ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ଉଇକିପିଡ଼ିଆ‌ରୁ


ଜାତୀୟ ପ୍ରଦୂଷଣ ନିବାରଣ ଦିବସ ଭାରତରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ପାଳନ କରାଯାଏ । ଭୋପାଳ ଗ୍ୟାସ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ । ୧୯୮୪ ମସିହାରେ ଡିସେମ୍ବର ୨–୩ ତାରିଖ ରାତିରେ ଭୋପାଳ ଗ୍ୟାସ ଦୁର୍ଘଟଣା ଘଟିଥିଲା । ବିଷାକ୍ତ ଗ୍ୟାସ୍ ମିଥାଇଲ୍ ଆଇସୋସିଆନେଟ୍ (MIC) କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଭୋପାଳ ଗ୍ୟାସ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ ।[୧]

ଦିନର ଉଦ୍ଦେଶ୍ୟ[ସମ୍ପାଦନା]

  • ଶିଳ୍ପ ବିପର୍ଯ୍ୟୟର ପରିଚାଳନା ଏବଂ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିବା ।
  • ଶିଳ୍ପ ପ୍ରକ୍ରିୟା କିମ୍ବା ମାନବ ଅବହେଳାଦ୍ୱାରା ଉତ୍ପାଦିତ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟ କରିବା ।
  • ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟର ମହତ୍ତ୍ୱ ବିଷୟରେ ଲୋକ ତଥା ଶିଳ୍ପସଂସ୍ଥାମାନଙ୍କୁ ସଚେତନ କରାଇବା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "National Pollution Prevention Day | National Health Portal Of India". www.nhp.gov.in. Archived from the original on 14 February 2022. Retrieved 14 February 2022.