ଝଡ଼
Appearance
![](http://upload.wikimedia.org/wikipedia/commons/thumb/d/da/Rolling-thunder-cloud.jpg/300px-Rolling-thunder-cloud.jpg)
ଝଡ଼ ବାୟୁମଣ୍ଡଳର ଏକ ବିକ୍ଷୁବ୍ଧ ଅବସ୍ଥା ଯେଉଁଥିରେ ଏହାର ପୃଷ୍ଠତଳରେ ଆଲୋଡ଼ନ ହୁଏ । ଏଥିରେ ଜଳବାୟୁ ଅବସ୍ଥାର ପରିବର୍ତ୍ତନ ଘଟି ତୀବ୍ର ବେଗରେ ପବନ ସଞ୍ଚାଳନ ହୁଏ, ବର୍ଷା, କୁଆପଥର, ବିଜୁଳି, ତୋଫାନ, ତୁଷାରପାତ ଇତ୍ୟାଦି ହୋଇପାରେ ।
ଏହାକୁ ଆଟଲାଣ୍ଟିକ ଓ ନର୍ଥ-ଇଷ୍ଟ୍ ପାସିଫିକରେ ହରିକେନ୍ ନାମ, ନର୍ଥ- ୱେଷ୍ଟ ପାସିଫିକରେ ଟାଇଫୁନ୍ ନାମ, ସାଉଥ୍ ପାସିଫିକ୍ ଓ ଭାରତ ମହାସାଗରରେ ସାଇକ୍ଲୋନ ନାମରେ ଡକାଯାଏ ।
ଏହାଦ୍ୱାରା ଲୋକମାନଙ୍କର ଧନ ଜୀବନ ଉପରେ ବହୁତ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।
![](http://upload.wikimedia.org/wikipedia/commons/thumb/9/9c/Impending-Doom_2.jpg/220px-Impending-Doom_2.jpg)
ପ୍ରସ୍ତୁତି
[ସମ୍ପାଦନା]ମଝିରେ ଲଘୁଚାପ ଓ ଚତୁର୍ଦ୍ଦିଗରେ ଗୁରୁଚାପ ରହିଲେ ଝଡ଼ ତିଆରି ହୁଏ । ଏହିପରି ପରଷ୍ପର ବିରୋଧୀ ଚାପ ପବନ ସୃଷ୍ଟି କରେ ଓ ଫଳରେ ଝଡ଼ ମେଘ ସୃଷ୍ଟି ହୁଏ । ଉତ୍ତପ୍ତ ଭୂମିରୁ ଉତ୍ତପ୍ତ ବାୟୁ ଉପରକୁ ଉଠିଲେ ଘୁର୍ଣ୍ଣିବାତ୍ୟା ତିଆରି ହୁଏ ।