ଜଗନମୋହ‌ନ ଲାଲ

ଉଇକିପିଡ଼ିଆ‌ରୁ
ଜଗନମୋହନ ଲାଲ
ଜନ୍ମ ଓ ଜନ୍ମସ୍ଥାନ(1838-11-25)୨୫ ନଭେମ୍ବର ୧୮୩୮
ମାହାଙ୍ଗା, କଟକ ଜିଲ୍ଲା
ମୃତ୍ୟୁ୨୬ ଡିସେମ୍ବର ୧୯୧୩(1913-12-26) (ବୟସ ୭୫)
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ
ସାହିତ୍ୟ କୃତିବାବାଜୀ

ଜଗନମୋହ‌ନ ଲାଲ (୨୫ ନଭେମ୍ବର ୧୮୩୮ - ୨୬ ଡିସେମ୍ବର ୧୯୧୩)[୧] (ଜଗନ୍ମୋହନଲାଲ[୨] ଓ ଜଗମୋହନ ଲାଲା [୩] ନାମରେ ମଧ୍ୟ ପରିଚିତ) ଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର ଭାବରେ ପରିଚିତ ।[୪] ସେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ ।

ଜନ୍ମ ଓ ଶିକ୍ଷା[ସମ୍ପାଦନା]

୨୫ ନଭେମ୍ବର ୧୮୩୮ ମସିହାରେ ଜଗନମୋହ‌ନ ଜନ୍ମ ଗ୍ରହଣ କରିଥିଲେ ।[୫] ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ପରିବାର[ସମ୍ପାଦନା]

ତାଙ୍କର ପୂର୍ବ ପୁରୁଷ ଫତେଚାନ୍ଦ ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାର ମାହାଙ୍ଗାରେ ଲାଲ ବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କର ତେରତମ ଉତ୍ତରାଧିକାରୀ ଥିଲେ ଜଗନ୍‌ମୋହ‌ନ ।

କର୍ମ ଜୀବନ[ସମ୍ପାଦନା]

ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ଚାକିରିରେ ଯୋଗ ଦେଇଥିଲେ ।[୬] ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ 'ଭ୍ରମ ଭଞ୍ଜନ'(୧୮୭୧)[୭] ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସାଲ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ ।[୮] ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ମୁଖ୍ୟ ଚରିତ୍ର ବାବାଜି ଭୂମିକାରେ ଅଭିନୟ କରିଥିଲେ ତ‌ଥା ଏହାର ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ । ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)
  • ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ୱେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚନା)
  • ବାବାଜୀ (ନାଟକ-୧୮୭୭)- ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ । (ଏହି ନାଟକର ଇଂରାଜୀ ରୂପାନ୍ତର 'The holy man, a play' ଗଣେଶ୍ୱର ମିଶ୍ରଙ୍କଦ୍ୱାରା ରଚିତ ହୋଇଥିଲା ।)
  • ସତୀ (ନାଟକ, ୧୮୮୬) - ବିଧବା ବିବାହ ସପକ୍ଷରେ ଲିଖିତ ।
  • ବୃଦ୍ଧ ବିବାହ (ନାଟକ) - ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ ।
  • ପ୍ରୀତି (ନାଟକ) - ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ ।
  • ଅଷ୍ଟବକ୍ର ଉପଦେଶ

ଆଧାର[ସମ୍ପାଦନା]

  1. ପ୍ରଧାନ, ଡ. ଏକାଦଶୀ. "ଓଡ଼ିଆ ନାଟକର ଆଦିସ୍ରଷ୍ଟା- ଜଗମୋହନ". ପ୍ରଗତିବାଦୀ. Retrieved 25 November 2016.
  2. ପ୍ରହରାଜ, ଗୋପାଳଚନ୍ଦ୍ର. "ଜଗନ୍ମୋହନଲାଲ". Retrieved 25 November 2016.
  3. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 3854–. ISBN 978-81-260-1221-3.
  4. Hemanta Kumāra Dāsa (1 January 1998). Aswini Kumar Ghose. Sahitya Akademi. pp. 1–. ISBN 978-81-260-0491-1.
  5. ଲାଲ, ଜଗନ୍‌ମୋହ‌ନ. "ଆଦି ନାଟ୍ୟକାର ଜଗନମୋହ‌ନ". ସମ୍ବାଦ, ତାରିଖ ୨୫/୧୧/୨୦୧୫,ପୃଷ୍ଠା ୨. {{cite news}}: |access-date= requires |url= (help)
  6. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1091–. ISBN 978-81-260-1194-0.
  7. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. pp. 141–. ISBN 978-81-250-1453-9.
  8. Jaẏanta Kumāra Dāsa (1 January 1998). Ramshankar Ray. Sahitya Akademi. pp. 56–. ISBN 978-81-260-0548-2.