ଜୋହରା ସେହଗଲ
ଜୋହରା ସେହଗଲ | |
|---|---|
ଜୋହରା ସେହଗଲ (ବାମରୁ), ଉଦୟ ଶଙ୍କର ବ୍ୟାଲେଟ ଦଳ, (୧୯୩୫-୩୭) ମସିହା | |
| ଜନ୍ମ | ୨୭ ଅପ୍ରେଲ ୧୯୧୨ |
| ମୃତ୍ୟୁ | ୧୦ ଜୁଲାଇ ୨୦୧୪ (ବୟସ ୧୦୨) |
| ଅନ୍ୟ ନାମ | ଜୋହରା ମୁମତାଜ-ଉଲା ଖାଁ ସାହିବଜାଦି ଜୋହରା ବେଗମ ମୁମତାଜ-ଉଲା ଖାଁ (ଜନ୍ମନାମ) |
| ବୃତ୍ତି(ସମୂହ) | ଅଭିନେତ୍ରୀ, ନୃତ୍ୟଶୀଳ୍ପି |
| ସକ୍ରିୟ ବର୍ଷ | ୧୯୪୬–୨୦୦୭ |
| ବୈବାହିକ-ସାଥୀ | କାମେଶ୍ୱର ନାଥ ସେହଗଲ |
| ସନ୍ତାନ | କିରଣ ସେହଗଲ ପବନ ସେହଗଲ |
ଜୋହରା ସେହଗଲ (୨୭ ଅପ୍ରେଲ ୧୯୧୨ – ୧୦ ଜୁଲାଇ ୨୦୧୪) ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟ ସଂଯୋଜିକା ଥିଲେ । ସେ ଉଦୟ ଶଙ୍କରଙ୍କ ସହ ଜଣେ ନୃତ୍ୟଶୀଳ୍ପି ଭାବେ ୧୯୩୫ ମସିହାରେ କ୍ୟାରିଅର ଆରମ୍ଭ କରି ଶଙ୍କରଙ୍କ ସହ ୮ ବର୍ଷ ଯାଏ କାମ କରିଥିଲେ । ତାହା ପରେ ସେ ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧] ଜୋହରା ସେହଗଲ ବଲିଉଡ଼ ଚଳଚ୍ଚିତ୍ର ସହିତ ଇଂରାଜୀ ଭାଷାର ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକରେ ଜଣେ ଅଭିନେତ୍ରୀ ଭାବେ କାମ କରିଛନ୍ତି ।
ତାଙ୍କ ଅଭିନୀତ ଜଣାଶୁଣା ଚଳଚ୍ଚିତ୍ର ମଧ୍ୟରେ ଥିଲା ନିଚା ନଗର, ଅଫସର (୧୯୪୬), "ଭାଜି ଅନ ଦି ବିଚ" (୧୯୯୨), "ଦି ମିଷ୍ଟିକ ମାସେଉର" (୨୦୦୧), "ବେଣ୍ଡ ଇଟ ଲାଇକ ବେକହାମ" (୨୦୦୨), "ଦିଲ ସେ" (୧୯୯୮), "ସାବରିଆ" ଓ "ଚିନି କମ" (୨୦୦୭); ଏବଂ ଟିଭି ଧାରାବାହିକ, "ଦି ଜୁଏଲ ଇନ ଥେ କ୍ରାଉନ (ଟିଭି ଧାରାବାହିକ)" (୧୯୮୪), "ତନ୍ଦୁରି ନାଇଟ୍ସ" (୧୯୮୫-୮୭), "ଆମ୍ମା ଏଣ୍ଡ ଫ୍ୟାମିଲି" (୧୯୯୬) ।[୨] ୯୦ ବର୍ଷ ବୟସରେ, ସେ ୨୦୦୨ ମସିହାର "ଚଲୋ ଇସ୍କ ଲଢ଼ାଏ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଯେଉଁଥିରେ ତାଙ୍କର ଷ୍ଟଣ୍ଟ ଓ ଭାବପ୍ରବଣ ଅଭିନୟ ଥିଲା । ଭାରତୀୟ ମଞ୍ଚର ସାମ୍ରାଜ୍ଞୀ ଭାବେ ପରିଚିତ ଜୋହରା ଇଣ୍ଡିଆନ ପିପୁଲସ ଥିଏଟର ଆସୋସିଏସନ (IPTA) ଏବଂ ପୃଥ୍ୱୀରାଜ କପୁରଙ୍କ ପୃଥ୍ୱୀରାଜ ଥିଏଟରେ ୧୪ ବର୍ଷ ଧରି ଅଭିନୟ କରିଥିଲେ ।[୩]
ତାଙ୍କୁ ୧୯୯୮ରେ ପଦ୍ମଶ୍ରୀରେ, ୨୦୦୧ରେ କାଳିଦାସ ସମ୍ମାନରେ, ୨୦୦୪ରେ ସଙ୍ଗୀତ ନାଟକ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜୀବନବ୍ୟାପୀ ସାଧନା ନିମନ୍ତେ ଭାରତର ଜାତୀୟ ସଙ୍ଗୀତ, ଅଭିନୟ ଓ ନାଟକ ଏକାଡେମି ତାଙ୍କୁ ତାହାର ସର୍ବୋଚ୍ଚ ସମ୍ମାନ, ସଙ୍ଗୀତ ନାଟକ ଅକାଦେମୀ ଫେଲୋସିପ ପ୍ରଦାନ କରିଥିଲେ । ୨୦୧୦ରେ ସେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୁଷଣ ଲାଭ କରିଥିଲେ ।[୪] ୨୦୧୪ ମସିହା ଜୁଲାଇ ୧୦ ତାରିଖରେ ନୂଆଦିଲ୍ଲୀଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।[୫]
ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]ଅଭିନେତ୍ରୀ ଭାବରେ
[ସମ୍ପାଦନା]| ବର୍ଷ | ନାମ |
|---|---|
| ୧୯୪୬ | ଧରତୀ କେ ଲାଲ |
| ୧୯୪୬ | ନିଚା ନଗର |
| ୧୯୫୦ | ଅଫସର |
| ୧୯୫୬ | ହୀର |
| ୧୯୬୪ | ଦି ଇଣ୍ଡିଆନ ଟେଲ୍ସ ଅଫ ରୁଡ଼ୟାର୍ଡ଼ କିପଲିଙ୍ଗ |
| ୧୯୬୪–୧୯୬୪ | ଡକ୍ଟର ହୁ (ଟିଭି ଧାରାବାହିକ) |
| ୧୯୬୭ | ଦି ଲଙ୍ଗ ଡୁଏଲ |
| ୧୯୬୭ | ଥିଏଟର ୬୨୫ (ଟିଭି ଧାରାବାହିକ) |
| ୧୯୬୮ | ଦି ଭେନଜିନ୍ସ ଅଫ ସି |
| ୧୯୬୮ | ଦି ଏକ୍ସପର୍ଟ (ଟିଭି ଧାରାବାହିକ) |
| ୧୯୬୯ | ଦି ଗୁରୁ |
| ୧୯୭୩ | ଦି ରେଜିମେଣ୍ଟ (ଟିଭି ଧାରାବାହିକ) |
| ୧୯୭୩ | ଟେଲ୍ସ ଦ୍ୟାଟ ଇଉଟନେସ ମ୍ୟାଡ଼ନେସ |
| ୧୯୭୪ | ଇଟ ଏଣ୍ଟ ହାଫ ନଟ ମମ (ଟିଭି ଧାରାବାହିକ) |
| ୧୯୭୮ | ମାଇଣ୍ଡ ଇଓର ଲାଙ୍ଗୁଏଜ (ଟିଭି ଧାରାବାହିକ) |
| ୧୯୮୩ | ଦି କୋର୍ଟେସାନ୍ସ ଅଫ ବମ୍ବେ |
| ୧୯୮୪ | ଦି ଜୁଏଲ ଇନ ଦି କ୍ରାଉନ (ଟିଭି ଧାରାବାହିକ) |
| ୧୯୮୫ | ତନ୍ଦୁରି ନାଇଟ୍ସ (ଟିଭି ଧାରାବାହିକ) |
| ୧୯୮୫ | ହ୍ୟାରେମ |
| ୧୯୮୬ | କାରାଭାଜିଓ |
| ୧୯୮୭ | ପାର୍ଟିସନ |
| ୧୯୮୭ | ନେଭର ସେ ଡାଇ |
| ୧୯୮୯ | ମନିକା, ଉନ ଭି ପ୍ଲସ ଟାର୍ଡ଼ |
| ୧୯୮୯ | ଦି ବିଲ |
| ୧୯୯୧ | ମସଲା |
| ୧୯୯୨ | ଫାର୍ମ ଫ୍ରେଣ୍ଡ୍ସ |
| ୧୯୯୩ | ଭାଜି ଓନ ଦି ବିଚ |
| ୧୯୯୪ | ଲିଟିଲ ନପୋଲିଅନ୍ସ |
| ୧୯୯୫ | ଆମ୍ମା ଏଣ୍ଡ ଫ୍ୟାମିଲି (ଟିଭି ଧାରାବାହିକ) |
| ୧୯୯୭ | ତମନ୍ନା |
| ୧୯୯୮ | ନଟ ଏ ମ୍ୟାନ ଟୁ ନୋ |
| ୧୯୯୮ | ଦିଲ ସେ.. |
| ୧୯୯୯ | ଖ୍ୱାହିସ |
| ୧୯୯୯ | ହମ ଦିଲ ଦେ ଚୁକେ ସନମ |
| ୧୯୯୯ | ଦିଲ୍ଲଗି |
| ୨୦୦୦ | ତେରା ଜାଦୁ ଚଲ ଗୟା |
| ୨୦୦୧ | ଲ୍ୟାଣ୍ଡମାର୍କ |
| ୨୦୦୧ | ଜିନ୍ଦଗି କିତନି ଖୁବସୁରତ ହେ |
| ୨୦୦୧ | ଦି ମିଷ୍ଟିକ ମସୁର |
| ୨୦୦୨ | ବେଣ୍ଡ ଇଟ ଲାଇକ ବେକହାମ |
| ୨୦୦୨ | ଅନିତା ଏଣ୍ଡ ମି |
| ୨୦୦୨ | ଚଲୋ ଇସ୍କ ଲଢ଼ାଏ |
| ୨୦୦୩ | ସାୟା |
| ୨୦୦୩ | କଲ ହୋ ନା ହୋ |
| ୨୦୦୪ | କୌନ ହେ ଜୋ ସପନେ ମେଁ ଆୟା? |
| ୨୦୦୪ | ବୀର-ଜାରା |
| ୨୦୦୫ | ଚିକେନ ଟିକ୍କା ମସଲା |
| ୨୦୦୫ | ମିଷ୍ଟ୍ରେସ ଅଫ ସ୍ପାଇସେସ |
| ୨୦୦୭ | ଚିନି କମ |
| ୨୦୦୭ | ସାବରିଆ |
ମାନସମ୍ମାନ
[ସମ୍ପାଦନା]- ୧୯୬୩ ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର[୬]
- ୧୯୯୮: ପଦ୍ମଶ୍ରୀ[୭]
- ୨୦୦୧: କାଳିଦାସ ସମ୍ମାନ
- ୨୦୦୨: ପଦ୍ମଭୂଷଣ[୮]
- ୨୦୦୪: [ସଙ୍ଗୀତ ନାଟକ ଅକାଦେମୀ ଫେଲୋସିପ]]
- ୨୦୧୦: ପଦ୍ମ ବିଭୁଷଣ [୮]
ଆଧାର
[ସମ୍ପାଦନା]- ↑ Zohra Sehgal profile at screenonline.org.uk
- ↑ Zohra Sehgal Britannica.com.
- ↑ "Zohra Sehgal: Naughty in her 90s!", The Times of India, 8 March 2009.
- ↑ "This Year's Padma Awards announced" (Press release). Ministry of Home Affairs. 25 January 2010. Retrieved 25 January 2010.
- ↑ "Actress Zohra Sehgal dies at 102 due to Cardiac Arrest". IANS. news.biharprabha.com. Retrieved 10 July 2014.
- ↑ Official list of awardees – Drama – Acting Archived 2008-11-06 at the Wayback Machine. the Sangeet Natak Akademi Official website.
- ↑ Padma Awards- theatre personality Zohra Sehgal and... Rediff.com, 27 January 1998.
- ↑ ୮.୦ ୮.୧ "Padma Awards Directory (1954–2013)" (PDF). Ministry of Home Affairs. Archived from the original (PDF) on 2015-10-15. Retrieved 2014-07-11.
ଅଧିକ ପଠନ
[ସମ୍ପାଦନା]- Stages: The Art and Adventures of Zohra Sehgal, by Zohra Sehgal, Joan Landy Erdman. Published by Kali for Women, 1997. ISBN 81-85107-59-9. (autobiography)
- Obituary of Zohra Sehgal —A jewel in the crown of Indian Performing Art.
- Theatre and Activism in the 1940s . Essay by Zohra Sehgal Crossing boundaries, by Geeti Sen. Orient Blackswan, 1998. pp. 31–39. ISBN 81-250-1341-5.
- Shashi Kapoor presents the Prithviwallahs, by Shashi Kapoor, Deepa Gahlot, Prithvi Theatre (Bombay, India). Roli Books, 2004. ISBN 81-7436-348-3.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୋହରା ସେହଗଲ
- Obituary of Zohra Sehgal —A jewel in the crown of Indian Performing Art.
- Zohra Segal Filmography at New York Times
- Zohra Sehgal uncut: Of love, acting & Bloody Mary Archived 2010-02-18 at the Wayback Machine. CNN IBN