ଆଲୋଚନା:ଜିଲ୍ଲା ସ୍କୁଲ , ସମ୍ବଲପୁର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଜିଲ୍ଲା ସ୍କୁଲ , ସମ୍ବଲପୁର , ଏକ ସରକାରୀ ଶିକ୍ଷାନୁଷ୍ଠାନ ଯେଉଁଠି ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରାପ୍ତ କରିବାର ସୁବିଧା ଅଛି । ଏହା ପଶ୍ଚିମ ଓଡ଼ିଶା ର ଏକ ସର୍ବପ୍ରଚୀନ ହାଇସ୍କୁଲ ।ଏଠାରେ ବିଦ୍ୟା ଶିକ୍ଷା ସହିତ ଖେଳ କୁଦ ଓ NCC ,ରେଡ କ୍ରସ  ଆଦିର ମଧ୍ୟ ସୁବିଧା ଦିଅ ଯାଇଥାଏ ।  


ଇତିହାସ[ସମ୍ପାଦନା]

1852 ମସିହାରେ ସମ୍ବଲପୁର ସହରରେ ପ୍ରଥମ ଆଙ୍ଗ୍ଲୋ - ଭର୍ନାକୁଳାର ସ୍କୁଲ ଖୋଲା ଯାଇଥିଲା । ଏହା ପ୍ରସ୍ତର ଓ ଚୂନଦ୍ୱାରା ନିର୍ମିତ ଏକ ଘର , ଯାହା ରାଜ ମହଲ ( ରାଜା ବଖରି) କୁହା ଯାଉଥିଲା  , ସେଇଠି ଆରମ୍ଭ ହେଇଥିଲା । ସେହି ଘରଟି ଏବେ ମରାମତି  ପରେ  ଲେଡି ଲୁଇସ ବାଳିକା ହାଇ ସ୍କୁଲ ହିସାବରେ ଅଛି । ଏହି ଆଙ୍ଗ୍ଲୋ-ଭର୍ନାକୁଳାର ସ୍କୁଲଟି ପରେ ୧୮୬୪ ମସିହାରେ ହାଇ ସ୍କୁଲ ହେଇଥିଲା । 1952 ମସିହାରେ ଏହି ସ୍କୁଲ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ  ଚନ୍ଦ୍ରଶେଖର ବେହେରାଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦ୍ରଶେଖର ବେହେରା ସ୍କୁଲ ଭାବରେ ନମିତା ହେଇଥିଲା । ୧୯୫୪ ମସିହାରେ ସ୍କୁଲ ବର୍ତ୍ତମାନ ଥିବା ଗୃହକୁ ଆସିଥିଲା ।