ଟାଇଫସ

ଉଇକିପିଡ଼ିଆ‌ରୁ
ଟାଇଫସ ଜ୍ୱର (Typhus fever)
ଏପିଡେମିକ ଟାଇଫସ ଯୋଗୁ ହୋଇଥିବା ରାସ
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ମୁଣ୍ଡବଥା ଓ ରାସ [୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ [୨]
କାରଣପରଜୀବୀଦ୍ୱାରା ବ୍ୟାପୁଥିବା ଜୀବାଣୁ ସଂକ୍ରମଣ [୧]
ଚିକିତ୍ସାଡକ୍‌ସିସାଇକ୍ଲିନ[୨]

ଟାଇଫସ (ଇଂରାଜୀ ଭାଷାରେ Typhus, ଅନ୍ୟ ନାମ ଟାଇଫସ ଜ୍ୱର/ typhus fever,) ରୋଗସମୂହ ଏକ ସଂକ୍ରାମକ ରୋଗ (infectious diseases) ଦଳ ଯେଉଁଥିରେ ଏପିଡେମିକ ଟାଇଫସ (epidemic typhus), ସ୍କ୍ରବ ଟାଇଫସ (scrub typhus) ଓ ମୁରାଇନ ଟାଇଫସ (murine typhus) ଆଦି ରୋଗ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ସବୁ ରୋଗରେ ସାଧାରଣତଃ ଜ୍ୱର, ମୁଣ୍ଡବଥା ଓ ରାସ ଦେଖାଯାଏ ।[୧] ସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୋଇଯାଏ । [୨]

ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ । ଏପିଡେମିକ ଟାଇଫସ ରୋଗ ରିକେଟସିଆ ପ୍ରୋୱାଜେକି (Rickettsia prowazekii) ଯୋଗୁ ହୁଏ ଯାହା ଦେହ ଉକୁଣୀ (body lice) ଯୋଗୁ ବ୍ୟାପେ, ସେହିଭଳି ସ୍କ୍ରବ ଟାଇଫସ ରୋଗ ଓରିଏଣ୍ଟିଆ ସୁସୁଗାମୁସି (Orientia tsutsugamushi) ଯୋଗୁ ହୁଏ ଯାହା ଚିଗର (chiggers) ଯୋଗୁ ବ୍ୟାପେ ଓ ମୁରାଇନ ଟାଇଫସ ରୋଗ ରିକେଟସିଆ ଟାଇଫି (Rickettsia typhi) ଯୋଗୁ ହୁଏ ଯାହା ଫ୍ଲି (fleas) ଯୋଗୁ ବ୍ୟାପେ । [୧]

ବ୍ୟବସାୟୀକ ଭିତ୍ତିରେ ଏହାର କୌଣସି ଟିକା vaccine ନାହିଁ । ଏହି ରୋଗ କରାଉଥିବା ଜୀବାଣୁ ସଂସ୍ପର୍ଶରୁ ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ ।[୩][୪][୫] ଡକ୍‌ସିସାଇକ୍ଲିନ ଆଣ୍ଟିବାୟୋଟିକ ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୨] ଅପରିଚ୍ଛନ୍ନତା ଓ ଅଳ୍ପ ସ୍ଥାନରେ ବ‌ହୁତ ଲୋକ ରହିଲେ ଏପିଡେମିକ ଟାଇଫସ ମହାମାରୀ ହେବା ସମ୍ଭାବନା ରହେ ।[୬] ଏକଦା ଏହି ରୋଗ ଅତି ସାଧାରଣ ଥିଲା କିନ୍ତୁ ଆଜିକାଲି ଏହା କ୍ୱଚିତ ଦେଖାଯାଏ ।[୩] ଦକ୍ଷିଣପୂର୍ନ ଏସିଆ, ଜାପାନ ଓ ଉତ୍ତର ଅଷ୍ଟ୍ରେଲିଆରେ ସ୍କ୍ରବ ଟାଇଫସ ଦେଖାଯାଏ ।[୫] ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ (tropical) ଓ ଅନୁଗ୍ରୀଷ୍ମମଣ୍ଡଳୀୟ (subtropical) ଇଲାକାରେ ମୁରାଇନ ଟାଇଫସ ଦେଖାଯାଏ ।[୪]

ସନ ୧୫୨୮ରୁ ଟାଇପସ ରୋଗ ବର୍ଣ୍ଣନା କରାଯାଇଛି । ଟାଇଫସ ରୋଗୀର ମାନସିକ ଅବସ୍ଥାକୁ ଦେଖି ଏହି ରୋଗର ନାମ ପୁରାତନ ଗ୍ରୀକ ଭାଷାରେ ଟାଇଫସ (Greek typhus ବା τύφος) ରଖାଯାଇଥିଲା ଯାହାର ଅର୍ଥ ଧୁଆଁଳିଆ ।[୭] ଟାଇଫଏଡ ନାମଟି ଟାଇଫସ ଭଳି ଶୁଣାଯାଉଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ଅଲଗା ରୋଗ ଭିନ୍ନ ଜୀବାଣୁ ଯୋଗୁ ହୁଏ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Typhus Fevers". www.cdc.gov (in ଆମେରିକୀୟ ଇଂରାଜୀ). 7 March 2017. Retrieved 26 March 2017.
  2. ୨.୦ ୨.୧ ୨.୨ ୨.୩ "Information for Health Care Providers". www.cdc.gov (in ଆମେରିକୀୟ ଇଂରାଜୀ). 7 March 2017. Retrieved 26 March 2017.
  3. ୩.୦ ୩.୧ "Epidemic Typhus". www.cdc.gov (in ଆମେରିକୀୟ ଇଂରାଜୀ). 7 March 2017. Retrieved 26 March 2017.
  4. ୪.୦ ୪.୧ "Murine Typhus". www.cdc.gov (in ଆମେରିକୀୟ ଇଂରାଜୀ). Retrieved 26 March 2017.
  5. ୫.୦ ୫.୧ "Scrub Typhus". www.cdc.gov (in ଆମେରିକୀୟ ଇଂରାଜୀ). 7 March 2017. Retrieved 26 March 2017.
  6. "WHO | Typhus". www.who.int. May 1997. Retrieved 26 March 2017.
  7. Bennett, John E.; Dolin, Raphael; Blaser, Martin J. (2014). Mandell, Douglas, and Bennett's Principles and Practice of Infectious Diseases E-Book (in ଇଂରାଜୀ). Elsevier Health Sciences. p. 2217. ISBN 9780323263733.
  8. Evans, Alfred S.; Brachman, Philip S. (2013). Bacterial Infections of Humans: Epidemiology and Control (in ଇଂରାଜୀ). Springer. p. 839. ISBN 9781461553274.