Jump to content

ହାମେଟ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
(Hamate fractureରୁ ଲେଉଟି ଆସିଛି)
ହାମେଟ ଅସ୍ଥିଭଗ୍ନ
ଫାଇଲ:Hook-of-hamate-fracture-5.jpg
Fracture through the hook of the hamate
ବିଭାଗHand surgery
ଲକ୍ଷଣPain front of wrist in line with little finger[]
କାରଣInjury during racket sports, baseball, or golf; fall onto the hand[][]
ରୋଗ ନିର୍ଣ୍ଣୟ ପଦ୍ଧତିX-rays, CT scan[]
ଚିକିତ୍ସାCasting, surgery[]
ପୁନଃପୌନିକ2% to 5% of wrist fractures[]

ହାମେଟ ଅସ୍ଥିଭଗ୍ନ ହେଉଛି କଚଟି ବା ରିଷ୍ଟରେ ଥିବା ହାମେଟ ହାଡ଼ର ଭାଙ୍ଗିବା ଅବସ୍ଥା । ଏହାର ଲକ୍ଷଣ ମଧ୍ୟରେ କଚଟିର ସାମନା ଭାଗରେ କାଣୀ ଆଙ୍ଗୁଠି ସିଧାରେ ଯନ୍ତ୍ରଣା ।[] ଏକ ବସ୍ତୁକୁ ମୁଠେଇ ଧରିଲେ କଷ୍ଟ ଅଧିକ ହୁଏ ।[] ଅବସ୍ଥା ଜଟିଳ ହେଲେ ଅଲନାର ସ୍ନାୟୁରେ ଆଘାତ ଏବଂ ଅଲନାର ଧମନୀରେ ରକ୍ତ ଜମାଟ ବାନ୍ଧିବା ହୋଇପାରେ ।[]

ଏହା ସାଧାରଣତଃ ବାସ୍କେଟ ବଲ, ଗଲ୍ଫ ଭଳି ଖେଳରେ ହୁଏ କିମ୍ବା ହାତ ଉପରେ ପଡ଼ିବା ସମୟରେ ଆଘାତ ପ୍ରାପ୍ତ ହୋଇଥାଏ ।[] [] ଏହାର ପ୍ରକାରଗୁଡିକ ମଧ୍ୟରେ ହାମେଟର ହୁକ୍ (ଅଧିକାଂଶ ସାଧାରଣ) ଏବଂ ଶରୀର (ପ୍ରକ୍ସିମାଲ ପୋଲ, ମେଡିଆଲ ଟ୍ୟୁବରୋସିଟି, ସାଜିଟାଲ ବକ୍ର ଏବଂ ଡର୍ସାଲ କରୋନାଲ) ହୋଇପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ରଞ୍ଜନରଶ୍ମୀ ଦ୍ୱାରା ହୋଇଥାଏ କିନ୍ତୁ ଏକ ବିଶେଷ ଦୃଶ୍ୟ ଆବଶ୍ୟକ ହୋଇପାରେ ଯେପରିକି କାର୍ପାଲ୍ ଟନେଲ୍ କିମ୍ବା ସୁପିନେଟେଡ ଓବଲିକ ଦୃଶ୍ୟ, କିମ୍ବା ସିଟି ସ୍କାନ ।[]

ଏହାର ଚିକିତ୍ସାରେ ଭଲ ଭାବରେ ସଜ୍ଜିତ ହାଡ଼ ଥିଲେ ସାଧାରଣତଃ ୪ରୁ ୬ ସପ୍ତାହ ପାଇଁ ପ୍ଲାସ୍ଟର କାଷ୍ଟ ଦିଆଯାଏ ଯଦିଓ ଏହାର ଆରୋଗ୍ୟ ନ ହେବାର ବିପଦ ଅଧିକ ଅଛି ।[] ଅନ୍ୟଥା ଅସ୍ତ୍ରୋପଚାର ସୂଚିତ କରାଯାଏ ।[] ହୁକ୍ ଭଗ୍ନ ଅସ୍ତ୍ରୋପଚାରରେ ସାଧାରଣତଃ ହୁକ୍ ଅପସାରଣ କରାଯାଏ ।[] କଚଟିରେ ହେଉଥିବା ସମସ୍ତ ଭଙ୍ଗା ମଧ୍ୟରୁ ହାମେଟ ଭଙ୍ଗା ପ୍ରାୟ ୨% ରୁ ୫% ଥାଏ ।[] []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Suh, Nina; Ek, Eugene T.; Wolfe, Scott W. (April 2014). "Carpal Fractures". The Journal of Hand Surgery. 39 (4): 785–791. doi:10.1016/j.jhsa.2013.10.030.
  2. ୨.୦ ୨.୧ ୨.୨ Walls, Ron; Hockberger, Robert; Gausche-Hill, Marianne (9 March 2017). Rosen's Emergency Medicine - Concepts and Clinical Practice E-Book (in ଇଂରାଜୀ). Elsevier Health Sciences. p. 516. ISBN 978-0-323-39016-3. Archived from the original on 27 September 2022. Retrieved 24 September 2022.