ଟର୍ଟିକଲିସ

ଉଇକିପିଡ଼ିଆ‌ରୁ

 

Torticollis
Wry neck, crick in the neck, stiff neck, loxia
The muscles involved with torticollis
ବିଭାଗOrthopedics
ଲକ୍ଷଣAbnormal twisted position of the neck[୧]
ଆକ୍ରାନ୍ତ ସମୟAny age[୨]
କାରଣVariable: Minor local injury, spasms of neck muscles, benign paroxysmal torticollis, certain medications, increased intracranial pressure, conversion disorder[୩][୨]
Fixed: Congenital muscular torticollis, bone disorders, eye problems, brain injury, infections, scarring of the overlying skin[୨][୪]
ରୋଗ ନିର୍ଣ୍ଣୟ ପଦ୍ଧତିBy examination[୪]
ସଠିକ ରୋଗ ନିର୍ଣ୍ଣୟEssential tremor, myasthenia gravis, multiple sclerosis, cerebral palsy[୪]
ଚିକିତ୍ସାIbuprofen, paracetamol (acetaminophen), heat, physiotherapy[୩]
ପୁନଃପୌନିକ90% at some point[୪]

ଟର୍ଟିକଲିସ (Torticollis/ WRY neck) ନାମ ଦିଆଯାଏ ଯେତେବେଳେ ବେକ ମୋଡ଼ିହୋଇ ଗୋଟିଏ ଅସାଧାରଣ ସ୍ଥାନରେ ରହିଥାଏ । [୧] ସାଧାରଣତ ମୁଣ୍ଡ ଗୋଟିଏ ପାର୍ଶ୍ୱକୁ ଘୂର୍ଣ୍ଣିତ ହୋଇଥାଏ ଓ ସାମନାକୁ ଝୁଙ୍କି ହୋଇ ରହିଥାଏ, ଯଦିଓ ଅନ୍ୟାନ୍ୟ ଅବସ୍ଥାନ ହୋଇପାରେ | [୪] ଯନ୍ତ୍ରଣା କିମ୍ବା ଜ୍ୱର ହୋଇପାରେ | [୪] ଏହାର ମୂଳ କାରଣ ଉପରେ ନିର୍ଭର କରି ଅବସ୍ଥା ସ୍ୱଳ୍ପ ମିଆଦି କିମ୍ବା ଦୀର୍ଘ ମିଆଦି ହୋଇପାରେ | [୩] [୫]

ଏହାର କାରଣ ଦୁଇ ପ୍ରକାର ହୋଇପାରେ, ସ୍ଥିତାବସ୍ଥା ବା ପରିବର୍ତ୍ତନଶୀଳ । [୨] ସାମାନ୍ୟ ସ୍ଥାନୀୟ ଆଘାତ, ବେକ ମାଂସପେଶୀରେ ସ୍ପାଜ୍ମ, ବିନାଇନ ପାରୋକ୍ସିସମାଲ ଟର୍ଟିକଲିସ, କେତେକ ଔଷଧ, ଖପୁରୀ ମଧ୍ୟରେ ଅଧିକ ଚାପ ଓ କନଭର୍ସନ ଡିଜଅର୍ଡ଼ର ଇତ୍ୟାଦି କାରଣରୁ ପରିବର୍ତ୍ତନଶୀଳ ଟର୍ଟିକଲିସ ହୁଏ । [୩] [୨] ଅସ୍ଥି ବେମାରୀ, ଚକ୍ଷୁ ସମସ୍ୟା, ସଂକ୍ରମଣ, ଚର୍ମରେ ସ୍କାର ଓ ଜନ୍ମଗତ ତୃଟି ଯୋଗୁ ସ୍ଥିତାବସ୍ଥା ଟର୍ଟିକଲିସ ହୁଏ [୨] [୪] ମାଂସପେଶୀ ସ୍ପାଜ୍ମ ହେଉଛି ସବୁଠାରୁ ସାଧାରଣ କାରଣ | [୪] ସାଧାରଣ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୪]

ସାମାନ୍ୟ ଆଘାତ ହେତୁ ହୋଇଥିଲେ ଅନେକ ସମୟରେ ଏହା ଚିକିତ୍ସା ବିନା କିଛି ଦିନ ମଧ୍ୟରେ ସମାଧାନ ହୋଇଯାଏ | [୩] [୬] ଆଇବୁପ୍ରୋଫେନ କିମ୍ବା ପାରାସେଟାମୋଲ (ଏସିଟାମିନୋଫେନ) ଏବଂ ସେକ ଦେଇ ଯନ୍ତ୍ରଣା ଚିକିତ୍ସା କରାଯାଇପାରେ | [୩] ବେଞ୍ଜୋଡାଏଜେପିନ ଓ ବୋଟିକ୍ସ ଭଳି ଔଷଧ ମଧ୍ୟ ଦିଆଯାଇପାରେ ।[୪]ଫିଜିଓଥେରାପି ମଧ୍ୟ ଉପଯୋଗୀ ହୋଇପାରେ | [୪] କେତେକ କାରଣ ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [୪] [୨]

ସାଧାରଣତଃ ପ୍ରାୟ ୯୦% ଲୋକ ଜୀବନର କୌଣସି ସମୟରେ ଟର୍ଟିକୋଲିସ ରୋଗରେ ପୀଡ଼ିତ ହୁଅନ୍ତି | [୪] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [୪] ଜନ୍ମ ସମୟରେ ୧୦୦୦ ଜଣରେ ପ୍ରାୟ ୪ ଜଣ ପ୍ରଭାବିତ ହୋଇଥିଲେ ହେଁ ଏହା ସବୁ ବୟସରେ ହୋଇପାରେ | [୪] [୨] ଲାଟିନ୍ ଭାଷାରେ ଟୋର୍ଟସ ( tortus) ଶବ୍ଦର ଅର୍ଥ "ବକ୍ର" ଏବଂ କୋଲମ (collum) ଶବ୍ଦର ଅର୍ଥ "ବେକ", ଏହି ଦୁଇଟି ମିଶି ଟର୍ଟିକଲିସ ଶବ୍ଦ ହୋଇଛି । [୭]  

ଆଧାର[ସମ୍ପାଦନା]

  1. ୧.୦ ୧.୧ Dauer, W.; Burke, RE; Greene, P; Fahn, S (1998). "Current concepts on the clinical features, aetiology and management of idiopathic cervical dystonia". Brain. 121 (4): 547–60. doi:10.1093/brain/121.4.547. PMID 9577384.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Tomczak, KK; Rosman, NP (March 2013). "Torticollis". Journal of child neurology. 28 (3): 365–78. doi:10.1177/0883073812469294. PMID 23271760.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Neck pain - acute torticollis". NICE. September 2018. Retrieved 6 March 2021.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ Cunha, B; Tadi, P; Bragg, BN (January 2021). "Torticollis". PMID 30969679. {{cite journal}}: Cite journal requires |journal= (help)
  5. "Dystonias Fact Sheet | National Institute of Neurological Disorders and Stroke". www.ninds.nih.gov. Retrieved 6 March 2021.
  6. Bartleson, J. D.; Deen, H. Gordon (2009-07-23). Spine Disorders: Medical and Surgical Management. Cambridge University Press. p. 46. ISBN 9780521889414. Many patients for no apparent reason will awaken in the morning with a "wry" neck or a "crick" in the neck. They may have trouble moving the neck and often have acute muscle spasm. Their pain and limited range of motion subside typically in a matter of a few days without or perhaps more quickly with treatment.
  7. Cooperman, Daniel R. (1997). Karmel-Ross, Karen (ed.). The Differential Diagnosis of Torticollis in Children. Vol. 17. pp. 1–11. doi:10.1080/J006v17n02_01. ISBN 978-0-7890-0316-4. {{cite book}}: |work= ignored (help)