Jump to content

ଟାଟା ଦୋକୋମୋ

ଉଇକିପିଡ଼ିଆ‌ରୁ

ଦୋକୋମୋ ଭାବରେ ଜଣାଶୁଣା ଟାଟା ଦୋକୋମୋ (ଜାପାନର ଏନଟିଟି ଦୋକୋମୋଠାରୁ ଅଲଗା) ଥିଲା ଏକ ଭାରତୀୟ ମୋବାଇଲ୍ ସେବା ପ୍ରଦାନକାରୀ। ଜାପାନର ସର୍ବବୃହତ ଟେଲିଯୋଗାଯୋଗ କମ୍ପାନୀ ଏନଟିଟି ଦୋକୋମୋ ଏବଂ ଭାରତୀୟ ଟେଲିଯୋଗାଯୋଗ କମ୍ପାନୀ ଟାଟା ଟେଲିସର୍ଭିସେସ୍ ମଧ୍ୟରେ ଏକ ବ୍ୟବସ୍ଥିତ ମିଳିତ ଉଦ୍ୟୋଗ ଭାବରେ ନଭେମ୍ବର ୨୦୦୮ରେ ଟାଟା ଡୋକମ୍ ଗଠନ କରାଯାଇଥିଲା। ଟାଟା ଦୋକୋମୋ ଉଭୟ ଜିଏସଏମ ଏବଂ ସିଡିଏମଏ ଟେକ୍ନୋଲୋଜି ସାହାଯ୍ୟରେ ମୋବାଇଲ୍ ଟେଲିଯୋଗାଯୋଗ ସେବା ପ୍ରଦାନ କରିଥିଲା। ଗ୍ରାହକ ନାମାଙ୍କନ ପରିସଂଖ୍ୟାନ ଦୃଷ୍ଟିରୁ ଟାଟା ଦୋକୋମୋ ଥିଲା ଦେଶର ଷଷ୍ଠ ବୃହତ୍ତମ ସେବା କମ୍ପାନୀ। ୨୦୧୯ ମସିହାରେ ଏହା ଏୟାର୍ଟେଲ୍ ସହ ସମ୍ପୂର୍ଣ୍ଣ ଭାବେ ମିଶି ଯାଇଥିଲା। [୧][୨][୩]