ଜ୍ୟୋତି ରାଉତ

ଉଇକିପିଡ଼ିଆ‌ରୁ
ଜ୍ୟୋତି ରାଉତ
ଜ୍ୟୋତି ରାଉତ (୨୦୦୭)
Born (1965-07-15) ୧୫ ଜୁଲାଇ ୧୯୬୫ (ବୟସ ୫୮)
Occupation(s)ଭାରତୀୟ ସାଂସ୍କୃତିକ ନୃତ୍ୟ କଳାକାର, ପ୍ରଦର୍ଶନକାରୀ, ନୃତ୍ୟ ନିର୍ଦ୍ଦେଶକ
Websitehttp://jyotikalamandir.org/?itemID=3

ଜ୍ୟୋତି ରାଉତ (ଜନ୍ମ ଜୁଲାଇ ୧୫, ୧୯୬୫) ଜଣେ ଭାରତୀୟ ସାଂସ୍କୃତିକ ନୃତ୍ୟ କଳାକାର, ଶିକ୍ଷୟିତ୍ରୀ ଓ ଓଡ଼ିଶୀ ନୃତ୍ୟର ନିର୍ଦ୍ଦେଶିକା ।[୧][୨][୩]

ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ[ସମ୍ପାଦନା]

ଜ୍ୟୋତି ରାଉତ ଓଡ଼ିଶାର ଏକ ଦୁର୍ଗମ ଅଞ୍ଚଳ ଯୋଡାରେ ବଢ଼ିଥିଲେ । ବିଭିନ୍ନ ଆଦିବାସୀ ଉତ୍ସବରେ ନୃତ୍ୟ ଦେଖି ଦେଖି ତାଙ୍କର ନୃତ୍ୟ ପ୍ରତି ଆଗ୍ରହ ବଢିଥିଲା । ସେ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ଶୀରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ଭାବେ ସମର ନୃତ୍ୟ ଛଉ ଶିଖି ପ୍ରଦର୍ଶନ କରିଥିଲେ ।

ବୃତ୍ତି[ସମ୍ପାଦନା]

ବ୍ରିଟିଶ ଶାସନ ସମୟରେ ଦେବଦାସୀ (ମନ୍ଦିର ନର୍ତ୍ତକୀ) ପ୍ରଥା ବନ୍ଦ ହେବା ପରେ ୧୯୯୩ରେ ଜ୍ୟୋତି ରାଉତ ପ୍ରଥମ ନର୍ତ୍ତକୀ ଭାବେ ପୁରୀର ଜଗନ୍ନାଥଙ୍କଠାରେ ନୃତ୍ୟ କରିଥିଲେ । ୧୯୯୭ରେ ସେ କାଲିଫର୍ଣ୍ଣିଆସ୍ଥିତ ଓଡ଼ିଶୀ ନୃତ୍ୟ ବିଦ୍ୟାଳୟ ଜ୍ୟୋତି କଳା ମନ୍ଦିର, ଭାରତୀୟ ଶାସ୍ତ୍ରୀୟ କଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା ବର୍ତ୍ତମାନ କାଲିଫର୍ଣ୍ଣିଆର ଫ୍ରେମୋଣ୍ଟ୍ଠାରେ ଅବସ୍ଥିତ ।[୪] ୨୦୧୨ରେ ସେ ଓଡ଼ିଶାର ଲିଙ୍ଗିପୁରଠାରେ ଏକ ଶାଖା ଖୋଲିଥିଲେ ।[୪][୫][୬]

ସମ୍ମାନ[ସମ୍ପାଦନା]

  • ୨୦୦୬ ଏଥନିକ ଡ୍ୟାନ୍ସ ଫେଷ୍ଟିବାଲ୍, ସାନଫ୍ରାନସିସ୍କୋରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା
  • ଭାରତୀୟ ଜାତୀୟ ସମ୍ମାନର ଗର୍ବ
  • ଶ୍ରୀକ୍ଷେତ୍ର ମାହାରୀ, ପୁପୀ, ଓଡ଼ିଶା
  • ଶ୍ରୀକ୍ଷେତ୍ର ଓଡ଼ିଆଣୀ, କଟକ, ଓଡ଼ିଶା
  • ଓ.ଏସ୍.ଏ ଦ୍ୱାାରା କଳାଶ୍ରୀ
  • ଅଲମ୍ପିଆଡ, ଓଡ଼ିଶାଦ୍ୱାରା ନୃତ୍ୟ ଶିରୋମଣି
  • ମଧିର ଝଙ୍କାର, ଓଡ଼ିଶାଦ୍ୱାରା ନୃତ୍ୟ ଶ୍ରୀ ରାଜ୍ୟ ସମ୍ମାନ
  • ୨୦୧୬ରେ ଓଡ଼ିଶା ଡାଏରୀଦ୍ୱାରା ଓଡ଼ିଶା ଲିଭିଂ ଲିଜେଣ୍ଡ୍ ସମ୍ମାନ[୭]
  • ୨୦୧୭ରେ ଗୁରୁ ପଙ୍କଜ ଚରଣ ଦାଶ ଫାଉଣ୍ଡେସନରୁ ମାହାରୀ ସମ୍ମାନ

ଆଧାର[ସମ୍ପାଦନା]

  1. "Jyoti Kala Mandir College of Indian Classical Arts".
  2. Connection, Sumathi, Saigan. "Profiles - Jyoti Rout - light of Odissi by Shalini Goel".{{cite web}}: CS1 maint: multiple names: authors list (link)
  3. "Magic of Odissi dance by Jyoti Rout - My Theatre Cafe".
  4. ୪.୦ ୪.୧ Chakra, Shyamhari. "Jyoti Rout to open institute to promote Orissa culture".
  5. "Jyoti Kala Mandir".
  6. International, Odissi (26 November 2010). "Odissi International: Dancers from Jyoti Kala Mandir, USA".
  7. Bureau, Odisha Story. "Odisha Living Legends and Youth Inspiration Awards Announced – ODISHA STORY". Archived from the original on 2019-10-30. Retrieved 2018-03-26.