ଟିପଚିହ୍ନ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଙ୍ଗୁଠି ଚିହ୍ନ କୁଣ୍ଡଳୀ

ଟିପଚିହ୍ନ ସାଧାରଣ ଭାବରେ ମଣିଷ ଆଙ୍ଗୁଠିର ଗାରଦ୍ୱାରା ଚିହ୍ନିତ ଦାଗକୁ ବୁଝାଏ ।[୧] ଅପରାଧ ସ୍ଥଳରୁ ମିଳିଥିବା ଟିପଚିହ୍ନ ନାୟିକ ବିଜ୍ଞାନରେ (en:Frensic science) ଅତି ମହତ୍ୱପୂର୍ଣ୍ଣ । ଉପ‌ଯୁକ୍ତ ସ୍ଥଳରେ (ଧାତୁ, ଗ୍ଲାସ୍ ବା ଚିକ୍କଣ ପଥର) ଆଙ୍ଗୁଠି ଗାରର ଏକ୍ରିନ ଗ୍ରନ୍ଥିରୁ (en:eccrine gland) ବାହାରୁଥିବା ପ୍ରାକୃତିକ କ୍ଷରଣ ବା ଝାଳର ଦାଗ ସ‌ହ‌ଜରେ ରହିଯାଏ । ଏହାକୁ ଇଂରାଜୀ ଭାଷାରେ ଚାନ୍ସଡ୍ ଇମ୍ପ୍ରେସନ/ "Chanced Impressions" କୁହାଯାଏ ।

ବ୍ୟାପକ ବ୍ୟବ‌ହାରରେ ଯେ କୌଣସି ପ୍ରାଣୀର (ପ୍ରାଇମେଟ) ହାତ ବା ଟିପଦ୍ୱାରା ଅଙ୍କିତ ଚିହ୍ନ‌କୁ ଟିପଚିହ୍ନ କୁହାଯାଏ । ପାଦତଳ ମଧ୍ୟ ଚିହ୍ନ ଛାଡ଼ିଯାଏ ।

କାଳି ବା ଅନ୍ୟ କୌଣସି ତରଳ ପଦାର୍ଥ ଟିପରେ ଲଗେଇ କାଗଜ ବା ଫିଙ୍ଗରପ୍ରିଣ୍ଟ କାର୍ଡ଼ର ଚିକ୍କଣ ପୃଷ୍ଠରେ ଟିପଚିହ୍ନ ଦିଆଯାଇପାରେ ।[୨] ଟିପଚିହ୍ନ ଅଭିଲେଖରେ ସାଧାରଣତଃ ଆଙ୍ଗୁଠିର ଶେଷ ଗଣ୍ଠି ଓ ଟିପର ଚିହ୍ନ ନିଆଯାଏ କିନ୍ତୁ ଫିଙ୍ଗରପ୍ରିଣ୍ଟ କାର୍ଡ଼ରେ ଆଙ୍ଗୁଠିର ଅନ୍ୟ ଗଣ୍ଠିର ଚିହ୍ନ ମଧ୍ୟ ରହିଯାଏ ।

ଟିପ ଚିହ୍ନ ବା ଆଙ୍ଗୁଠି ଚିହ୍ନର ଗୁଣ ବିସ୍ତୃତ, ପ୍ରାୟ ଅନନ୍ୟ, ବଦଳ କଷ୍ଟସାଧ୍ୟ ଓ ଜୀବନବ୍ୟାପି ସ୍ଥାୟୀ: ଏହା ମାନବ ପରିଚୟ ନିମନ୍ତେ ଉପ‌ଯୁକ୍ତ । ପରିଚୟ ଗୁପ୍ତ ରଖୁଥିବା ଲୋକଙ୍କୁ ଚିହ୍ନଟ କରିବା, ପ୍ରାକୃତିକ ବିପର୍ଯ୍ୟୟ ପରେ ଅକ୍ଷମ ଓ ମୃତ ବ୍ୟକ୍ତିକୁ ଚିହ୍ନଟ କରିବା ନିମନ୍ତେ ଏହା ସାହାଯ୍ୟ କରେ । ବିଂଶ ଶତାବ୍ଦୀ ଆରମ୍ଭରୁ ଟିପଚିହ୍ନ ବିଶ୍ଳେଷଣଦ୍ୱାରା ଅନେକ ଅପରାଧ ସମାଧାନ ସମ୍ଭବ ହୋଇଛି । [୩] ଏଥି ନିମନ୍ତେ ଦସ୍ତାନା/ଗ୍ଲୋଭ୍‌ସ ବ୍ୟବ‌ହାର କରିବା ଅପରାଧୀଙ୍କର ଅପରିହାର୍ଯ୍ୟ ହୋଇଗଲାଣି ।[୪][୫] ସନ ୨୦୧୫ରେ ଏହି ପରୀକ୍ଷାଦ୍ୱାରା ଲିଙ୍ଗ (Sex) ନିର୍ଣ୍ଣୟ ହୋଇଥିବା ରିପୋର୍ଟ ହୋଇଛି ।[୬][୭]

ଜୀବ ବିଜ୍ଞାନ[ସମ୍ପାଦନା]

ଆଙ୍ଗୁଠି (ହାତ ଓ ପାଦର), ପାପୁଲି ଓ ପାଦ ତଳର ଉପଚର୍ମରେ କେତେକ ଅଂଶ ଉଚ୍ଚ ହୋଇ ରେଖା ସଦୃଶ ହୋଇଥାଏ ଓ କେତେକ ସ୍ଥାନରେ ପରଷ୍ପର ସ‌ହିତ ସଂଯୁକ୍ତ ହୋଇଥାଏ ।[୧] ଏଗୁଡ଼ିକୁ ଉପଚର୍ମ ରେଖା (friction ridge) କୁହାଯାଏ । ଏହି ରେଖାସମସ୍ତ କମ୍ପନ‌କୁ ବୃଦ୍ଧି କରେ: ଉଦାହରଣ ସ୍ୱରୁପ ଅସମତଳ ପୃଷ୍ଠରେ ଆଙ୍ଗୁଠି ଘସି ହେବାବେଳେ ସୁକ୍ଷ୍ମ ସ୍ପର୍ଶ ସ୍ନାୟୁକୁ ଅଧିକ ସିଗନାଲ ଯାଏ । [୮] ଅସମତଳ ପୃଷ୍ଠ ଥିବା ପଦାର୍ଥକୁ ମୁଠେଇ ଧରିବାରେ ଏହା ସାହାଯ୍ୟ କରେ ଓ ଓଦା ପଦାର୍ଥ ସ‌ହିତ ପୃଷ୍ଠ ସମ୍ପର୍କ ଅଧିକ କରେ । [୯]

ବର୍ଗୀକରଣ[ସମ୍ପାଦନା]

କମ୍ପ୍ୟୁଟର ପ୍ରଚଳନ ପୂର୍ବରୁ ଟିପଚିହ୍ନ ଫାଇଲଗୁଡ଼ିକୁ ଭଣ୍ଡାରରେ ସାଇତି ରଖାଯାଉଥିଲା । ଟିପ ଚିହ୍ନ ଅନୁସାରେ ସେଗୁଡ଼ିକ ସଜାହେଉଥିଲା ଯେପରିକି ବୃତ୍ତାକାର ଚିହ୍ନ ଅଛି ବା ନାହିଁ । ସେଠାରୁ ଫ୍ରକସନ ରିଜ ବା ଆଙ୍ଗୁଠି ଛାପ ଅନୁସାରେ ଫାଇଲ କଢ଼ାଯାଉଥିଲା । ପ୍ରତ୍ୟେକ ଆଙ୍ଗୁଠିକୁ ଏକ ନମ୍ବର ଦିଆଯାଉଥିଲା ଯାହାଦ୍ୱାରା ଖୋଜିବାକୁ ସୁବିଧା ହେଉଥିଲା । ତିନି ପ୍ରକାର ବର୍ଗୀକରଣ ଥିଲା: ରୋସର (Roscher system), ଜୁଆନ ଭୁସେଟିକ (Juan Vucetich), ହେନରୀ (Henry Classification System)ବର୍ଗୀକରଣ । ଜର୍ମାନୀରେ ରୋସର୍ ସିସ୍ଟମ ପ୍ରସ୍ତୁତ ହୋଇ ଉଭୟ ଜର୍ମାନୀ ଓ ଜାପାନରେ ପ୍ରଚଳିତ ହୋଇଥିଲା । କ୍ରୋଏସିଆ ଜନ୍ମିତ ଏକ ବୁଏନୋ ଏୟାର୍ସର ପୋଲିସ ଅଫିସରଦ୍ୱାରା ଆର୍ଜେଣ୍ଟିନାରେ ଭୁସେଟିସ ସିସ୍ଟମ ତିଆରି ହୋଇଥିଲା କିନ୍ତୁ ସାରା ଦକ୍ଷିଣ ଆମେରିକାରେ ପ୍ରଚଳିତ ହୋଇଥିଲା । ହେନରୀ ସିସ୍ଟମ ଭାରତରେ ତିଆରି ହୋଇ ଅଧିକାଂଶ ଇଂରାଜୀ ଭାଷାଭାଷୀ ଦେଶମାନଙ୍କରେ ପ୍ରଚଳିତ ହୋଇଥିଲା ।[୧୦]

ହେନରୀ ସିସ୍ଟମରେ ତିନୋଟି ମୌଳିକ ପ୍ୟାଟର୍ନ ଥିଲା:ଲୁପ (loop), ହୋର୍ଲ (whorl) ଓ ଆର୍ଚ୍ଚ (arch),[୧୧] ଯେଉଁଥିରେ ଯଥାକ୍ରମେ ୬୦–୬୫%, ୩୦–୩୫%, ଓ ୫% ଟିପଚିହ୍ନ ଥିଲା । ଏହା ବ୍ୟତିତ ଆହୁରି ଜଟିଳ ବର୍ଗୀକରଣ ଥିଲା ଯେଉଁଥିରେ ପ୍ଲେନ ଆର୍ଚ୍ଚ, ଟେଣ୍ଟେଡ ଆର୍ଚ୍ଚ ଥିଲା,[୧୦] ଓ ଲାଞ୍ଜ ଦିଗ ଅନୁସାରେ ରାଡିଆଲ ବା ଅଲନାର ଥିଲା ।

ଟେଣ୍ଟେଡ ଆର୍ଚ୍ଚ, ପ୍ଲେନ ଆର୍ଚ୍ଚ ଓ ସେଣ୍ଟ୍ରାଲ ପକେଟ ଲୁପ ନାମରେ ସାଧାରଣ ଚିହ୍ନ ମଧ୍ୟ ଥିଲା ।

ଅଧିକାଂଶ ବିଶାରଦମାନେ ହେନରୀ ସିସ୍ଟମ ବ୍ୟବ‌ହାର କରୁଥିଲା । ଏଥିରେ ୫ଟି ଅଂଶ ଥିଲା: ଡାହାଣ ନିମନ୍ତେ ଆର (R)/, ବାମ ନିମନ୍ତେ ଏଲ (L), ତର୍ଜନୀ ନିମନ୍ତେ ଆଇ(i for index), ମଝି ଆଙ୍ଗୁଠି ପାଇଁ ଏମ(m for middle), ବୁଢ଼ା ଆଙ୍ଗୁଠି ପାଇଁ ଟି(t for thumb),ମୁଦି ଆଙ୍ଗୁଠି ପାଇଁ ଆର (r for ring) ଓ କାଣୀ ଆଙ୍ଗୁଠି ପାଇଁ ପି (p for pinky) । ସେଗୁଡ଼ିକ ଇଂରାଜୀରେ ଏହିଭଳି ଲେଖାଯାଉଥିଲା।
Ri/Rt + Rr/Rm + Lt/Rp + Lm/Li + Lp/Lr.

Arch 
Loop
(Right Loop) 
Whorl 
Arch
(Tented Arch) 

ଟିପଚିହ୍ନର ବର୍ଗୀକରଣ ଓ ଚିହ୍ନଟ[ସମ୍ପାଦନା]

ଆଙ୍ଗୁଳିର ରେଖା ବା ଫ୍ରିକସନ ରିଜ

ଟିପଚିହ୍ନରୁ ଚିହ୍ନଟ କରିବା ଶାସ୍ତ୍ରକୁ ଡାକ୍ଟିଲୋସ୍କୋପି [୧୨] ବା ହାତ ଛାପ ଚିହ୍ନଟ କୁହାଯାଏ ଯେଉଁଥିରେ ଦୁଇ ସେଟ ଚିହ୍ନ ନେଇ ତାହାକୁ ମିଳେଇ ଦେଖାଯାଏ, ତାହା ଜଣେ ବ୍ୟକ୍ତିର କି ନୁହେଁ ଅନୁଶୀଳନ କରାଯାଏ । ଏହି ଟିପ ରେଖାଗୁଡ଼ିକ ପରିବର୍ତ୍ତନଶୀଳ, ଏହା ହାତର ଦୁଇଟି ଚିହ୍ନ ସଙ୍ଗେ ସଙ୍ଗେ ନିଆଯାଇଥିଲେ ମଧ୍ୟ ସାମାନ୍ୟ ଫରକ ହୋଇପାରେ । ଏଥି ନିମନ୍ତେ ଏକ ବିଶାରଦ ବା ଏକ ବିଶାରଦ କମ୍ପ୍ୟୁଟର ସିସ୍ଟମ ଆବଶ୍ୟକ ଯାହା ଏକ ନିୟମ (threshold scoring) ଅନୁଯାୟୀ କାମ କରୁଥିବ ।

ଟିପଚିହ୍ନ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Peer Reviewed Glossary of the Scientific Working Group on Friction Ridge Analysis, Study and Technology (SWGFAST)" (PDF). Retrieved 2012-09-14. 
  2. Olsen, Robert D. Sr (1972). "The Chemical Composition of Palmar Sweat". Fingerprint and Identification Magazine. 53 (10). 
  3. Hueske, Edward. Firearms and Fingerprints. Facts on File/Infobase Publishing, New York. 2009. ISBN 978-0-8160-5512-8
  4. Horace Cox, ed. (୧୯୦୫). The Law Times: The Journal and Record: The Law and The Lawyers. vol. CXIX. London: The Law Times. p. ୫୬୩. 
  5. Hall, Angus. The Crime Busters. Book Sales, United Kingdom/United States. 1989. ISBN 9781555214340.
  6. Bhanoo, Sindya N. (20 November 2015). "Science - New Technique Can Identify Gender From a Fingerprint". New York Times. http://www.nytimes.com/2015/11/24/science/new-technique-can-identify-gender-from-a-fingerprint.html. Retrieved 21 November 2015. 
  7. Huynh, Crystal; Brunelle, Erica; Halámková, Lenka; Agudelo, Juliana; Halámek, Jan (13 October 2015). "Forensic Identification of Gender from Fingerprints". Analytical Chemistry (journal). 87 (22): 11531–11536. doi:10.1021/acs.analchem.5b03323. Retrieved 21 November 2015. 
  8. "Fake finger reveals the secrets of touch", Nature, 29 January 2009, doi:10.1038/news.2009.68
  9. "Fingerprint grip theory rejected". BBC. June 2009. http://news.bbc.co.uk/2/hi/health/8093134.stm. Retrieved March 2010. 
  10. ୧୦.୦ ୧୦.୧ Engert, Gerald J. (1964). "International Corner". Identification News. 14 (1). 
  11. Henry, Edward R., Sir (1900). "Classification and Uses of Finger Prints" (PDF). London: George Rutledge & Sons, Ltd. 
  12. Ashbaugh, David R. "Ridgeology" (PDF). Royal Canadian Mounted Police. Retrieved 2013-10-26.