Jump to content

ଟାଫାସିଟାମାବ

ଉଇକିପିଡ଼ିଆ‌ରୁ
ଟାଫାସିଟାମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD19
Clinical data
Trade namesMonjuvi, Minjuvi, others
SynonymsTafasitamab-cxix, MOR208, Xmab5574
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6550H10092N1724O2048S52
Molar mass୧,୪୭,୪୨୫.୯୩ g·mol−1

ଟାଫାସିଟାମାବ (ଇଂରାଜୀ ଭାଷାରେ Tafasitamab), ମୋଞ୍ଜୁଭିରେ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନରାବର୍ତ୍ତନ କିମ୍ବା ରିଫାକ୍ଟରି ଡିଫ୍ୟୁଜ୍ ବଡ ବି-ସେଲ୍ ଲିମ୍ଫୋମା (DLBCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅଟୋଲୋଗସ ଷ୍ଟେମ ସେଲ ପ୍ରତିରୋପଣ ଏକ ବିକଳ୍ପ ନୁହେଁ ।[] ଏହା ଲେନାଲିଡୋମାଇଡ ସହିତ ଏକତ୍ର ଦିଆଯାଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଥକ୍କା, ତରଳ ଝାଡ଼ା, କାଶ, ଜ୍ୱର, ଅଙ୍ଗ ଫୁଲିଯିବା, ଉପର ଶ୍ୱାସନଳୀ ସଂକ୍ରମଣ ଏବଂ ଖାଦ୍ୟ ରୁଚି କମ ହୋଇଯାଏ ।[] [] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତର୍ନିଧାନ ବା ଇନଫ୍ୟୁଜନ ସମ୍ବନ୍ଧୀୟ ପ୍ରତିକ୍ରିୟା, ଅସ୍ଥି ମଜ୍ଜା ଦମନ ଏବଂ ସଂକ୍ରମଣ ହୋଇପାରେ [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୧୯ (CD19) ସହିତ ସଂଲଗ୍ନ ହୁଏ ଏବଂ ଏହା ପ୍ରକାଶ କରୁଥିବା ଜୀବକୋଷକୁ ମାରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରେ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଟାଫାସିଟାମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଏହାର ଏକ ମାତ୍ରା ବା ଡୋଜ ପିଛା ମୁଲ୍ୟ ପ୍ରାୟ ୬୪୦୦ ଡଲାର ଥିଲା ।[] ଏହା ରେକମ୍ବିନାଣ୍ଟ ଡିଏନଏ (DNA) ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ।[]

  1. 1 2 3 "Monjuvi- tafasitamab-cxix injection, powder, lyophilized, for solution". DailyMed. Archived from the original on 12 January 2021. Retrieved 17 January 2021.
  2. 1 2 3 "Minjuvi". Archived from the original on 22 September 2021. Retrieved 20 September 2021.
  3. 1 2 3 "Tafasitamab-cxix Monograph for Professionals". Drugs.com (in ଇଂରାଜୀ). Archived from the original on 29 August 2021. Retrieved 7 August 2021."Tafasitamab-cxix Monograph for Professionals".
  4. 1 2 3 "Drug Trial Snapshots: Monjuvi". U.S. Food and Drug Administration (FDA). 31 July 2020. Archived from the original on 22 December 2020. Retrieved 17 January 2021.
  5. "Monjuvi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 20 September 2021.