Jump to content

ଜ୍ୟୋତିବା ମନ୍ଦିର

କୋହ୍ଳାପୁରର ଶ୍ରୀ ଜ୍ୟୋତିବା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋହ୍ଳାପୁର (Kolhapur)
Location
ସ୍ଥାନJyotiba
Stateମହାରାଷ୍ଟ୍ର
CountryIndia
ଜ୍ୟୋତିବା ମନ୍ଦିର is located in Maharashtra
ଜ୍ୟୋତିବା ମନ୍ଦିର
Location in Maharashtra Pradesh
ଭୌଗଳିକ ଅବସ୍ଥିତି16°42′00″N 74°14′00″E / 16.70000°N 74.23333°E / 16.70000; 74.23333

ଜ୍ୟୋତିବା ମନ୍ଦିର (ମରାଠୀ: ज्योतिबा) ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ[] ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା କୋହ୍ଳାପୁର ଜିଲ୍ଲାର ବାଡି ରତ୍ନଗିରି ପାଖରେ ଅବସ୍ଥିତ । ସେଠାରେ ଥିବା ଠାକୁରଙ୍କ ନାମ ମଧ୍ୟ ଜ୍ୟୋତିବା । ଚୈତ୍ର ଓ ବୈଶାଖ ହିନ୍ଦୁ ମାସରେ ପ୍ରତିବର୍ଷ ସେଠାରେ ଏକ ମେଳା ହୁଏ ।

ସ୍ଥାନ

[ସମ୍ପାଦନା]

ସମୁଦ୍ର ପତ୍ତନଠାରୁ ୩୧୨୪ ଫୁଟ ଉଚ୍ଚତାରେ ଜ୍ୟୋତିବା ମନ୍ଦିରଟି ଜ୍ୟୋତିବାଙ୍କୁ ସମର୍ପିତ ହୋଇଛି । କୋଲହାପୁରର ଉତ୍ତର-ପଶ୍ଚିମ ଦିଗରେ ୧୮ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।[] ପରମ୍ପରା ଅନୁସାରେ କେଦାରେଶ୍ୱର ମନ୍ଦିରକୁ ନଭି ସାୟା ତୋଳେଇଥିଲେ । ୧୭୩୦ ମସିହାରେ ବର୍ତ୍ତମାନର ମନ୍ଦିରକୁ ରାନୋଜି ସିନ୍ଧେ ତୋଳେଇଥିଲେ ।

ମନ୍ଦିରର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ ୫୭ ଫୁଟ ଓ ୩୭ ଫୁଟ, ଗମ୍ବୁଜ ସହିତ ଉଚ୍ଚତା ୭୭ ଫୁଟ । ଦ୍ୱିତୀୟ କେଦାରେଶ୍ୱର ମନ୍ଦିରର ଆକାର ୪୯X୨୨X୮୯ ଫୁଟ । ଏହାକୁ ଦୌଲତାରାଓ ସିନ୍ଧେ ୧୮୦୮ ମସିହାରେ ତିଆରି କରିଥିଲେ । ମାଲଜି ନୀଲମ ପଣହାଲକର ତୃତୀଯ ମନ୍ଦିରକୁ ୧୭୮୦ ମସିହାରେ ତୋଳେଇଥିଲେ ।[] ମନ୍ଦିରର ଭିତର ଅବସ୍ଥା ସେହି ପୁରୁଣା କାଳର ରହିଛି । ମନ୍ଦିର ପରିସରରେ ଆହୁରି କେତେକ ମନ୍ଦିର ଓ ଆଲୋକ ସ୍ତମ୍ଭ ଅଛି ।

ପୁରାଣ

[ସମ୍ପାଦନା]
The central icon of Jyotiba

କିମ୍ବଦନ୍ତୀ ଅନୁସାରେ ଜ୍ୟୋତିବା ରତ୍ଣାସୁରକୁ ବଦ୍ଧ କରିଥିବାରୁ ବ୍ରହ୍ମା, ବିଷ୍ଣୁ ଓ ମହାଦେବ ତୃଦେବ ଏକତ୍ର ହୋଇ ଜ୍ୟୋତିବାଙ୍କର ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଆସିଥିଲେ ।[] ଅସୁରଙ୍କ ସାଥିରେ ଯୁଦ୍ଧ କାରୁଥିବା ଅମ୍ବାବାଈଙ୍କୁ ଜ୍ୟୋତିବା ସାହାଯ୍ୟ କରିଥିଲେ । ପର୍ବତ ଉପରେ ତାହାର ସାମ୍ରାଜ୍ୟ ବିସ୍ତାର କରି ରଖିଥିଲା । ରକ୍ତଭୋଇ ଓ ରତ୍ନାଶୁର ଅସୁରଙ୍କୁ ଜ୍ୟୋତିବା ବଦ୍ଧ କରି ସେହି ସ୍ଥାନକୁ ମୁକ୍ତ କରିଥିଲେ । ଜ୍ୟୋତିବାଙ୍କର ପ୍ରତିମୂର୍ତ୍ତିରେ ଚତୁର୍ଭୂଜ ଅଛି ।[]

ପର୍ବପର୍ବାଣି

[ସମ୍ପାଦନା]

ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ପୂର୍ଣ୍ଣିମା ଦିନ ସେଠାରେ ଗୋଟିଏ ବିରାଟ ମେଳା ଅନୁଷ୍ଠିତ ହୁଏ । ଭକ୍ତମାନେ ଲମ୍ବା ଶାସନୀ ଠେଙ୍ଗା ଧରି ଆସନ୍ତି । ସେଠାରେ ଅବିର ଖେଳ ହୁଏ । ଲକ୍ଷ ଲକ୍ଷ ଭକ୍ତ ଆସି ଅବିର ଫୋଫାଡ଼ି ସମୁଦାୟ ପାହାଡ଼କୁ ଲାଲ ରଙ୍ଗରେ ରଙ୍ଗୀନ କରିଦିଅନ୍ତି । ସେଥିଯୋଗୁ ଅନେକ ବ୍ୟକ୍ତି ଏହି ମନ୍ଦିରକୁ ଲାଲ ମନ୍ଦିର କହନ୍ତି । ରବିବାର ଦିନ ଅସମ୍ଭବ ଭିଡ଼ ହୁଏ ସେଠାରେ ଯେହେତୁ ରବିବାର ଦିନତି ଜ୍ୟୋତିବାଙ୍କୁ ସମର୍ପିତ ହୋଇଥାଏ ।[][]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 Gunaji (2010). Offbeat Tracks in Maharashtra. Popular Prakashan. pp. 114–. ISBN 978-81-7991-578-3. Retrieved 1 June 2013.
  2. "Jotiba's Hill". Maharashtra State Gazetteers - Kolhapur District. Government of Maharashtra. 2006. Retrieved 23 August 2010.
  3. "Jyotiba Temple Kolhapur, Mythological Importance, Timings". Gosahin - Explore Unexplored Destinations (in ଇଂରାଜୀ). Retrieved 2022-02-04.
  4. P. 114 Offbeat Tracks in Maharashtra By Milind Gunaji
  5. "इतिहास (History) | दख्खनचा राजा श्री जोतिबा | Jyotiba". jyotiba.in. Archived from the original on 2 November 2016. Retrieved 12 November 2016.
  6. "Jotiba Hill | Kolhapur | India" (in ଆମେରିକୀୟ ଇଂରାଜୀ). Retrieved 2022-02-04.