ଝାଲ ମୁଢ଼ି
ଅନ୍ୟ ନାମ | ଭେଲ (ମହାରାଷ୍ଟ୍ର), ଚୂର ମୁରୀ (କର୍ଣ୍ଣାଟକ) ,[୧] ଝାଲ ମୁରୀ (କଲିକତା), ଝାଲ ମୁଢି (ଓଡ଼ିଶା) |
---|---|
ପ୍ରକାର | ସ୍ନାକ, ଚାଟ |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ମହାରାଷ୍ଟ୍ର |
ପ୍ରକାର ଭେଦ | ସେଓ ପୁରୀ, ଦହି ପୁରୀ, ପାମ୍ପୁଡି ଚାଟ |
|
ଝାଲ ମୁଢି ଏକ ଚଟପଟି ଜଳଖିଆ ଏବଂ ଏକ ପ୍ରକାର ଚାଟ ମଧ୍ୟ ଅଟେ । ଏହା ମୁଢି (ଚାଉଳରୁ ପ୍ରସ୍ତୁତି) ପରିବା ଏବଂ ତେନ୍ତୁଳିର ଚଟଣିକୁ ମିଶେଇ ପ୍ରସ୍ତୁତି ହୋଇଥାଏ । [୨]
ମୁଢ଼ିର ପରିଚୟ ପ୍ରାୟତଃ ମୁମ୍ବାଇର ସମୁଦ୍ର ତଟ ସହିତ ଜଡ଼ିତ ଯେପରି ଗୁରଗାଓଁ କିମ୍ବା ଜୁହୁର ସମୁଦ୍ର ତଟ । ଝାଲ ମୁଢିର ଜନ୍ମ ମୁମ୍ବାଇ ଷ୍ଟ୍ରିଟ ଫୁଡ଼ ଷ୍ଟଲରେ ହୋଇଥିଲା ଏବଂ ଏହି ଚଟପଟା ଖାଦ୍ୟ ଭାରତର ବହୁ ଜାଗାରେ ଖେଳିଗଲା ଓ ସ୍ଥାନୀୟ ସ୍ୱାଦକୁ ଧ୍ୟାନରେ ରଖି ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରାଗଲା । ଏହି ବିଶେଷତା ଏହାକୁ ସମ୍ପୂର୍ଣ୍ଣ ଭାରତରେ ଲୋକପ୍ରିୟ କରିଥିଲା । ଏହା ମଧ୍ୟ କୁହାଯାଏ କି, ଝାଲ ମୁଢିର ଜନ୍ମ ପଶ୍ଚିମ ମହାରାଷ୍ଟ୍ରର ମସଲାଯୁକ୍ତ ଭଡଙ୍ଗରୁ ହୋଇଥିଲା । ଝାଲ ମୁଢ଼ିର କଲିକତା ସଂସ୍କରଣକୁ ଝାଲ ମୁରୀ ନାମରେ ଜଣାଯାଏ । ଝାଲ ମୁଢ଼ିର ମହୀସୁର ସଂସ୍କରଣକୁ ଚୁରୁମୁରୀ ଏବଂ ବାଙ୍ଗାଲୋରରେ ଚୁର୍ମୁରୀ ନାମରେ ଜଣାଯାଏ । ଏହାର ଏକ ଶୁଖିଲା ପ୍ରକାର ବହୁ ପ୍ରଚଳିତ ଭଡଙ୍ଗ ରୂପେ ଜଣାଯାଏ ଯାହାକୁ ପିଆଜ, ଲେମ୍ବୁ ରସ ଏବଂ ଧନିଆ ସହିତ ସଜାଯାଏ ।
ଇତିହାସ
[ସମ୍ପାଦନା]ପ୍ରଥମଥର ଝାଲ ମୁଢି କେଉଁଠାରେ ତିଆରି ହୋଇଥିଲା ଏହାର ସ୍ପଷ୍ଟ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଏହା ସମ୍ଭାବନା ରହିଛି କି, ଏହାର ଉତ୍ପତ୍ତି ମୁମ୍ବାଇର କ୍ୟାଫେ ଏବଂ ଷ୍ଟ୍ରିଟ ଫୁଡ଼ ଷ୍ଟଲରୁ ହୋଇଥିଲା । ଝାଲ ମୁଢି ଚାଟ ପରିବାର (ସମୂହ) ସଦସ୍ୟ ଅଟେ, ଯାହା ଚଟପଟା ଜଳଖିଆ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଭାରତରେ ଠେଲାରେ ବିକ୍ରି ହୋଇଥାଏ । ଏହି ଖାଦ୍ୟଟି ସାଧାରଣତଃ ହାଟ ବଜାର, ଜନ ଗହଳି ସ୍ଥାନ, ରେଲଗାଡି ପ୍ରଭୃତିରେ ବହୁଳ ଭାବରେ ବିକ୍ରୀ ହୋଇଥାଏ ।
ସାଧାରଣତଃ ବ୍ୟବହାରିକ ସାମଗ୍ରୀ
[ସମ୍ପାଦନା]ଝାଲ ମୁଢ଼ିକୁ ମୁଢ଼ି, ସେଓ (ବେଶନରେ ପ୍ରସ୍ତୁତ ପତଳା ନୁଡୁଲ ପରି ଏକ ଜଳଖିଆ), ସିଝା ଆଳୁ, ପିଆଜ, ଚାଟ ମସଲା ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ ।[୩] ଝାଲ ମୁଢିର ଏକ ରୂପ ଠେଠ ଗୁଜୁରାଠୀ ବ୍ୟଞ୍ଜନ ପରି ମିଠା, ନମକ ଯୁକ୍ତ, ରାଗ ଏବଂ ମସଲା ଯୁକ୍ତ ମିଶ୍ରଣ ହୋଇଥାଏ ।
ସାଧାରଣତଃ ବ୍ୟବହାରିକ ସାମଗ୍ରୀ ଟମାଟୋ ଏବଂ ଲଙ୍କା ମିଶି ହୋଇଥାଏ । ଉତ୍ତର ଭାରତରେ ଝାଲ ମୁଢ଼ି଼ରେ ସିଝା ଆଳୁର ଛୋଟ ଛୋଟ ଖଣ୍ଡ ପକାଯାଇଥାଏ ।[୪]
ବିଭିନ୍ନ ପ୍ରକାର ଚଟଣିର ମିଶ୍ରଣରେ ଏଥିରେ ମିଠା, ଚଟପଟି ଏବଂ ମସଲାଯୁକ୍ତ ସ୍ୱାଦ ଆସିଥାଏ । ମୁଖ୍ୟ ରୂପେ ଏଥିରେ ଦୁଇ ପ୍ରକାର ଚଟଣିର ବ୍ୟବହାର କରାଯାଇଥାଏ । ପ୍ରଥମଟି ହେଲା ଖଜୁରୀ ଏବଂ ତେନ୍ତୁଳିରୁ ପ୍ରସ୍ତୁତ ମିଠା ଚଟଣି ଏବଂ ଦ୍ୱିତୀୟ ହେଲା ଧନିଆ ଏବଂ ଲଙ୍କାରୁ ପ୍ରସ୍ତୁତ ମସଲାଯୁକ୍ତ ଚଟଣି ।
ପରିବର୍ତ୍ତନ
[ସମ୍ପାଦନା]ଝାଲ ମୁଢ଼ିକୁ କେବେ କେବେ ପୁରି ଏବଂ ପାମ୍ପୁଡି ସହିତ ବ୍ୟବହାର କରାଯାଏ ।
ଝାଲ ମୁଢ଼ିର ଅନ୍ୟ ପ୍ରକାର :
- ସେଓ ମୁଢି - ଝାଲ ମୁଢି, ଚଟଣି, ପାମ୍ପୁଡି ଏବଂ ସେଓର ମିଶ୍ରଣ ।
- ଦହି ମୁଢି - ଝାଲ ମୁଢି, ଚଟଣି ପାମ୍ପୁଡିର ଏକ ମିଶ୍ରଣ ଯେଉଁଥିରେ ଦହି ମଧ୍ୟ ପକାଯାଇଥାଏ ।
- ସେଓ ପାମ୍ପୁଡି ଚାଟ - ଏଥିରେ ଆଳୁ, ୨-୩ ପ୍ରକାର ଚଟଣି ଏବଂ ଚଣା ମସଲା ପକାଯାଇଥାଏ ।
- ଚୁରମୁରୀ - ଏଥିରେ କଟା ପିଆଜ, ଟମାଟୋ, ଧନିଆ ପତ୍ର, ଲଙ୍କା ଏବଂ ନଡ଼ିଆ କିମ୍ବା ସୋରିଷ ତେଲ ଇତ୍ୟାଦି ମିଶ୍ରିତ ହୋଇଥାଏ ।
ଗ୍ୟାଲେରି
[ସମ୍ପାଦନା]-
Preparation of Bhel in Home
-
A street-side vendor preparing Bhelpuri
-
Churumuri at raja seat Karnataka
ଆଧାର
[ସମ୍ପାଦନା]- ↑ "Churmuri". ଦି ଟେଷ୍ଟ ଅଫ ମୈସୁର. Retrieved ୮ ଅଗଷ୍ଟ ୨୦୧୬.
{{cite web}}
: Check date values in:|accessdate=
(help) - ↑ ମୂଲ୍ୟ, जेन (२००७). गौर्मेट वेजीटेरियन: डी वेजीटेरियन रेसिपीज यू मस्ट हैवे. मुर्दोच बुक्स. pp. २५६. ISBN ९७८-१-९२१२५९-०९-८.
{{cite book}}
: Check|isbn=
value: invalid character (help); Check date values in:|year=
(help) - ↑ गुप्ता, नीरू. "भेलपुरी". नीरू गुप्ता. Retrieved ८ अगस्त २०१६.
{{cite news}}
: Check date values in:|accessdate=
(help) - ↑ हार्फम], [एडिटर जोए (२००४). द एसेंशियल राइस कुकबुक. सिडनी (न.स.व.): मुर्दोच बुक्स. ISBN १-७४०४५-५४०-१.
{{cite book}}
: Check|isbn=
value: invalid character (help); Check date values in:|year=
(help)