ଜୁବଦତ-ଉନ-ନିସା ବେଗମ

ଉଇକିପିଡ଼ିଆ‌ରୁ
ଜୁବଦତ-ଉନ-ନିସା ବେଗମ
ମୋଗଲ ସାମ୍ରାଜ୍ୟର ରାଜକୁମାରୀ

ଜୀବନସାଥୀ ସିପିହର ଶିକୋହ, ୧୬୭୩
ସନ୍ତାନସନ୍ତତିଗଣ
ଅଲି ତବର ମିର୍ଜା
ବଂଶ ତିମୁରିଦ ରାଜବଂଶ
ବାପା ଆଉରଙ୍ଗଜେବ
ମାଆ ଦିଲରାସ ବାନୁ ବେଗମ
ଜନ୍ମ ୨ ସେପ୍ଟେମ୍ବର ୧୬୫୧
ମୁଲ୍ତାନ, ମୋଗଲ ସାମ୍ରାଜ୍ୟ
(ବର୍ତ୍ତମାନ ଦିନରେ ମୁଲ୍ତାନ, ପାକିସ୍ତାନ)
ମୃତ୍ୟ ୧୭ ଫେବୃଆରୀ ୧୭୦୭ (ବୟସ-୫୫)
ଦିଲ୍ଲୀ, ଭାରତ
ଧର୍ମ ସୁନ୍ନୀ ଇସ୍ଲାମ

ଜୁବଦତ-ଉନ-ନିସା ବେଗମ (ପାର୍ସୀ:زبده النساء بیگم; ୨ ସେପ୍ଟେମ୍ବର ୧୬୫୧ - ୧୭ ଫେବୃଆରୀ ୧୭୦୭) ଜଣେ ମୋଗଲ ରାଜକୁମାରୀ, ଯିଏକି ଆଉରଙ୍ଗଜେବ ଏବଂ ତାଙ୍କ ପତ୍ନୀ ଦିଲରାସ ବାନୁ ବେଗମଙ୍କ ତୃତୀୟ ଝିଅ ଥିଲେ ।

ଜୀବନୀ[ସମ୍ପାଦନା]

ଜୁବଦତ ୨ ସେପ୍ଟେମ୍ବର ୧୬୫୧ ମସିହାରେ ମୁଲ୍ତାନରେ ମାତା ଦିଲରାସ ବାନୁ ବେଗମ ଏବଂ ପିତା ଆଉରଙ୍ଗଜେବଙ୍କ (ଯିଏ ଜଣେ ରାଜକୁମାର ମଧ୍ୟ ଥିଲେ)[୧] ରାଜପ୍ରାସାଦରେ ଜନ୍ମଗ୍ରହଣ କରିଥିଲେ । ଜଣେ ଶିକ୍ଷିତ ମହିଳା ଭାବେ,[୨] ଜୁବଦତ-ଉନ-ନିସା ବେଗମ ଇସଲାମ ଧର୍ମ ବିଷୟରେ ବହୁତ ଜ୍ଞାନ ରଖିଥିଲେ ।[୩]

ଜୁବଦତ-ଉନ-ନିସା ତାଙ୍କର ପ୍ରଥମ ଦାଦା ପୁଅ ଭାଇ ପ୍ରିନ୍ସ ସିପିହର ଶିକୋହଙ୍କୁ ୩୦ ଜାନୁଆରୀ ୧୬୭୩ ମସିହାରେ ବିବାହ କରିଥିଲେ । ସେ ତାଙ୍କ ଦାଦା, କ୍ରାଉନ ପ୍ରିନ୍ସ ଦାରା ଶିକୋହ ଏବଂ ତାଙ୍କ ଖୁଡ଼ୀ ନାଦିରା ବାନୁ ବେଗମଙ୍କ ତୃତୀୟ ପୁତ୍ର ଥିଲେ ।[୪] ତାଙ୍କୁ ବିବାହ ପାଇଁ ୪,୦୦,୦୦୦ ଟଙ୍କାର ଅଂଶ ଦିଆଯାଇଥିଲା ।[୫] ହମିଦା ବାନୁ ବେଗମ ବିବାହ ଭୋଜିର ଆୟୋଜନ କରିଥିଲେ ।[୬] ୧୬୭୬ ମସିହାରେ ଜୁବଦତ ଏକ ପୁତ୍ର, ଶାହାଜାଦ ଅଲି ତବରଙ୍କୁ ଜନ୍ମ ଦେଇଥିଲେ, ଯିଏ ଜନ୍ମର ଛଅ ମାସ ମଧ୍ୟରେ ମୃତ୍ୟୁ ବରଣ କରିଥିଲେ ।[୭] ୧୭ ଫେବୃଆରୀ ୧୭୦୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. Sir Jadunath Sarkar (1973). History of Aurangzib: Reign of Shah Jahan. War of succession. Orient Longman. p. 38.
  2. Sarfaraz Hussain Mirza (1969). Muslim Women's Role in the Pakistan Movement. Research Society of Pakistan, University of the Punjab. p. 4.
  3. Schimmel, Annemarie (1980). Islam in the Indian Subcontinent, Volume 2, Issue 4, Part 3. Leiden: Brill. ISBN 9789004061170.
  4. Sir Jadunath Sarkar (1981). Volume 3 of History of Aurangzib: Mainly Based on Persian Sources. South Asian Publishers. p. 39.
  5. Sudha Sharma (21 March 2016). The Status of Muslim Women in Medieval India. SAGE Publications India. p. 113. ISBN 9789351505679.
  6. Soma Mukherjee (2001). Royal Mughal Ladies and Their Contributions. Gyan Books. p. 106. ISBN 9788121207607.
  7. Hansen, Waldemar (1972). The Peacock Throne : The Drama of Mogul India (1. Indian ed., repr. ed.). Motilal Banarsidass. p. 393. ISBN 9788120802254.
  8. William Irvine (1971). Later Mughal. Atlantic Publishers & Distri. p. 2.