ଜଟାୟୁ

ଉଇକିପିଡ଼ିଆ‌ରୁ
ଜଟାୟୁ
Jatayu
Ravana fighting with Jatayu

ଜଟାୟୁ (Sanskrit: जटायुः Jatāyu, Khmer: ជតាយុ: Jatayu, Kannada: ಜಟಾಯು: Jatayu, Telugu: జటాయు, Tamil: Chatayu, Thai: Sadayu, Malay: Jentayu or Chentayu, Indonesian: Burung Jatayu meaning "Jatayu bird") ହିନ୍ଦୁ ଧର୍ମର ମହାପୁରାଣ ରାମାୟଣର ଏକ ଚରିତ୍ର । ସେ ଅରୁଣଙ୍କ ସାନ ଭାଇ ଥିଲେ । ତାଙ୍କର ଭାଇ ସମ୍ପତି ଜଣେ  ଅର୍ଦ୍ଧ ଦେବତା ଥିଲେ ଓ ସେ  ଦୁଇଜଣ  ଚିଲ ସଦୃଶ ରୂପରେ ରହିଥିଲେ । ସେ ରାଜା ଦଶରଥଙ୍କ ଜଣେ ଅନୁରକ୍ତ ଥିଲେ । 

ରାମାୟଣରେ ବର୍ଣ୍ଣନା[ସମ୍ପାଦନା]

ରାମାୟଣରେ ରାବଣ ସୀତାଙ୍କୁ ଅପହରଣ କରି ନେଲା ବେଳେ ଜଟାୟୁ ତାହା ଦେଖି ରାବାନଙ୍କ ସହ ଏକାକୀ ଯୁଦ୍ଧ କରିଥିଲେ । ବଡ଼ ପରାକ୍ରମ ସହ ଯୁଦ୍ଧ କରିବା ପରେ କିନ୍ତୁ ସେ ରାବଣଦ୍ୱାରା ଗଭୀର ଆହତ ପ୍ରାପ୍ତ ହେଲେ । ପରେ ଅରଣ୍ୟରେ ରାମ ଓ ଲକ୍ଷ୍ମଣ ତାଙ୍କୁ ମୃତପ୍ରାୟ ଅବସ୍ଥାରେ ଦେଖିଲେ । ସେ ରାବଣ ସୀତାଙ୍କୁ ନେଇ ଦକ୍ଷିଣ ଦିଗକୁ ଚାଲି ଯାଇଥିବା କଥା କହିଲେ ଓ ମୃତ୍ୟୁ ବରଣ  କଲେ । 

ପିଲା ବେଳରେ ଜଟାୟୁ ଓ ସମ୍ପତ୍ତି ଦୁହେ ଉଡିବାରେ ପ୍ରତିଯୋଗିତା କରି କିଏ ବେଶୀ ଉପରକୁ ଉଡି ପାରିବ ଦେଖୁଥିଲେ । ଏକ ସମୟରେ ଜଟାୟୁ ଏତେ ଉପରକୁ ଉଡିଗଲେ ଯେ ସୂର୍ଯ୍ୟଙ୍କ ଉତ୍ତାପରେ ତାଙ୍କର ପକ୍ଷ ଜଳି ଯିବାର ଦର ରହିଲା । ବଡ଼ ଭ୍ରାତା ସମ୍ପତି ନିଜେ ଉପରକୁ ଉଡିଯାଇ ନିଜର ପକ୍ଷଦ୍ୱାରା ଜଟାୟୁଙ୍କୁ ଘୋଡୀ ରାଖୀ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷ୍ୟା କରିଥିଲେ । କିନ୍ତୁ ଏହା ଫଳରେ ସମ୍ପତିଙ୍କ ଉଭୟ ପକ୍ଷ ଜଳି ନଷ୍ଟ ହୋଇଗଲା ଓ ସେ ସାରା ଜୀବନ ପକ୍ଷ - ହିନ ହେଇ ରହିଲେ । 

ଗଭୀର ଭାବରେ ଆହତ ଜଟାୟୁଙ୍କୁ ଦେଖି ରାମା ମ୍ରିୟମାଣ ହେଲେ ଓ ତାଙ୍କୁ ମୋକ୍ଷ ପ୍ରାପ୍ତ କରିବା ପାଇଁ ଭୂମି ତଳକୁ ଏକ ଶର ନିକ୍ଷେପ କଲରିଥିଲେ ଯାହାଦ୍ୱାରା ସପ୍ତ ନଦୀ ସେହି ସ୍ଥଳରେ ପହଞ୍ଚି ଥିଲେ । ରାମ ଗଯା ତୀର୍ଥକୁ ମଧ୍ୟ ସେଟାକୁ ଆଣିଥିଲେ । 

ଜଟାୟୁ ସମ୍ପର୍କିତ ସ୍ଥଳସବୁ [ସମ୍ପାଦନା]

ପ୍ରବାଦ ଅନୁସାରେ ଜଟାୟୁ କେରାଲାର କୋଲହମ ନାମକ ସହରରୁ 38 କିଲୋମିଟର ଦୁରବର୍ତୀ ଚଦୟମଙ୍ଗଳମ ନାମକ ସ୍ଥାନରେ ପାର୍ବତ୍ଯ ଅଞ୍ଚଳରେ ପଡିଥିଲେ । ସେଠାରେ ପରସ୍ଥାର ଉପରେ ଜଟାୟୁଙ୍କ ଥଣ୍ଟର ଚିହ୍ନ ଥିବା କୁହାଯାଏ । ସେଠାରେ ମଧ୍ୟ ଭଗବାନ ରାମଙ୍କ ପାଦପତନ ହେଇଥିଲା । ଔ କେତେକ ମତ ଅନୁସାରେ ଆନ୍ଧ୍ରା ପ୍ରଦେଶର ଲେପକ୍ଷୀ ନାମକ ସ୍ଥାନରେ ଜଟାୟୁ ପଡିଥିଲେ । 

ଚଳଚ୍ଚିତ୍ର[ସମ୍ପାଦନା]

ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟ ତାଙ୍କର ଏକ ଧାରାବାହିକରେ  ଏକ ଚରିତ୍ରାର ନାମ ଜଟାୟୁ ରଖିଥିଲେ । 

ଜଟାୟୁ ଜାତୀୟ ପାର୍କ[ସମ୍ପାଦନା]

Jatayu Para, Kerala, Dec 2013

କେରଳର କୋବଳମ ନିକଟସ୍ଥ ଚଦୟମଙ୍ଗଳମଠାରେ ଜଟାୟୁ ଜାତୀୟ ପାର୍କ ରହିଛି । ସେଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ପ୍ରତିକୃତି ନିର୍ମିତ ହେଇ ପର୍ଯ୍ୟଟକ ମନମକା ପାଇଁ ଏକ ଅତୀବ ଆକର୍ଷଣର ବିନ୍ଦୁ ହେଇ ରହିଛି । ଏହାର ଦୀର୍ଘତା ୨୦୦ ମିଟର , ପ୍ରସ୍ଥ ୧୪୦ ମିଟର ଓ ଉଚ୍ଚତା ୭୦ ମିଟର । ଏହା ଦୂର ଦୁରନ୍ତୁରୁ ଖୁବ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଥାଏ । [୧]

ଟୀକା[ସମ୍ପାଦନା]

  1. "Kerala's rock-theme Jatayu Park getting ready to woo visitors - Indiatoday.in". Retrieved 1 December 2015.

ଆଧାର[ସମ୍ପାଦନା]

  • Dictionary of Hindu Lore and Legend (ISBN 0-500-51088-1) by Anna Dhallapiccola
  • Ramayana (ISBN 0-89744-930-4) by C. Rajagopalachari