ଜାନକୀ ମନ୍ଦିର

Coordinates: 26°43′50″N 85°55′32″E / 26.73056°N 85.92556°E / 26.73056; 85.92556
ଉଇକିପିଡ଼ିଆ‌ରୁ
ଜାନକୀ ମନ୍ଦିର
जानकी मन्दिर
ଜାନକୀ ମନ୍ଦିର
Front view of Janaki Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDhanusa District
ProvinceProvince No. 2 Madhesh Pradesh
ଦେବାଦେବୀSita (Janaki), Rama
FestivalsVivaha Panchami, Rama Navami, Dashain, Tihar-Deepawali and Chhath
Location
ସ୍ଥାନJanakpurdham
Countryନେପାଳ
ଜାନକୀ ମନ୍ଦିର is located in Nepal
ଜାନକୀ ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି26°43′50″N 85°55′32″E / 26.73056°N 85.92556°E / 26.73056; 85.92556
Architecture
TypeHindu-Kushwaha
Completed1967 BS (1910 AD)
Specifications
Temple(s)70
Monument(s)27
Elevation78 m (256 ft)

ଜାନକୀ ମନ୍ଦିର (ନେପାଳୀ: जानकी मन्दिर) ନେପାଳରେ ଥିବା ଏକ ହିନ୍ଦୁ ମନ୍ଦିର ଯାହା ହିନ୍ଦୁ ଦେବୀ ସୀତାଙ୍କ ନାମରେ ସମର୍ପିତ ହୋଇଛି । ଏହି ମନ୍ଦିର ହିନ୍ଦୁ ଓ ନେପାଳୀ ସ୍ଥାପତ୍ୟର ଏକ ନିଦର୍ଶନ ।[୧]

ଉଜ୍ଜ୍ୱଳ ଶୁଭ୍ର ରଙ୍ଗର ଏହି ମନ୍ଦିର ୧୪୮୦ ବର୍ଗ ମିଟର ସ୍ଥାନ ଉପରେ ପୁରାତନ ନେପାଳରେ ହିନ୍ଦୁ ରାଜ୍ୟର ମିଶ୍ରିତ ଶୈଳୀରେ ତିଆରି ହୋଇଛି ।[୨] ଏହା ଏକ ତିନି ମହଲା ଗଠନ ଯାହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତର ଓ ଶଙ୍ଖମର୍ମର ପଥରରେ ତିଆରି ହୋଇଛି ।

ମନ୍ଦିରରେ ଷାଠିଏ ବଖରା ଅଛି ଯେଉଁଥିରେ ନେପାଳୀ ପତାକା, ରଙ୍ଗୀନ କାଚ, ଖୋଦେଇ ଓ ପେଣ୍ଟିଙ୍ଗ ସାଜସଜ୍ଜା ସହିତ ଜାଲିଦାର ଖିଡ଼ିକୀ ଓ ବୁରୁଜ ଅଛି । ରାମାୟଣର କିମ୍ବଦନ୍ତୀ ଅନୁସାରେ ଜନକ ବିଦେହର (ଏବେକାର ଜନକପୁରା) ରାଜା ଥିଲେ । ତାଙ୍କର କନ୍ୟା ସୀତା ବା ଜାନକୀ ନିଜ ସ୍ୱୟମ୍ବରରେ ଅଯୋଧ୍ୟାର ରାମଙ୍କୁ ପତି ରୂପେ ଚୟନ କରିଥିଲେ । ତାଙ୍କର ବିବାହ ପାର୍ଶ୍ୱବର୍ତ୍ତୀ ଏକ ମନ୍ଦିରରେ ସମାହିତ ହୋଇଥିଲା ଯାହାକୁ ବିବାହ ମଣ୍ଡପ କୁହାଯାଏ । ଏହି ମନ୍ଦିରକୁ ଅମର ସିଂହ ଥାପା ପୁନର୍ନିର୍ମାଣ କରିଥିଲେ । ଏହାକୁ ୨୦୦୮ ମସିହାରେ ଏହାକୁ ୟୁନେସ୍କୋ ଅସ୍ଥାୟୀ ଘୋଷଣା କରିଛନ୍ତି ।[୩]

ଇତିହାସ[ସମ୍ପାଦନା]

ଏହି ମନ୍ଦିର ନ­ଅ ଲକ୍ଷ ମନ୍ଦିର (Nau Lakha Mandir) ନାମରେ ଲୋକଙ୍କ ମଧ୍ୟରେ ଜଣାଶୁଣା । କାରଣ ଏହି ମନ୍ଦିର ତିଆରି କରିବାକୁ ନଅ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଟିକମ ଗଡ଼ର ରାଣୀ ବୃଷଭାନୁ ଏହି ମନ୍ଦିରକୁ ୧୯୧୦ ମସିହାରେ ତିଆରି କରେଇଥିଲେ ।

ଖ୍ରୀଷ୍ଟାବ୍ଦ ୧୬୫୭ରେ ସେହି ସ୍ଥାନରେ ସୀତାଙ୍କର ଏକ ସ୍ୱର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ମିଳିଥିଲା । ତେଣୁ ଅତୀତରେ ସୀତା ସେହି ସ୍ଥାନରେ ବାସ କରୁଥିବା କୁହାଯାଏ । ସନ୍ୟାସୀ ସୁରକିଶୋର ଦାସ ସେହି ସ୍ଥାନରେ ସୀତାଙ୍କ ପ୍ରତିମୂର୍ତ୍ତି ପାଇଥିଲେ । ସୁରକିଶୋର ଦାସ ଜଣେ ସନ୍ଥ ଓ କବି ଥିଲେ ଓ ଆଧୁନିକ ଜନକପୁରାର ନିର୍ମାଣ କରିଥିଲେ । ସେ ସୀତା ଉପାସନା ଓ ଉପନିଷଦ ପ୍ରଚାରକରିଥିଲେ । କିମ୍ବଦନ୍ତୀ ଅନୁସାରେ ରାଜା ଜନକ ସେହି ସ୍ଥାନରେ ଶିବଧନୁ ପୂଜା କରୁଥିଲେ । ଛବିଶ ଅପ୍ରେଲ ୨୦୧୫ ଦିନ ନେପାଳରେ ହୋଇଥିବା ଭୂମିକମ୍ପରେ ସେହି ମନ୍ଦିର ପ୍ରଭାବିତ ହୋଇ ଆଂଶିକ ପତନ ହୋଇ କ୍ଷତିଗ୍ରସ୍ତ ହୋଇଛି ।[୪]

ତୀର୍ଥଯାତ୍ରୀ[ସମ୍ପାଦନା]

ପ୍ରତି ବର୍ଷ ଭାରତ, ନେପାଳ, ଓ ଶ୍ରୀଲଙ୍କା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ତୀର୍ଥଯାତ୍ରୀମାନେ ରାମ ଜାନକୀ ମନ୍ଦିରକୁ ଆସି ରାମ ଓ ସୀତାଙ୍କୁ ପୂଜା କରନ୍ତି । ରାମ ନବମୀ, ବିବାହ ପଞ୍ଚମୀ, ଦଶଇନ (en:Dashain) ଓ ତିହାର ପର୍ବମାନଙ୍କରେ (Tihar) ମନ୍ଦିରକୁ ଆସି ପୂଜାର୍ଚ୍ଚନା କରନ୍ତି ।

ଗ୍ୟାଲେରି[ସମ୍ପାଦନା]

ପାର୍ଶ୍ୱବର୍ତ୍ତୀ ମନ୍ଦିର ସମୂହ[ସମ୍ପାଦନା]

  1. Lakshman Mandir
  2. Ram Janaki Biwaha Mandap
  3. Raj Devi Mandir
  4. Ram Mandir[୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Janaki Temple Mughal Architecture in Nepal".
  2. "Janaki Mandhir". Lonely planet. 30 July 2017. Retrieved 30 July 2017.
  3. "Ram Janaki Temple".
  4. "Nepal Earthquake Takes Heavy Toll on Temples". NDTV. 26 April 2015. Retrieved 3 May 2015.
  5. "Janaki Mandir, Janakpur (Nepal)- the Birthplace of Goddess Sita - Holidify".

ବାହ୍ୟ ଲିଙ୍କ[ସମ୍ପାଦନା]