ଜ୍ୟୋତିବା ମନ୍ଦିର

Coordinates: 16°42′00″N 74°14′00″E / 16.70000°N 74.23333°E / 16.70000; 74.23333
ଉଇକିପିଡ଼ିଆ‌ରୁ
କୋହ୍ଳାପୁରର ଶ୍ରୀ ଜ୍ୟୋତିବା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋହ୍ଳାପୁର (Kolhapur)
Location
ସ୍ଥାନJyotiba
Stateମହାରାଷ୍ଟ୍ର
CountryIndia
ଜ୍ୟୋତିବା ମନ୍ଦିର is located in Maharashtra
ଜ୍ୟୋତିବା ମନ୍ଦିର
Location in Maharashtra Pradesh
ଭୌଗଳିକ ଅବସ୍ଥିତି16°42′00″N 74°14′00″E / 16.70000°N 74.23333°E / 16.70000; 74.23333

ଜ୍ୟୋତିବା ମନ୍ଦିର (ମରାଠୀ: ज्योतिबा) ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ[୧] ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା କୋହ୍ଳାପୁର ଜିଲ୍ଲାର ବାଡି ରତ୍ନଗିରି ପାଖରେ ଅବସ୍ଥିତ । ସେଠାରେ ଥିବା ଠାକୁରଙ୍କ ନାମ ମଧ୍ୟ ଜ୍ୟୋତିବା । ଚୈତ୍ର ଓ ବୈଶାଖ ହିନ୍ଦୁ ମାସରେ ପ୍ରତିବର୍ଷ ସେଠାରେ ଏକ ମେଳା ହୁଏ ।

ସ୍ଥାନ[ସମ୍ପାଦନା]

ସମୁଦ୍ର ପତ୍ତନଠାରୁ ୩୧୨୪ ଫୁଟ ଉଚ୍ଚତାରେ ଜ୍ୟୋତିବା ମନ୍ଦିରଟି ଜ୍ୟୋତିବାଙ୍କୁ ସମର୍ପିତ ହୋଇଛି । କୋଲହାପୁରର ଉତ୍ତର-ପଶ୍ଚିମ ଦିଗରେ ୧୮ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।[୧] ପରମ୍ପରା ଅନୁସାରେ କେଦାରେଶ୍ୱର ମନ୍ଦିରକୁ ନଭି ସାୟା ତୋଳେଇଥିଲେ । ୧୭୩୦ ମସିହାରେ ବର୍ତ୍ତମାନର ମନ୍ଦିରକୁ ରାନୋଜି ସିନ୍ଧେ ତୋଳେଇଥିଲେ ।

ମନ୍ଦିରର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ ୫୭ ଫୁଟ ଓ ୩୭ ଫୁଟ, ଗମ୍ବୁଜ ସହିତ ଉଚ୍ଚତା ୭୭ ଫୁଟ । ଦ୍ୱିତୀୟ କେଦାରେଶ୍ୱର ମନ୍ଦିରର ଆକାର ୪୯X୨୨X୮୯ ଫୁଟ । ଏହାକୁ ଦୌଲତାରାଓ ସିନ୍ଧେ ୧୮୦୮ ମସିହାରେ ତିଆରି କରିଥିଲେ । ମାଲଜି ନୀଲମ ପଣହାଲକର ତୃତୀଯ ମନ୍ଦିରକୁ ୧୭୮୦ ମସିହାରେ ତୋଳେଇଥିଲେ ।[୨] ମନ୍ଦିରର ଭିତର ଅବସ୍ଥା ସେହି ପୁରୁଣା କାଳର ରହିଛି । ମନ୍ଦିର ପରିସରରେ ଆହୁରି କେତେକ ମନ୍ଦିର ଓ ଆଲୋକ ସ୍ତମ୍ଭ ଅଛି ।

ପୁରାଣ[ସମ୍ପାଦନା]

The central icon of Jyotiba

କିମ୍ବଦନ୍ତୀ ଅନୁସାରେ ଜ୍ୟୋତିବା ରତ୍ଣାସୁରକୁ ବଦ୍ଧ କରିଥିବାରୁ ବ୍ରହ୍ମା, ବିଷ୍ଣୁ ଓ ମହାଦେବ ତୃଦେବ ଏକତ୍ର ହୋଇ ଜ୍ୟୋତିବାଙ୍କର ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଆସିଥିଲେ ।[୩] ଅସୁରଙ୍କ ସାଥିରେ ଯୁଦ୍ଧ କାରୁଥିବା ଅମ୍ବାବାଈଙ୍କୁ ଜ୍ୟୋତିବା ସାହାଯ୍ୟ କରିଥିଲେ । ପର୍ବତ ଉପରେ ତାହାର ସାମ୍ରାଜ୍ୟ ବିସ୍ତାର କରି ରଖିଥିଲା । ରକ୍ତଭୋଇ ଓ ରତ୍ନାଶୁର ଅସୁରଙ୍କୁ ଜ୍ୟୋତିବା ବଦ୍ଧ କରି ସେହି ସ୍ଥାନକୁ ମୁକ୍ତ କରିଥିଲେ । ଜ୍ୟୋତିବାଙ୍କର ପ୍ରତିମୂର୍ତ୍ତିରେ ଚତୁର୍ଭୂଜ ଅଛି ।[୪]

ପର୍ବପର୍ବାଣି[ସମ୍ପାଦନା]

ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ପୂର୍ଣ୍ଣିମା ଦିନ ସେଠାରେ ଗୋଟିଏ ବିରାଟ ମେଳା ଅନୁଷ୍ଠିତ ହୁଏ । ଭକ୍ତମାନେ ଲମ୍ବା ଶାସନୀ ଠେଙ୍ଗା ଧରି ଆସନ୍ତି । ସେଠାରେ ଅବିର ଖେଳ ହୁଏ । ଲକ୍ଷ ଲକ୍ଷ ଭକ୍ତ ଆସି ଅବିର ଫୋଫାଡ଼ି ସମୁଦାୟ ପାହାଡ଼କୁ ଲାଲ ରଙ୍ଗରେ ରଙ୍ଗୀନ କରିଦିଅନ୍ତି । ସେଥିଯୋଗୁ ଅନେକ ବ୍ୟକ୍ତି ଏହି ମନ୍ଦିରକୁ ଲାଲ ମନ୍ଦିର କହନ୍ତି । ରବିବାର ଦିନ ଅସମ୍ଭବ ଭିଡ଼ ହୁଏ ସେଠାରେ ଯେହେତୁ ରବିବାର ଦିନତି ଜ୍ୟୋତିବାଙ୍କୁ ସମର୍ପିତ ହୋଇଥାଏ ।[୫][୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Gunaji (2010). Offbeat Tracks in Maharashtra. Popular Prakashan. pp. 114–. ISBN 978-81-7991-578-3. Retrieved 1 June 2013.
  2. "Jotiba's Hill". Maharashtra State Gazetteers - Kolhapur District. Government of Maharashtra. 2006. Retrieved 23 August 2010.
  3. "Jyotiba Temple Kolhapur, Mythological Importance, Timings". Gosahin - Explore Unexplored Destinations (in ଇଂରାଜୀ). Retrieved 2022-02-04.
  4. P. 114 Offbeat Tracks in Maharashtra By Milind Gunaji
  5. "इतिहास (History) | दख्खनचा राजा श्री जोतिबा | Jyotiba". jyotiba.in. Archived from the original on 2 November 2016. Retrieved 12 November 2016.
  6. "Jotiba Hill | Kolhapur | India" (in ଆମେରିକୀୟ ଇଂରାଜୀ). Retrieved 2022-02-04.