱିତୀୟ କିମ୍ବା ତୃତୀୟ ସଂଖ୍ୟକ ହୋଇଯାଏ ।[୩] [୨] [୧] ପ୍ରଥମେ ୧୯୩୩ ମସିହାରେ ଥମ୍ପସନ ସେମାନଙ୍କର ବର୍ଣ୍ଣନା କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Greenberg, Michael I. (2005). Greenberg's Text-atlas of Emergency Medicine (in ଇଂରାଜୀ). Lippincott Williams & Wilkins. p. 480. ISBN 978-0-7817-4586-4. Archived from the original on 2022-08-27. Retrieved 2022-08-25.
  2. ୨.୦ ୨.୧ ୨.୨ Radswiki, The. "Triquetral fracture | Radiology Reference Article | Radiopaedia.org". Radiopaedia. Archived from the original on 26 June 2022. Retrieved 24 August 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Guo, RC; Cardenas, JM; Wu, CH (April 2021). "Triquetral Fractures Overview". Current reviews in musculoskeletal medicine. 14 (2): 101–106. doi:10.1007/s12178-021-09692-w. PMID 33483875.
  4. ୪.୦ ୪.୧ ୪.୨ ୪.୩ "Triquetrum Fracture - Hand - Orthobullets". www.orthobullets.com. Archived from the original on 24 March 2022. Retrieved 25 August 2022.
  5. Guermazi, Ali; Roemer, Frank W.; Crema, Michel D. (11 December 2015). Imaging in Sports-Specific Musculoskeletal Injuries (in ଇଂରାଜୀ). Springer. p. 199. ISBN 978-3-319-14307-1. Archived from the original on 27 August 2022. Retrieved 25 August 2022.