Jump to content

ଜଗନ୍ନାଥ ମନ୍ଦିର, ଅହମଦାବାଦ

Coordinates: 23°00′41.1″N 72°34′51.2″E / 23.011417°N 72.580889°E / 23.011417; 72.580889
ଉଇକିପିଡ଼ିଆ‌ରୁ
ଜଗନ୍ନାଥ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictAhmedabad
ଦେବାଦେବୀ Jagannath ଜଗନ୍ନାଥ
FestivalsRath yatra ରଥ ଯାତ୍ରା, ଅହମଦାବାଦ
Governing bodyଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କମିଟି
Location
ସ୍ଥାନJamalpur, Ahmedabad
Stateଗୁଜରାଟ
Countryଭାରତ
ଜଗନ୍ନାଥ ମନ୍ଦିର, ଅହମଦାବାଦ is located in Ahmedabad
ଜଗନ୍ନାଥ ମନ୍ଦିର, ଅହମଦାବାଦ
Shown within Ahmedabad
ଜଗନ୍ନାଥ ମନ୍ଦିର, ଅହମଦାବାଦ is located in Gujarat
ଜଗନ୍ନାଥ ମନ୍ଦିର, ଅହମଦାବାଦ
ଜଗନ୍ନାଥ ମନ୍ଦିର, ଅହମଦାବାଦ (Gujarat)
ଭୌଗଳିକ ଅବସ୍ଥିତି23°00′41.1″N 72°34′51.2″E / 23.011417°N 72.580889°E / 23.011417; 72.580889
Architecture
Date establishedପରେ ୪୫୦ ବର୍ଷ ପୂର୍ବେ
Website
www.jagannathjiahd.org

ଜଗନ୍ନାଥ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶର ଅହମଦାବାଦରେ ଅବସ୍ଥିତ ଓ ହିନ୍ଦୁ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ହୋଇଛି । ଏହା ଗୁଜରାଟର ଜମାଲପୁର ଇଲାକାରେ ଅଛି ଯାହା ୪୫୦ ବର୍ଷ ପୂର୍ବେ ସାଧୁ ସାରଙ୍ଗଦାସଜୀ ତିଆରି କରେଇଥିଲେ ।[] ଏହି ସ୍ଥାନ ବାର୍ଷିକ ରଥ ଯାତ୍ରା ପାଇଁ ପ୍ରସିଦ୍ଧ ଯାହା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବୃହତ୍ ରଥଯାତ୍ରା । ଭକ୍ତମାନଙ୍କ ପାଇଁ ସକାଳ ୪:୩୦ରୁ ଦିନ ଗୋଟାଏ ଓ ଦିନ ୩ଟାରୁ ରାତି ୯ଟା ଯାଏ ଖୋଲା ରହେ ।

The spire of Jagannath temple, Ahmedabad

ରଥଯାତ୍ରା

[ସମ୍ପାଦନା]

ଏଠାକାର ରଥଯାତ୍ରା ଓ ପୁରୀ ରଥଯାତ୍ରା ଏକ ସମୟରେ ସମାହିତ ହୁଏ । ପରମ୍ପରା ଅନୁସାରେ ହାତୀ ଆଣି ଜଗନ୍ନାଥ, ତାଙ୍କ ଭ୍ରାତା ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରେଇବା ପରେ ସେମାନେ ଯାତ୍ରା ଅଗ୍ରଭାଗରେ ରହନ୍ତି ।[] ଗୁଜରାଟର ମୁଖ୍ୟମନ୍ତ୍ରୀ ‘ପହଣ୍ଡି ବିଧି’ କରନ୍ତି ଯାହା ରଥ ପରିଷ୍କାର କରିବାର ଏକ ପ୍ରତୀକ ବିବେଚିତ ହୁଏ ଓ ତା’ ପରେ ରଥ ଟଣା ଆରମ୍ଭ ହୁଏ । [] ଅହମଦାବାଦ ସହର ଭିତରେ ୧୪ କିମି ପଥ ଉପରେ ରଥ ଟଣାଯାଏ । ଏହି ଯାତ୍ରା ସରସ ପୁରରେ ଶେଷ ହୁଏ ଓ ସେଠାରେ ସ୍ଥାନୀୟ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ‘ମହାଭୋଜ’ରେ ଆପ୍ୟାୟିତ କରନ୍ତି । ଏହା ଗୁଜରାଟ ରାଜ୍ୟର ଲୋକୋତ୍ସବ ବା ଜନ ଉତ୍ସବ ଭାବରେ ପାଳନ କରାଯାଏ । ପୁରୀ ଓ କୋଲକାତା ରଥଯାତ୍ରା ପରେ ଏହା ଭାରତର ତୃତୀୟ ବିରାଟ ଯାତ୍ରାର ମାନ୍ୟତା ପାଏ ।

ଗୁଜରାଟ ଦଙ୍ଗାରେ ମନ୍ଦିର ଉପରେ ଆକ୍ରମଣ

[ସମ୍ପାଦନା]

ସେପ୍ଟେମ୍ବର ୧୯୬୯ ମସିହାରେ ସୁଫୀ ସନ୍ଥ ଭୂଖରୀ ସାହେବ ଚିଲାଙ୍କ ସମାଧି ପାଖରେ ସ୍ଥାନୀୟ ଉର୍ସ ଉତ୍ସବ ପାଳନ କରିବାକୁ ମୁସଲମାନ ଜନତା ଜମା ହୋଇଥିଲେ । ସେତିକିବେଳେ କତିପୟ ହିନ୍ଦୁ ସାଧୁ ସେହି ରାସ୍ତା ଦେଇ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରକୁ ତାଙ୍କର ଗାଈ ଆଣୁଥିଲେ । ସେତିକି ବେଳେ କିଛି ମୁସଲମାନ ମହିଳା ଆଘାତ ପ୍ରାପ୍ତ ହୋଇଥିଲେ । ରାସ୍ତା ଉପରେ ଜିନିଷ ବିକ୍ରି କରିବା ପାଇଁ ଥିବା କିଛି ଶଗଡ଼ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଏ ।[] ସେଥି ଯୋଗୁ କେତେକ ମୁସଲମାନ ଯୁବକ ଆକ୍ରମଣ କରି ସାଧୁଙ୍କୁ ଆଘାତ ଦେଇଥିଲେ ଓ ମନ୍ଦିର ଝରକା ଭାଙ୍ଗିଦେଇଥିଲେ । ହିନ୍ଦୁ ମନ୍ଦିରର ମହନ୍ତ ସେବାଦାସଜୀ ଅନଶନରେ ବସିଗଲେ । ଏ ଏମ ପୀରଜାଦାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ଆସି ମହନ୍ତଙ୍କୁ କ୍ଷମା ଭିକ୍ଷା କରିବା ପରେ ସେ ଅନଶନ ଭାଙ୍ଗିଥିଲେ ।[]

ଏହା ପରେ ମନ୍ଦିର ପାଖରେ ଥିବା ଦରଗାହକୁ କିଛି ହିନ୍ଦୁ ଭଙ୍ଗାରୁଜା କରିଥିଲେ । ଫଳରେ ସେହି ସ୍ଥାନରେ ଅନେକ ମୁସଲମାନ ଲୋକ ଜମା ହୋଇଗଲେ । ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରାୟ ୨୫୦୦-୩୦୦୦ ମୁସଲମାନ ମନ୍ଦିରକୁ ପୁନର୍ବାର ଆକ୍ରମଣ କରିଥିଲେ । ସେମାନେ ଆଖପାଖର ଅନ୍ୟାନ୍ୟ ପୂଜା ସ୍ଥଳଗୁଡ଼ିକରେ ଆକ୍ରମଣ କରି ଖୁନ ଓ ପୋଡ଼ାଜଳା କରିଥିଲେ ।

ଯୋଗାଯୋଗ

[ସମ୍ପାଦନା]

ରାସ୍ତା – ଅହମଦାବାଦରୁ ଗୁଜରାଟର ପ୍ରତ୍ୟେକ ବଡ଼ ସହର ରାସ୍ତା ମାଧ୍ୟମରେ ସଂଯୁକ୍ତ ଅଛି । ଅନେକ ପ୍ରାଇଭେଟ ବସ ଓ ପବ୍ଲିକ ବସ ଜଗନ୍ନାଥ ମନ୍ଦିରକୁ ଯାତାୟତ କରେ ।

ଟ୍ରେନ – ଗୁଜରାଟର ପ୍ରତ୍ୟେକ ବଡ଼ ବଡ଼ ସହର ସହିତ ଟ୍ରେନ ମାଧ୍ୟମରେ ଅହମଦାବାଦ ସଂଯୁକ୍ତ ଅଛି । ଅହମଦାବାଦରୁ ମନ୍ଦିର ପର୍ଯ୍ୟନ୍ତ ଏକ ଟ୍ରେନ ଯିବା ଆସିବା କରେ ।[]

ଉଡ଼ାଜାହାଜ – ଅହମଦାବାଦରୁ ପୃଥିବୀର ଅନେକ ମୂଖ୍ୟ ସହରକୁ ଉଡ଼ାଜାହାଜ ଯିବା ଆସିବା କରେ ।

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. "History". Jagannath temple of Ahmedabad. Archived from the original on 14 July 2014. Retrieved 13 July 2014.
  2. "136th Jagannath rath yatra begins in Ahmedabad amid tight security". India Today. 10 July 2013. Retrieved 13 July 2014.
  3. "Jagannath Rath Yatra begins in Gujarat". NDTV. PTI. 21 June 2012. Retrieved 13 July 2014.
  4. Pingle Jaganmohan Reddy (1 January 1999). The Judiciary I Served. Orient Blackswan. pp. 191–193. ISBN 978-81-250-1617-5. Retrieved 6 February 2013.
  5. Ornit Shani (12 July 2007). Communalism, Caste and Hindu Nationalism: The Violence in Gujarat. Cambridge University Press. pp. 161–164. ISBN 978-0-521-68369-2. Retrieved 6 February 2013.
  6. "Shree Jagannath Temple in Ahmedabad - Jai Shree Jagannath Ji" (in ଆମେରିକୀୟ ଇଂରାଜୀ). Retrieved 2021-11-21.