Jump to content

ଜ୍ୱାଳା ଗୁଟ୍ଟା

ଉଇକିପିଡ଼ିଆ‌ରୁ
(ଜ୍ବାଳା ଗୁଟ୍ଟାରୁ ଲେଉଟି ଆସିଛି)
ଜ୍ୱାଳା ଗୁଟ୍ଟା
Jwala during a match at the IBL
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1983-09-07) ୭ ସେପ୍ଟେମ୍ବର ୧୯୮୩ (ବୟସ ୪୨)
Wardha, Maharashtra, India
ବାସସ୍ଥାନHyderabad, Telangana, India
ଉଚ୍ଚତା1.83 m (6 ft 0 in)[]
ଓଜନ60 kg (130 lb; 9.4 st)
ଦେଶ ଭାରତ
ସକ୍ରିୟ କାଳ2001–Present
କେଉଁ ହାତ ବ୍ୟବହାର କରନ୍ତିLeft
Mixed Doubles/ Women's Doubles
ସର୍ବୋଚ୍ଚ ରାଙ୍କ6 (in XD) (Aug 2010)
10 (in WD) (20 August 2015)
ବର୍ତ୍ତମାନ ରାଙ୍କ14 (in WD) (5 May 2016)
Medal record
Women's badminton
Competitor for  ଭାରତ
World Championships
Bronze2011 LondonWomen's doubles
Commonwealth Games
Gold2010 DelhiWomen's Doubles
Silver2010 DelhiMixed Team
Silver2014 GlasgowWomen's Doubles
Bronze2006 MelbourneMixed Team
Uber Cup
Bronze2014 New DelhiTeam
Bronze2016 KunshanTeam
Asia Championships
Bronze2014 GimcheonWomen's Doubles
South Asian Games
Gold2006 ColomboMixed Doubles
Gold2016 GuwahatiWomen's Doubles
Gold2016 GuwahatiWomen's Team
BWF Profile

ଜ୍ୱାଳା ଗୁଟ୍ଟା , ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ମହିଳା ଦବଳସ୍ ଖେଳାଳିର ମାନ୍ୟତା ଦିଆଯାଇଥାଏ । ସେ ୧୪ ଥର ଜାତୀୟ ବେଡମିଣ୍ଟନ ଚମ୍ପିୟାନଶିପରେ ମହିଳା ଦବଳସ୍ରେ ବିଜୟୀ ହେଇଛନ୍ତି । ପ୍ରଥମେ ଶ୍ରୁତି କୁରିଏନଙ୍କ ସହ ପାର୍ଟନରଶିପ ଓ ପରେ ଅଶ୍ୱିନୀ ପୋନାପ୍ପାଙ୍କ ସହ ମିଶି ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ଜିତି ପରିଛନ୍ତି । ବିଶ୍ୱ ରେଙ୍କିଙ୍ଗରେ ସେ ଅଶ୍ୱିନୀଙ୍କ ସହ ୨୦ ରେଙ୍କ ଭିତରେ ବହୁଦିନ ଧରି ରହିଛନ୍ତି ।ଅର୍ଜୁନ ପୁରସ୍କାର ସମେତ ଅନେକ ପୁରସ୍କାରର ବିଜେତା ଜ୍ୱାଳା ମହିଳା ସଶକ୍ତିକରଣର ଜଣେ ବଳିଷ୍ଠ କର୍ମୀ । 


ପ୍ରାରମ୍ଭିକ ଜୀବନୀ ଓ ଜୁନିଅର ସ୍ତରରେ ଉପଲବ୍ଧି 

[ସମ୍ପାଦନା]

ଜ୍ୱାଳା ଗୁଟ୍ଟା ୧୯୮୩ ମସିହା ସେପ୍ଟେମ୍ବର ୭ରେ ୱାର୍ଦ୍ଧା , ମହାରାଷ୍ଟ୍ରଠାରେ ଜନ୍ମଗ୍ରହଣ କରିଥିଲେ । ସେ ପରେ ହାଇଦ୍ରାବାଦ , ଆନ୍ଧ୍ରପ୍ରଦେଶରେ ରହିଥିଲେ । ତାଙ୍କର ପିତା କ୍ରାନ୍ତି ଗୁଟ୍ଟା ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିଲେ ଓ ମାତା ଚାଇନୀଜ ଥିଲେ । ମହାତ୍ମା ଗାନ୍ଧୀଙ୍କ ସେବାଶ୍ରମ ଆଶ୍ରମରେ ତାଙ୍କ ପିତା ମାତାଙ୍କ ପରିଚୟ ହେବା ପରେ ବିବାହ ହେଇଥିଲା । ପ୍ରଥମେ ଟେନିସ ଖେଳିବାକୁ ଆଗ୍ରହୀ ଥିବା ଜ୍ୱାଳା ତାଙ୍କ ପିତା ଓ କୋଚ ଏସ . ଏମ . ଆରିଫଙ୍କ ସୁପାରିସ କ୍ରମେ ଜିମ୍ନାଷ୍ଟିକ ଓ ସନ୍ତରଣରେ ୨ ବର୍ଷ ତାଲିମ ନେବା ପରେ ୬ ବର୍ଷ ବୟସରୁ ବେଡମିଣ୍ଟନରେ ତାଲିମ ନେଲେ । ଏଥିରେ ତାଙ୍କର ଚାଇନୀଜ ମାଙ୍କ ପ୍ରେରଣା ମୁଖ୍ୟ ଅବଦାନ ରହିଥିଲା । ମାତ୍ର ୧୩ ବର୍ଷ ବୟସରେ ଜ୍ୱାଳା ମିନି ଜାତୀୟ ବେଡମିଣ୍ଟନ ପ୍ରତିଯୋଗିତାରେ ଜୁନିଅର ବାଳିକା ଚମ୍ପିୟାନ ହେଇ ସେହି ବର୍ଷ ମହିଳା ଜୁନିଅର ଜାତୀୟ ଡବଲସ ଚମ୍ପିୟାନ ହେଇଥିଲେ । ପରେ ଶ୍ରୁତି କୁରିଏନଙ୍କ ସହ ମିଶି ସିନିଯର ଡବଲସ ମଧ୍ୟ ବିଜୟିନୀ ହେଇଥିଲେ । ଏହି କ୍ରମ ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ଜାରି ରଖିଥିଲେ ।

ଜାତୀୟ ସ୍ତରରେ ପ୍ରଦର୍ଶନ

[ସମ୍ପାଦନା]

ଜାତୀୟ ସ୍ତରରେ ଜ୍ୱାଳା ପ୍ରଥମ ମହିଳା ଭାବରେ ଡବଲସରେ ୧୪ ଥର ଚମ୍ପିୟାନ ହେଇଥିଲେ । ୨୦୧୪ ଥୋମାସ ଓ ଉବାର କପରେ ସେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୦୯ ମସିହାରେ ସେ ଦିଜୁଙ୍କ ସହ ମିଶି ମିକ୍ସ ଦବାଲ୍ସରେ ବହୁ ପ୍ରତିଯୋଗିତା ଜିତି ଥିଲେ । ଜ୍ୱାଳା ବେଡମିଣ୍ଟନରେ ପ୍ରଥମ କରି ତୀବ୍ର ଗତିରେ ଖେଳିବା ଶୈଳୀ ଆରମ୍ଭ କରିଥିଲେ । ତାଙ୍କର  ସ୍ମାଶ ଶଟ ଅତ୍ୟନ୍ତ ଶକ୍ତିଶାଳୀ ହେଇଥିଲେ ମଧ୍ୟ କୋର୍ଟ ଭିତରେ ତାଙ୍କର ମୁଭମେଣ୍ଟ ସେତେଟା ପ୍ରଭାବୀ ହେଇପାରୁ ନଥିବାରୁ ସେ କିଛି ଭୁଲ କରିଥାନ୍ତି । ଆହତ ଜନିତ ସମସ୍ୟା  ମଧ୍ୟ ତାଙ୍କର ଅନେକ ସମୟରେ ରହୁଥିଲା । 

ଆନ୍ତର୍ଜାତିକ ପ୍ରଦର୍ଶନ

[ସମ୍ପାଦନା]

  ଆନ୍ତର୍ଜାତିକ ସ୍ତରରେ ସେ ମିକ୍ସ୍ଡ ଡବଲସରେ ଭାଲିୟବେଟ୍ଟୀ ଦିଜୁଙ୍କ ସହ ମିଶି ଆନ୍ତର୍ଜାତିକ ପ୍ରତିଯୋଗିତାମାନଙ୍କୁ ଯୋଗ ଦେଇ ବିଶ୍ୱର ୧୦ ନମ୍ବର ରେଙ୍କିଙ୍ଗ ଭିତରେ ରହିଥିଲେ । ୨୦୧୦ ମସିହାରେ ସେ ବିଶ୍ୱର ୬ ନମ୍ବର ଯୋଡି ହେଇଥିଲେ । ସେ ଅଲିମ୍ପିକ ବ୍ଯତୀତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦବାଲ୍ସ ଓ ମିକ୍ସ ଦବାଲ୍ସରେ ପଦକ ପାଇଛନ୍ତି ।  ୨୦୧୧ ବିଶ୍ୱ ଚମ୍ପିଅଂଶିପରେ ସେ ବ୍ରୋଞ୍ଜ ପଦକ ପାଇବା ସହ କମନୱେଲ୍‌ଥ ଗେମ  ରେ ୨୦୧୦ରେ ସ୍ୱର୍ଣ୍ଣ ଓ ୨୦୧୪ରେ ରୌପ୍ୟ ପଦକ ପ୍ରାପ୍ତ ହେବା ତାଙ୍କର ବଡ଼ ଉପଲବ୍ଧି । ୨୦୧୨ ଲଣ୍ଡନ ଅଲିମ୍ପିକ ପାଇଁ ସେ ଉଭୟ ମହିଳା ଦବାଲସ ଓ ମିକ୍ସ ଦବାଲସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୬ ଅଲିମ୍ପିକ ପାଇଁ ମଧ୍ୟ ଡବଲସରେ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ସେ ଉଭୟ ଅଲିମ୍ପିକରେ ପଦକ ପାଇବା ପାଇଁ ସଫଳ ହେଇନଥିଲେ । ୨୦୧୫ କାନାଡା ଗ୍ରାଣ୍ଡ ପ୍ରିକ୍ସରେ ସେ ସେମିଫାଇନାଲ ଯାଏ ପହଞ୍ଚିଥିଲେ ।ଏହା ବ୍ଯତୀତ ସେ ଶ୍ରୀଲଙ୍କା , ପାକିସ୍ଥାନ , ନେପାଲ ଓ ହଲାଣ୍ଡଠାରେ ପ୍ରତିଯୋଗିତା ଜିତି ଥିଲେ । []

ବ୍ୟକ୍ତିଗତ ଜୀବନ ଓ ଅନ୍ୟ ସମାଜସେବା କାର୍ଯ୍ୟ 

[ସମ୍ପାଦନା]

thumb|320x320_ପିକସେଲ|ଜ୍ୱାଳା ଓ ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦ , ୨୦୦୫ ମସିହାରେ ବିବାହ ପରେ   ୨୦୦୫ ମସିହାରେ ଜ୍ୱାଳା ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ୨୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର କ୍ରିକେଟ ଖେଳାଳି ମହମ୍ମଦ ଅଝାରୁଦ୍ଦିନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ମଧ୍ୟ ଉଠିଥିଲା ।[] ତେବେ ତାହାର ପ୍ରମାଣ ମିଳି ନଥିଲା । ଜ୍ୱାଳା ସର୍ବଦା ମହିଳା ଖେଳାଳି ମାନଙ୍କ ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତି । ଏହା ବ୍ଯତୀତ ସେ ତମାଖୁ ବର୍ଜନ [] Swachh Bharat Abhiyan.[][] ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ[]ରେ ସକ୍ରିୟ ଭାଗ ନେଇଥାନ୍ତି । ବେଡମିଣ୍ଟନର ପ୍ରସାର ପାଇଁ ସେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି । .[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ଜ୍ୱାଳା ୨୦୧୧ ମସିହାରେ ଭାରତ ସରକାରଙ୍କଦ୍ୱାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏହା ବ୍ୟତୀତ ସେ ଦେଶ ବିଦେଶରେ ଅନେକ ପୁରସ୍କାର ପାଇଥିଲେ ।  

ଗ୍ୟାଲେରି

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. "Jwala Gutta". BWF. Retrieved 29 February 2016.
  2. "Rio Olympics 2016: Jwala Gutta-Ashwini Ponnappa out of Rio Olympics". News18. 2016-08-12. Retrieved 2016-08-17.
  3. "Azharuddin's 'new flame' Jwala too filing for divorce? | delhi". Hindustan Times. 2010-08-06. Archived from the original on 2015-01-19. Retrieved 2016-02-17. {{cite news}}: More than one of |work= and |newspaper= specified (help)
  4. "ଆର୍କାଇଭ୍ କପି". Archived from the original on 2015-01-19. Retrieved 2017-03-06. {{cite web}}: Cite has empty unknown parameter: |1= (help)
  5. "PM Modi lauds Chanda Kochhar, Jwala Gutta for 'Swach Bharat initiatives' | Zee News". Zeenews.india.com. 2014-11-11. Retrieved 2016-02-17.
  6. "FromRuling the Courts to Cleaning the Streets, Jwala Gutta Joins the Swach Bharat Abhiyan". Archived from the original on 18 January 2015. Retrieved 18 January 2015.
  7. "Jwala wants you to boycott Hyderabad zoo – IBNLive". Ibnlive.in.com. Archived from the original on 2015-01-19. Retrieved 2016-02-17.
  8. "Jwala Gutta launches Shuttle Express in Pune – Badminton News". Sports.ndtv.com. 2013-07-17. Archived from the original on 2015-01-18. Retrieved 2016-02-17.

ବାହାର ଲିଙ୍କ 

[ସମ୍ପାଦନା]