ଜୟ ହୋ (ଗୀତ)

ଉଇକିପିଡ଼ିଆ‌ରୁ
"ଜୟ ହୋ"
Single
ଏ. ଆର୍. ରହମାନ, ସୁଖବିନ୍ଦର ସିଂହ, ତନ୍‌ଭି ଶାଃ, ମହାଲକ୍ଷ୍ମୀ ଅୟର and ବିଜୟ ପ୍ରକାଶଙ୍କଦ୍ୱାରା
from the album ସ୍ଲମ୍‌ଡଗ୍ ମିଲେନିୟର୍
ରେକର୍ଡ଼୨୦୦୮; ଚେନ୍ନାଇ, ଭାରତ
ବ୍ୟବଧାନ5:19
ଲେବଲଇଣ୍ଟରସ୍କୋପ୍
ଗୀତିକାର
Producer(s)ଏ. ଆର୍. ରହମାନ

ଜୟ ହୋ ଏ. ଆର୍. ରହମାନଙ୍କ ସ୍ୱର ସଂଯୋଜନା ନିର୍ମିତ ଏକ ଗୀତ । ଏହି ଗୀତଟି ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ହଲିଉଡ଼୍ କଥାଚିତ୍ର ସ୍ଲମ୍‌ଡଗ୍ ମିଲେନିଅର୍ ପାଇଁ ନିର୍ମାଣ କରାଯାଇଥିଲା । ଇଂରାଜୀ କଥାଚିତ୍ର ନିର୍ଦ୍ଦେଶକ ଡାନୀ ବୋୟଲେ ସେତେବେଳେ ତାଙ୍କ ନିର୍ମିତ କଥାଚିତ୍ର ସ୍ଲମ୍‌ଡଗ୍ ମିଲେନିଅର୍ ପାଇଁ ରହମାନଙ୍କଦ୍ୱାରା ଏହି ଗୀତ ନିର୍ମାଣ କରାଇଥିଲେ । ଏହି କଥାଚିତ୍ରଟିର ଶେଷରେ ଦୃଶ୍ୟମାନ କରାଯାଇଥିବା ନୃତ୍ୟରେ ଏହି ଗୀତଟିକୁ ସ୍ଥାନିତ କରାଯାଇଛି । ଏହି ଗୀତଟିକୁ ପଞ୍ଚାବୀ ତଥା ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଗାୟକ ସୁଖବିନ୍ଦର ସିଂହ,[୧] ମହାଲକ୍ଷ୍ମୀ ଅୟର୍ ଓ ବିଜୟ ପ୍ରକାଶ[୨] ଆଦି କଣ୍ଠଶିଳ୍ପୀମାନେ ହିନ୍ଦୀ, ଉର୍ଦ୍ଦୁପଞ୍ଜାବୀ ଭାଷାରେ ଗାଇଥିଲେ ।[୩] ଭାରତୀୟ ଗାୟକ ତନ୍‌ଭି ଶାଃ ଏହି ଗୀତଟିକୁ ଇଂରାଜୀରେ ଅନୁବାଦ କରିଥିଲେ ଏବଂ ସେ ନିଜେ ମଧ୍ୟ ଏଥିରେ କଣ୍ଠଦାନ କରିଥିଲେ ।[୪]

୨୦୦୮ ମସିହାରେ ରହମାନ ନିର୍ଦ୍ଦେଶକ ଡାନୀଙ୍କଠାରୁ ଏକ ଇ-ମେଲ୍ ପାଇଥିଲେ, ଯେଉଁଥିରେ ଡାନୀ ତାଙ୍କୁ ଏକ ଗୀତ ପାଇଁ ଅନୁରୋଧ କରିଥିଲେ । ମାତ୍ର ସେତେବେଳେ ରହମାନ ଦ୍ୱିବିଧାରେ ପଡ଼ିଥିଲେ, କିନ୍ତୁ କିଛି ଇ-ମେଲ୍‌ର ବିନିମୟ ପରେ ଉଭୟଙ୍କର ମୁମ୍ବାଇରେ ସାକ୍ଷାତ ହୋଇଥିଲା । ସେତେବେଳେ ରହମାନଙ୍କୁ ଡାନୀ ଏହି କଥାଚିତ୍ରର କିଛି ଦୃଶ୍ୟ ଦେଖାଇଥିଲେ, ଯାହାଫଳରେ ରହମାନ ଏହି ଗୀତ କରିବାକୁ ରାଜି ହୋଇଥିଲେ ଏବଂ ଏହି ଗୀତ ପାଇଁ ସେ ଗୋଟିଏ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଛାଡ଼ିଥିଲେ ।[୫]

ଏହି ଗୀତ ନିର୍ମାଣ ପାଇଁ ରହମାନ କିଛି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲେ । ବିଗତ ୧୨ ବର୍ଷ ଧରି ସେ ଲଗାତାର ଭାବରେ ବ୍ୟବହାର କରିଆସୁଥିବା ସଫ୍ଟ୍‌ୱେର୍‌କୁ ମଧ୍ୟ ବଦଳାଇଥିଲେ । ଏହି ସବୁ ନୂତନ କୌଶଳ ଏହି ଗୀତକୁ ଏକ ନୂଆ ରୂପ ଦେଇଥିଲା ବୋଲି ରହମାନ ମତ ରଖିଥିଲେ ।[୬][୭] ଏହି ଗୀତଟିର ରଚନା କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଗୀତିକାର ଗୁଲ୍‌ଜାର୍ । ଏହି ଗୀତରେ ମୁଖ୍ୟତଃ ହିନ୍ଦୀ, ଉର୍ଦ୍ଦୁ ଓ ପଞ୍ଜାବୀ ଶବ୍ଦ ରହିଛି, ମାତ୍ର କେତୋଟି ସ୍ପାନିସ୍ ଶବ୍ଦ ମଧ୍ୟ ରହିଛି । ବିଭିନ୍ନ ଶବ୍ଦର ମିଶ୍ରଣରେ ଏହି ଗୀତଟି ସ୍ୱତନ୍ତ୍ର ସ୍ଥାନ ପାଇଥିବା କିଛି ସମ୍ବାଦପତ୍ରରେ ଦର୍ଶାଯାଇଥିଲା ।[୮]

ଏହି ଗୀତଟି ପ୍ରଥମେ ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ସଲମାନ ଖାନ୍, କ୍ୟାଟ୍ରିନା କୈଫ ଏବଂ ଅନୀଲ କପୁର ଅଭିନୀତ ହିନ୍ଦୀ କଥାଚିତ୍ର ଯୁବରାଜ ପାଇଁ ନିର୍ମାଣ କରାଯାଇଥିଲା, ଯେଉଁଥିରେ ଅଭିନେତା ଯାୟେଦ୍ ଖାନ୍‌ ଏହି ଗୀତରେ ଅଭିନୟ କରିବାର ଥିଲା । ମାତ୍ର ନିର୍ଦ୍ଦେଶକ ସୁବାସ ଘାଇ ଏହି ଗୀତକୁ ପସନ୍ଦ କରିନଥିଲେ, ଫଳରେ ଉଭୟ ଗୁଲ୍‌ଜାର୍ ଓ ରହମାନ ଏହି ଗୀତକୁ ସ୍ଲମ୍‌ଡଗ୍ ମିଲେନିୟର୍ ପାଇଁ ବାଛିଥିଲେ ।[୯] ଏହାପରେ ଏହି ଗୀତଟି ଓସ୍କାର ପୁରସ୍କାର ଜିତିବାପରେ ରହମାନ ମତ ରଖିଥିଲେ କି ପ୍ରତ୍ୟେକ ଜିନିଷର ଏକ ନିର୍ଦ୍ଦିଷ୍ଟ ଭାଗ୍ୟ ନିର୍ଦ୍ଧାରଣ ରୂପ ଥାଏ, ଯାହାକି ତାଙ୍କୁ ସ୍ଲମ୍‌ଡଗ୍ ମିଲେନିୟର୍ ଜରିଆରେ ପ୍ରାପ୍ତ ହେବାର ଥିଲା ।[୧୦]

"ଜୟ ହୋ" ଗୀତଟି ପ୍ରଥମେ ମୁକ୍ତିଲାଭ ପରେ ସମଗ୍ର ବିଶ୍ୱରେ ଲୋକପ୍ରିୟତା ସାଉଁଣ୍ଟିଥିଲା ।[୧୧] ଏହାପରେ ଜୟ ହୋର ବିଭିନ୍ନ କଭର୍ ଏବଂ ରମିକ୍ସ ଗୀତ ୟୁ-ଟ୍ୟୁବ୍ ତଥା ଅନୁରୂପ କିଛି ଭିଡ଼ିଓ ଫୋରମ୍‌ରେ ଉପଲୋଡ଼ କରାଯିଥିଲା । ଏହି ଗୀତଟିକୁ ସମଗ୍ର ବିଶ୍ୱବାସୀ ପସନ୍ଦ କରିବା ସହିତ ସମୀକ୍ଷକମାନେ ମଧ୍ୟ ଏହାର ସେହି ଫିଲ୍ମର ସବୁଠାରୁ ଶ୍ରେଷ୍ଠ ଗୀତ ଭାବରେ ଦର୍ଶାଇବା ସହ ଉତ୍ତମ ମନ୍ତବ୍ୟ ରଖିଥିଲେ । ଏହି ଗୀତଟି ଶ୍ରେଷ୍ଠ ସ୍ୱ-ରଚନା ଗୀତ ଭାବରେ ଆକାଡେମୀ ଏବଂ ଚଳଚ୍ଚିତ୍ର ପାଇଁ ରଚିତ ଶ୍ରେଷ୍ଠ ଗୀତ ଭାବରେ ଗ୍ରାମୀ ପୁରସ୍କାର ପାଇଥିଲା । ୨୦୦୯ ମସିହାରେ ଭାରତୀୟ ସାଧାରଣ ନିର୍ବାଚନରେ ଏହି ଗୀତଟିକୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରଚାର ଗୀତ ଭାବରେ ମଧ୍ୟ ବ୍ୟବହାର କରାଯାଇଥିଲା, ଯାହା ଦୂରଦର୍ଶନ ତଥା ଆକାଶବାଣୀଗୁଡ଼ିକର ବିଜ୍ଞାପନ ସମେତ ସମେତ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ଆୟୋଜିନ ବିଭିନ୍ନ ନିର୍ବାଚନୀ ସଭାସମିତିମାନଙ୍କରେ ବ୍ୟବହୃତ ହୋଇଥିଲା ।[୧୨] ଏହି ଗୀତ ପାଇଁ କଂଗ୍ରେସ ଦଳ ଏହି ଗୀତର ମୂଳ କପିରାଇଟ୍ ଅଧିକାରୀ ଟି-ସିରିଜ୍‌କୁ ୨ ଲକ୍ଷ ଡଲାର୍ ଅର୍ଥ ଦେଇଥିଲା ।[୧୩]

ଆଧାର[ସମ୍ପାଦନା]

  1. "Meet the singers of Jai Ho". Rediff.com. 26 February 2009. Retrieved 5 March 2009.
  2. Tuteja, Joginder (25 February 2009). "Vijay – The man who too deserves credit for 'Jai Ho'". Bollywood Hungama. Retrieved 4 June 2009.
  3. Vij, Manish (24 ଜାନୁଆରୀ 2009). "Jai ho Rahman". Ultrabrown. Archived from the original on 6 ଫେବୃଆରୀ 2010. Retrieved 11 ଜୁନ 2009.
  4. Tejonmayam, U (3 February 2009). "The Jai Ho girl". Express Buzz. The New Indian Express. Retrieved 11 June 2009.[permanent dead link]
  5. Cellini, Joe. "Logic Pro 9 – In Action – A.R. Rahman". Apple Inc. Retrieved 20 July 2012.
  6. "Apple — Logic Pro 9 — In Action – A.R. Rahman". Apple Inc. Archived from the original on 12 ଅଗଷ୍ଟ 2012. Retrieved 20 ଜୁଲାଇ 2012.
  7. Joel Ryan (17 February 2009). "Indian composer identifies with 'Slumdog' hero: A.R. Rahman is happy to have an international audience for his music". MSNBC. Retrieved 18 May 2009.
  8. "Oscar winning song 'Jai Ho' and its lyrics". India-EU Film Initiative. 23 February 2009. Archived from the original on 14 April 2009. Retrieved 25 March 2009.
  9. Super Admin (28 January 2009). "Slumdog's 'Jai Ho' was composed for Yuvvraaj". Entertainment.oneindia.in. Archived from the original on 9 February 2021. Retrieved 20 July 2012.
  10. Iyer, Meena (24 February 2009). "Subhash Ghai is the one who asked me". The Times of India. The Times Group. Archived from the original on 26 October 2012. Retrieved 6 March 2009.
  11. "Oscar winning song 'Jai Ho' and its lyrics". India-EU Film Initiative. 23 February 2009. Archived from the original on 14 April 2009. Retrieved 25 March 2009.
  12. "Jai Ho 'cost Congress $200,000'". BBC News. BBC. 5 March 2009. Retrieved 10 March 2009.
  13. "Jai Ho turns into political parody". The Economic Times. Bennett, Coleman & Co. Ltd. 5 March 2009. Retrieved 10 March 2009.