ଜେନେଲିଆ ଡିସୋଜା

ଉଇକିପିଡ଼ିଆ ରୁ
Jump to navigation Jump to search
ଜେନେଲିଆ ଡିସୋଜା
Genelia D'Souza.jpg
୨୦୦୮ରେ ଜେନାଲିଆ
ଜନ୍ମ ଓ ଜନ୍ମସ୍ଥାନ
ଜେନେଲିଆ ଡିସୋଜା

(1987-08-05) 5 August 1987 (age 32)[୧]
ଜୀବିକାଅଭିନେତ୍ରୀ, ମଡେଲ
କାର୍ଯ୍ୟକାଳ୨୦୦୩-ଏବେଯାଏଁ
ଜୀବନସାଥିରିତେଶ ଦେଶମୁଖ (ବିବାହ 2012–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ରିତେଶ ଦେଶମୁଖ to ଜେନେଲିଆ ଡିସୋଜା" Location: (linkback://or.wikipedia.org/wiki/%E0%AC%9C%E0%AD%87%E0%AC%A8%E0%AD%87%E0%AC%B2%E0%AC%BF%E0%AC%86_%E0%AC%A1%E0%AC%BF%E0%AC%B8%E0%AD%8B%E0%AC%9C%E0%AC%BE)
ସନ୍ତାନ

ଜେନେଲିଆ ଡିସୋଜା (ଜନ୍ମ: ୫ ଅଗଷ୍ଟ ୧୯୮୭)[୧][୨], ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଏବଂ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୦୩ ମସିହାରେ ଜେନେଲିଆ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଜଣେ ମଡେଲ ଭାବରେ କିଛି ବିଜ୍ଞାନପନରେ କାର୍ଯ୍ୟ କରିଥିଲେ । ପାର୍କର ପେନ୍‌ର ଏକ ବିଜ୍ଞାପନରେ ସେ ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନ ପରେ ତାଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମିଳିଥିଲା । ୨୦୦୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ତୁଝେ ମେରି କସମ ଥିଲା ଜେନେଲିଆଙ୍କର ପ୍ରଥମ କଥାଚିତ୍ର । ଏହି କଥାଚିତ୍ରଟିର ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା । ସେହିବର୍ଷର ଅନ୍ୟ ଏକ ହିନ୍ଦୀ କଥାଚିତ୍ର ବଏଜ୍ ଜେନାଲିଆଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲେ ଏବଂ ପରେ ସେ ତେଲୁଗୁ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୩ରୁ ୨୦୧୨ ମଧ୍ୟରେ ସେ ଅନେକ ସଫଳ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଜେନେଲିଆ ୨୦୦୬ ମସିହାରେ ତାଙ୍କର ପ୍ରଥମ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ୨୦୦୬ର ତେଲୁଗୁ କଥାଚିତ୍ର ବୋମାରିଲୁ ପାଇଁ ତାଙ୍କୁ ମିଳିଥିଲା ତାଙ୍କର ପ୍ରଥମ ଏହି ପ୍ରଥମ ଫିଲ୍ମ‌ଫେୟାର ପୁରସ୍କାର । ଏହି ଚଳଚ୍ଚିତ୍ରରେ ଜେନେଲିଆଙ୍କ ସ‌ହିତ ସିଦ୍ଧାର୍ଥ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ରଟିର ତାଙ୍କୁ ସମୀକ୍ଷକଙ୍କ ପ୍ରଶଂସା ମଧ୍ୟ ଆଣିଦେଇଥିଲା । ୨୦୦୮ରେ ବୋମାରିଲୁ ଚଳଚ୍ଚିତ୍ରଟି ପୁଣିଥରେ ତାମିଲରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନାମ ରଖାଯାଇଥିଲା ସନ୍ତୋଷ ସୁଭ୍ରମଣିୟମ୍ ଏବଂ ଏଥିରେ ତାଙ୍କୁ ପୁଣିଥରେ ନାୟିକା ଭାବରେ ନିଆଯାଇଥିଲା । ଏହି ଚଳଚ୍ଚିତ୍ର ଏବଂ ସେହି ବର୍ଷ ମୁକ୍ତିଲାଭ କରିଥିବା ତାଙ୍କର ଏକ ହିନ୍ଦୀ ଚଳଚ୍ଚିତ୍ର ଜାନେ ତୁ... ୟା ଜାନେ ନା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ଅନେକ ତେଲୁଗୁ ଓ ତାମିଲ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଜେନେଲିଆ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସ୍ଥାପନ କରିଥିଲେ ।[୩][୪] ଅଭିନୟ ବ୍ୟତୀତ ଜେନେଲିଆ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ବିନ୍ଦାସ ଚେନାଲରେ ପ୍ରସାରିତ ଏହି ଧାରାବାହିକ ବିଗ୍ ସୁଇଚ୍‌‌ ଛୋଟପିଲାମାନଙ୍କର ଅସୁବିଧା ଉପରେ ପର୍ଯ୍ୟବେଶିତ ଥିଲା । ଏହିସ‌ହିତ ସେ ଫାଣ୍ଟା, ଭିର୍ଜିନ୍ ମୋବାଇଲ୍ ଇଣ୍ଡିଆ, ଫାଷ୍ଟ‌ଟ୍ରାକ୍, ଏଲ୍.ଜି. ମୋବାଇଲ, ଗାର୍ନିଅର ଲାଇଟ୍, ମାର୍ଗୋ ସାବୁନ ଏବଂ ପର୍କ ଚକୋଲେଟ ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୫]

ଜେନେଲିଆ ୨୦୧୨ ମସିହାରେ ହିନ୍ଦି କଥାଚିତ୍ର ଅଭିନେତା ରିତେଶ ଦେଶମୁଖଙ୍କୁ ବିବାହ କରିଥିଲେ । ୨୦୦୩ରେ ଜେନେଲିଆଙ୍କର ପ୍ରଥମ କଥାଚିତ୍ରରୁ ତାଙ୍କର ରିତେଶଙ୍କ ସ‌ହ ସମ୍ପର୍କ ଗଢ଼ି ଉଠିଥିଲା ।[୬] ଏହାପରେ ଉଭୟ କିଛି ଚଳଚ୍ଚିତ୍ରରେ ଏକାଠି କାର୍ଯ୍ୟ କରିଥିଲେ ଏବଂ ପରେ ଉଭୟ ନିଜର ସମ୍ପର୍କ ବିଷୟରେ ଜଣାଇବା ସ‌ହ ନିର୍ବନ୍ଧ କରିବାର ଯୋଜାନ ମଧ୍ୟ କରିଥିଲେ । ମାତ୍ର ରିତେଶଙ୍କର ବାପା ତ‌ଥା ମହାରାଷ୍ଟ୍ର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖ ଏହି ପ୍ରସ୍ତାବରେ ରାଜି ନ ଥିଲେ ।[୭] ଏହାପରେ ୩ ଫେବୃଆରୀ ୨୦୧୨ରେ ଉଭୟ ରିତେଶ ଏବଂ ଜେନିଲିଆଙ୍କର ମରାଠୀ ପରମ୍ପରାରେ ବିବାହ ହୋଇଥିଲା[୮] ଏବଂ ପରଦିନ ଚର୍ଚ୍ଚରେ ପୁଣିଥରେ ବିବାହ ହୋଇଥିଲା ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Happy Birthday Genelia!". Planet Bollywood. Archived from the original on 3 November 2012. Retrieved 14 August 2013.
  2. "Happy Birthday Genelia D`Souza". Patrika Group (5 August 2014). Archived from the original on 8 August 2014. Retrieved 5 August 2014.
  3. Mahmood, Abdulla (15 July 2008). "Big-time girl: Genelia D'Souza". Gulf News. Archived from the original on 16 December 2010. Retrieved 23 August 2008.
  4. Shankar, Settu (2007-04-19). "Genelia D'Souza". Daiji World. Retrieved 1 March 2009. Text "Daijiworld Media" ignored (help)
  5. "Genelia's the brand ambassador of the year". The Times of India. Indo-Asian News Service. 30 June 2010. Archived from the original on 11 July 2010. Retrieved 20 September 2010.
  6. Jha, Subash K. (30 May 2009). "Still denying Ritesh, Genelia?". Mumbai Mirror. The Times Group. Retrieved 1 January 2010.
  7. "Genelia D'Souza: Age 21". Rediff News. Rediff. 25 August 2008. Archived from the original on 7 June 2011. Retrieved 4 August 2008.
  8. "Riteish Deshmukh weds Genelia D'Souza". The Times of India. 3 February 2012. Retrieved 3 February 2012.
  9. "PIX: Riteish and Genelia's church wedding". Rediff News. Rediff. 6 February 2012. Archived from the original on 4 March 2012. Retrieved 3 March 2012.

ବାହାର ଆଧାର[ସମ୍ପାଦନା]